Odisha Elections 2024

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୩୧ ଯାଏ ବିମାନ ଉଡାଣ ସେବା ଉପରେ ଥିବା ପ୍ରତିବନ୍ଧକ ବୃଦ୍ଧି କରାଯାଇଛି। ଏନେଇ ଶୁକ୍ରବାର ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ ଆଭିଏସନ୍‌ (ଡିଜିସିଏ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହାପୂର୍ବରୁ ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ବିମାନ ସେବା ଉଡାଣ ଉପରେ ଥିବା ପ୍ରତିବନ୍ଧକକୁ ପ୍ରଥମେ ଜୁନ ୩୦ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ବର୍ତ୍ତମାନ ଏୟାର ବବଲ୍ସ ଅନୁସାରେ ପୂର୍ବଭଳି ବନ୍ଦେ ଭାରତ ଯୋଜନାରେ ଯାତ୍ରୀଙ୍କ ଗତିବିଧି ଜାରି ରହିବ। କେତେକ ମନୋନୀତ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ଉଡାଣକୁ ଅନୁମତି ଦିଆଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆଗକୁ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏକାଧିକ ଦେଶରେ ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଯାହାଫଳରେ କରୋନାକୁ ରୋକିବାକୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକୋ ଲଗାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଗୁଲ ମ୍ୟାପ ଦେଖି କରୁଥିଲେ ଯାତ୍ରା, ନଦୀରେ ପଡିଲା କାର

କୋଟ୍ଟୟମ,୨୫।୫: ପ୍ରାୟତଃ ଅଜ୍ଞାତ ସ୍ଥାନକୁ ଯାତ୍ରା କରିବା ସମୟରେ, ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ ଉପରେ ନିର୍ଭର କରନ୍ତି। କିନ୍ତୁ...

୪୩ ଡିଗ୍ରୀ ତାପମାତ୍ରାରେ ବିମାନ ଟେକଅପ ପାଇଁ ମନାକଲେ ପାଇଲଟ

ଭୋପାଳ,୨୫।୫: ଭୋପାଳରେ ତାପମାତ୍ରା ବୃଦ୍ଧି ହେତୁ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସାରେ ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ କରିପାରିଲା ନାହିଁ। ଏହି ବିମାନଟି...

‘ମମତା ଦିଦି ଠିକ କହୁଛନ୍ତି, ଜୁନ ୪ରେ ସରକାର ତ ଯିବ ହେଲେ…’, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ/କୋଲକାତା,୨୫।୫: ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ଅର୍ଥାତ ମୋଦି ସରକାର...

ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ...

ମାଆଙ୍କ ସହ ସେଲଫି ନେଲେ ରାହୁଲ

ନୂଆଦିଲ୍ଲୀ,୨୫।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ...

କେଜରିଓ୍ବାଲଙ୍କ ବଡ ଦାବି, ଭାଜପାରେ ଉତ୍ତରାଧିକାରୀଙ୍କୁ ନେଇ ଚାଲିଛି ଲଢେଇ…

ନୂଆଦିଲ୍ଲୀ,୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଭାଜପାରେ ଲଢେଇ ଚାଲିଛି।...

ଭୋଟ ମଧ୍ୟରେ ଜନତାଙ୍କୁ କେଜରିଓ୍ବାଲଙ୍କ ଅପିଲ

ନୂଆଦିଲ୍ଲୀ,୨୫।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ...

ଭୋଟ ଦେଲେ ରାହୁଲ , ସୋନିଆ, ଅନନ୍ତନାଗରେ ଧାରଣାରେ ବସିଲେ ମେହେବୁବା

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶନିବାର ଦିଲ୍ଲୀର ସମସ୍ତ ସାତୋଟି ସିଟ ସମେତ ୬ଟି ରାଜ୍ୟ ତଥା ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୫୮ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri