Posted inଜାତୀୟ

ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ ବାହୁସେନା ରୁଷିଆ ଠାରୁ ମିଳିଥିବା ଏସ୍‌-୪୦୦ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମର ପ୍ରଥମ ସ୍କାଡନକୁ ପଞ୍ଜାବ ସୀମାରେ ମୁତୟନ କରିଛି । ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି । ଚାଇନା-ପାକିସ୍ତାନ ମଧ୍ୟରେ ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ଏହି ନିଷ୍ପତ୍ତି ନେଇଛି । ଚଳିତ ମାସ ଆରମ୍ଭରେ ରୁଷିଆ ମିଜାଇଲ ସିଷ୍ଟମର ପାର୍ଟସ ଭାରତ ପହଞ୍ଚିବା ଆରମ୍ଭ କରିଛି । ଆଉ କିଛି ସପ୍ତାହ ମଧ୍ୟରେ ୟୁନିଟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଯିବ । ପ୍ରଥମ ସ୍କାର୍ଡନ ମୁତୟନ ହେବା ପରେ ଏୟାରଫୋର୍ସ ପୂର୍ବୋତ୍ତର ସୀମା ଉପରେ ଫୋକସ କରିବ ଓ ସାରା ଦେଶର ସେନାଙ୍କୁ ପ୍ରଶିକ୍ଷଣ ଦିଆଯିବ । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀ ରୁଷିଆରେ ଏହି ସିଷ୍ଟମର ପ୍ରଶିକ୍ଷଣ ନେଇ ସାରିଛନ୍ତି । ଏହି ଏୟାର ଡିଫେନ୍ସ ସିଷ୍ଟମରେ ଶତ୍ରୁକୁ ଆକାଶ ମାର୍ଗରେ ଓ କ୍ରୁଜ ମିଜାଇଲକୁ ଆକାଶରେ ୪୦୦ କିଲୋମିଟର ମଧ୍ୟରେ ନଷ୍ଟ କରିବାର କ୍ଷମତା ରଖିଛି । ଏଥିରେ ୪ଟି ଭିନ୍ନ ଭିନ୍ନ ମିଜାଇଲ ଲାଗିଛି । ଯେଉଁଥିରେ ଶତ୍ରୁର ଜାହାଜ, ବାଲେଷ୍ଟିକ ମିଜାଇଲ, ଏଡବ୍ଲୁଏସିଏସ୍ ଜାହାଜକୁ ୪୦୦ କିଲୋମିଟର, ୨୫୦ କିଲୋମିଟର, ମିଡିୟମ ରେଞ୍ଜ ୧୨୦ କିଲୋମିଟର ଓ ୪୦ କିଲୋମିଟର ସର୍ଟ ରେଞ୍ଜ ମଧ୍ୟରେ ବ୍ୟବହାର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?