Posted inଜାତୀୟ

ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ ବାହୁସେନା ରୁଷିଆ ଠାରୁ ମିଳିଥିବା ଏସ୍‌-୪୦୦ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମର ପ୍ରଥମ ସ୍କାଡନକୁ ପଞ୍ଜାବ ସୀମାରେ ମୁତୟନ କରିଛି । ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି । ଚାଇନା-ପାକିସ୍ତାନ ମଧ୍ୟରେ ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ଏହି ନିଷ୍ପତ୍ତି ନେଇଛି । ଚଳିତ ମାସ ଆରମ୍ଭରେ ରୁଷିଆ ମିଜାଇଲ ସିଷ୍ଟମର ପାର୍ଟସ ଭାରତ ପହଞ୍ଚିବା ଆରମ୍ଭ କରିଛି । ଆଉ କିଛି ସପ୍ତାହ ମଧ୍ୟରେ ୟୁନିଟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଯିବ । ପ୍ରଥମ ସ୍କାର୍ଡନ ମୁତୟନ ହେବା ପରେ ଏୟାରଫୋର୍ସ ପୂର୍ବୋତ୍ତର ସୀମା ଉପରେ ଫୋକସ କରିବ ଓ ସାରା ଦେଶର ସେନାଙ୍କୁ ପ୍ରଶିକ୍ଷଣ ଦିଆଯିବ । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀ ରୁଷିଆରେ ଏହି ସିଷ୍ଟମର ପ୍ରଶିକ୍ଷଣ ନେଇ ସାରିଛନ୍ତି । ଏହି ଏୟାର ଡିଫେନ୍ସ ସିଷ୍ଟମରେ ଶତ୍ରୁକୁ ଆକାଶ ମାର୍ଗରେ ଓ କ୍ରୁଜ ମିଜାଇଲକୁ ଆକାଶରେ ୪୦୦ କିଲୋମିଟର ମଧ୍ୟରେ ନଷ୍ଟ କରିବାର କ୍ଷମତା ରଖିଛି । ଏଥିରେ ୪ଟି ଭିନ୍ନ ଭିନ୍ନ ମିଜାଇଲ ଲାଗିଛି । ଯେଉଁଥିରେ ଶତ୍ରୁର ଜାହାଜ, ବାଲେଷ୍ଟିକ ମିଜାଇଲ, ଏଡବ୍ଲୁଏସିଏସ୍ ଜାହାଜକୁ ୪୦୦ କିଲୋମିଟର, ୨୫୦ କିଲୋମିଟର, ମିଡିୟମ ରେଞ୍ଜ ୧୨୦ କିଲୋମିଟର ଓ ୪୦ କିଲୋମିଟର ସର୍ଟ ରେଞ୍ଜ ମଧ୍ୟରେ ବ୍ୟବହାର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri