Posted inଖେଳ

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସରେ ଭାରତ ୨୫୨ ରନ୍‌ କରିଥିବା ବେଳେ ମାତ୍ର ୧୦୯ ରନ୍‌ରେ ସୀମିତ ରହିଥିଲା ଶ୍ରୀଲଙ୍କା। ପରେ ୧୪୩ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ରେ ୯ମ ଉଇକେଟ ହରାଇବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି।

ଏହି ଇନିଂସରେ ରିଷଭ ପନ୍ତ (୫୦) ଏବଂ ଶ୍ରେୟାସ ଆୟାର(୬୭) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପନ୍ତ ୨୮ ବଲରେ ୫୦ ରନ୍‌ ପୂରଣ କରି ୪୦ ବର୍ଷ ହେଲା ତିଷ୍ଟି ରହିଥିବା କପିଳ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେହିଭଳି ଆୟାର ପ୍ରଥମ ଭାରତୀୟ ଭାବେ ପିଙ୍କ ବଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୪୬, ହନୁମା ବିହାରୀ ୩୫ ରନ୍‌ର ଯୋଗଦାନ ଦେଇଥିଲେ। ଶ୍ରୀଲଙ୍କା ପାଇଁ ପ୍ରବୀଣ ଜୟଓ୍ବିକ୍ରମା ୪ ଏବଂ ଏମ୍ବୁଲଡେନିୟା ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇ ପଦାଧିକାରୀ

ମୁମ୍ବାଇ,୨୪।୧୦ (ପି.ଟି.)- ଅଧ୍ୟକ୍ଷ: ସୌରଭ ଗାଙ୍ଗୁଲି ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଗାଙ୍ଗୁଲି ଭଳି ଅନ୍ୟ ପଦାଧିକାରୀମାନେ...

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା...

ଆଇପିଏଲ ପ୍ଲେ ଅଫ୍‌ କେବେ, କେଉଁଠି ?…

କୋଲକାତା,୨୨।୫ : ଆଇପିଏଲ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖେଳାଯାଇଥିବା ୭୦ ଟି ଲିଗ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଗୁଜରାଟ ଟାଇଟାନ୍ସ,...

ନେପାଳକୁ ହରାଇ ଭାରତ ସେମିରେ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ (କାଭା) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ଭାରତ...

ଧୋନୀଙ୍କ ପାଇଁ ଏମିତି କିଛି କରି ଦେଖାଇଲେ ବଡ ପ୍ରଶଂସକ

ଚେନ୍ନାଇ,୧୫।୧୦:ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ(ସିଏସ୍‌କେ)କୁ ପାଓ୍ବାର ହାଉସ୍‌ କୁହାଯାଏ। ଏହି ଟୁର୍ନାମେଣ୍ଟରେ ଦଳ ତିନିଥର ଟାଇଟେଲ୍‌ ଜିତିଛି। ସିଏସ୍‌କେ ପ୍ରତ୍ୟେକଥର ପ୍ଲେ ଅଫରେ ପହଞ୍ଚି। କିନ୍ତୁ...

ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ...

ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ୧୪ ଦଳ

ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...

ଇତିହାସ ରଚିଲେ ମିଥାଲି

ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ...

Advertisement
Archives

Model This Week