Posted inଜାତୀୟ

ଇଣ୍ଡିଆ ସମନ୍ବୟ କମିଟି: ୧୩ ଜଣ ସଦସ୍ୟ ସାମିଲ…

ମୁମ୍ବାଇ,୨।୯ : ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ପାଇଁ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ୨ ଦିନିଆ ବୈଠକ ଚାଲିଛି। ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଚାଲିଥିବା ବୈଠକର ଦ୍ୱିତୀୟ ଦିନରେ ନେତାମାନେ ଗୋଷ୍ଠୀ ଫଟୋ ଉଠାଇ ଏକତାର ବାର୍ତ୍ତା ଦେଇଥିଲେ।

ଏହା ବ୍ୟତୀତ ଶରଦ ପାୱାର, ତେଜସ୍ବୀ ଯାଦବ, ସଞ୍ଜୟ ରାଉତଙ୍କ ସମେତ ୧୩ ନେତାଙ୍କୁ ସମନ୍ବୟ କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଆବହକଙ୍କ ନେଇ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ତେବେ ଇଣ୍ଡିଆର ଏକ ନୂତନ ଲୋଗୋ ଶନିବାର ଲଞ୍ଚ ହେବ ନାହିଁ ।

ବୈଠକରେ ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ସିଟ ବଣ୍ଟନ ସୂତ୍ର ଉପରେ ଆଲୋଚନା କରାଯାଇଛି। ବାସ୍ତବରେ ମୋଦି ସରକାର ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। କୁହାଯାଉଛି ଏକ ଦେଶ ଏକ ନିର୍ବାଚନ ନେଇ ଏକ ବିଲ ହୋଇପାରେ।

ଏହି ବୈଠକରେ ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଯଥାସମ୍ଭବ ଏକାଠି ହେବେ। ବିଭିନ୍ନ ରାଜ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଆଲୋଚନା ଶୀଘ୍ର ଆରମ୍ଭ ହେବ ଏବଂ ଏହା ଏକ ସହଯୋଗୀ ମନୋଭାବରେ ଯଥାଶୀଘ୍ର ଶେଷ ହେବ। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ବିରୋଧୀ ଦଳମାନେ ଦେଶର ବିଭିନ୍ନ ସ୍ଥାନରେ ଯଥାଶୀଘ୍ର ଜନସମାବେଶ କରିବେ।

ଇଣ୍ଢିଆ ମିଳିତ ମଞ୍ଚର ନେତାମାନେ ନିଜ ନିଜ ଯୋଗାଯୋଗ ଏବଂ ମିଡିଆ ରଣନୀତି ଏବଂ ବିଭିନ୍ନ ଭାଷାରେ ଅଭିଯାନକୁ ଏକଜୁଟ ହେବ ଭାରତ, ଜିତିବ ଇଣ୍ଡିଆ’ ଥିମ ସହିତ ସମନ୍ବୟ କରିବାକୁ ନିଷ୍ପତ୍ତି ନେଇଥିଲେ। ବିରୋଧୀ ଦଳର ବୈଠକରେ ୧୩ ଜଣ ସଦସ୍ୟଙ୍କ ଏକ ସମନ୍ବୟ କମିଟି ଗଠନ କରାଯାଇଛି। ଏଥିରେ କଂଗ୍ରେସରୁ କେ.ସି ଭେନୁଗୋପାଲ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଏମ.କେ ଷ୍ଟାଲିନ, ଶିବସେନାରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ବୀ ଯାଦବ, ଟିଏମସିରୁ ଅଭିଷେକ ବାନାର୍ଜୀ, ଏ.ପି.ରୁ ରାଘବ ଚଢ଼ା, ଏସପିରୁ ଜାଭେଦ ଖାନ, ଜେଡିୟୁରୁ ଲଲନ ସିଂ, ଜେଏମଏମରୁ ହେମନ୍ତ ସୋରେନ, ଡି ରାଜା, ଏନସିର ଓମାର ଅବଦୁଲ୍ଲା ଏବଂ ପିଡିପିର ମେହବୁବା ମୁଫତି ପ୍ରମୁଖ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?