ଭାରତ ଆମେରିକାକୁ କରୁନି ବିଶ୍ୱାସ, ସେଥିପାଇଁ ରୁଷିଆ ସହ ହାତ ମିଳାଇଛି: ନିକ୍କି ହେଲିଙ୍କ ଅଭିଯୋଗ…

ଓ୍ବାଶିଂଟନ,୮।୨ : ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲି ଦାବି କରିଛନ୍ତି ଭାରତ ଆମେରିକାର ସହଯୋଗୀ ହେବାକୁ ଚାହୁଁଛି, କିନ୍ତୁ ଏପର୍ଯ୍ୟନ୍ତ ଭାରତ ଆମେରିକା ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁନାହିଁ। ନିକ୍କି ଏହା ମଧ୍ୟ କହିଛନ୍ତି ରୁଷିଆ ସହିତ ଭାରତ ଅତି ଚତୁରତାର ସହ ବନ୍ଧୁତା ବଜାୟ ରଖିଛି। ଏକ ମିଡିଆ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଭାରତ ବର୍ତ୍ତମାନ ଆମେରିକାକୁ ଜଣେ ବିଶ୍ୱ ନେତା ଭାବରେ ଦୁର୍ବଳ ମନେ କରୁଛି।

ମୁଁ ଭାରତ ସହିତ ଚୁକ୍ତି କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛି । ମୁଁ ଭାବୁଛି ଭାରତ ଆମ ସହ ଭାଗିଦାରୀ କରିବାକୁ ଚାହୁଁଛି ଏବଂ ସେମାନେ ରୁଷିଆ ସହିତ ଯିବାକୁ ଚାହୁଁନାହାନ୍ତି। କିନ୍ତୁ ସମସ୍ୟା ହେଉଛି ଭାରତ ଆମ ଉପରେ ବିଶ୍ୱାସ କରୁନାହିଁ। ସେମାନେ ଆମକୁ ନେତା ଭାବରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଆମକୁ ଦୁର୍ବଳ ବୋଲି ଭାବୁଛନ୍ତି । ଭାରତ ସର୍ବଦା ଚତୁରତାର ସହ କାର୍ଯ୍ୟ କରିଛି ଏବଂ ସେଥିପାଇଁ ସେମାନେ ରୁଷିଆ ସହିତ ଘନିଷ୍ଠତା ବଜାୟ ରଖିଛନ୍ତି କାରଣ ସେମାନେ କେବଳ ରୁଷିଆରୁ ସେମାନଙ୍କ ସାମରିକ ଉପକରଣ କିଣୁଛନ୍ତି।

ଆମକୁ ପୁନର୍ବାର ନେତୃତ୍ୱ ନେବା ଆରମ୍ଭ କରିବା ଏବଂ ଆମର ଦୁର୍ବଳତାକୁ ଦୂର କରିବା ଜରୁରୀ। ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇସ୍ରାଏଲ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଆମର ସହଯୋଗୀମାନେ ମଧ୍ୟ ଏହା ଚାହାନ୍ତି। ଚାଇନା ଦ୍ୱାରା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଜାପାନ ଚାଇନା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିଭଳି ଚାଇନା ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଆମେରିକା ଏହାର ସହଯୋଗୀମାନଙ୍କ ସହ ମିଶି କାର୍ଯ୍ୟ କରିବା ଜରୁରୀ ।

ତେବେ ଚାଇନାର ଆର୍ଥିକ ସ୍ଥିତି ଭଲ ନୁହେଁ ଏବଂ ଏହା ଆମେରିକା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯଦି ଏଭଳି ହୁଏ ତାହା ଚାଇନାର ବଡ଼ ଭୁଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ବାଜିଲା ମୋହର: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୮ା୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ।  ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ…

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ! ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri