Posted inଜାତୀୟ

ବିଶ୍ୱର ଖେଳନା ହବ୍‌ ହୋଇପାରିବ ଭାରତ

ନୂଆଦିଲ୍ଲୀ, ୩୧।୮(ପି.ଟି.): ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖେଳନା ବଜାର ରହିଥିବାବେଳେ ଏଥିରେ ଭାରତର ଅଂଶ ନଗଣ୍ୟ। ଭାରତକୁ ବିଶ୍ୱର ଖେଳନା କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଭା ଓ ସାମର୍ଥ୍ୟ ରହିଛି। ଷ୍ଟାର୍ଟଅପ୍‌ ଏବଂ ଉଦ୍ୟୋଗୀମାନେ ଏଥିପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକ ସ୍ଥାନୀୟ ଖେଳନା ସହ କମ୍ପ୍ୟୁଟର ଗେମ୍‌ର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶର ଉନ୍ନତ ଐତିହ୍ୟ ଓ ପରମ୍ପରା ଖେଳନା ଓ କ୍ରୀଡ଼ା ଶିଳ୍ପକୁ ନବୋନ୍ମେଷ ଦେଇପାରିବ। ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଏଥିପାଇଁ ଖେଳନା ଶିଳ୍ପରେ ବଡ଼ ସୁଯୋଗ ରହିଛି।
ଏବେ ଉତ୍ସବର ସମୟ ହୋଇଥିଲେ ହେଁ କରୋନା ମହାମାରୀ ଯୋଗୁ ସେଗୁଡ଼ିକ ଫିକା ପଡ଼ିଯାଇଛି। ଭାରତୀୟ ଉତ୍ସବ ସହିତ ପରିବେଶର ଗଭୀର ସମ୍ପର୍କ ରହିଛି। ନିକଟରେ ବିଭିନ୍ନ ସ୍ଥାନରେ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଥିଲା। କୃଷକମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। କରୋନା ମହାମାରୀ ସମୟରେ ସେମାନେ ଦୁଃସାହସର ପରିଚୟ ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ଖରିଫ ଋତୁରେ ୭ ପ୍ରତିଶତ ଅଧିକ ଜମିରେ ଚାଷ କରାଯାଇଛି। ଧାନ ଚାଷ ଅଧିକ ୧୦ ପ୍ରତିଶତ ଜମିରେ ହୋଇଥିବାବେଳେ ଡାଲିଜାତୀୟ ଫସଲ ଚାଷ ୫ ପ୍ରତିଶତ ଏବଂ ତୈଳବୀଜ ପାଖାପାଖି ୧୩ ପ୍ରତିଶତ ଏବଂ କପା ଚାଷ ୩ ପ୍ରତିଶତ ବଢ଼ିଛି। ଭାରତର କୃଷି ପାଣ୍ଠି ଗଠନ କରାଯାଉଛି। ଏଥିରେ ପ୍ରତି ଜିଲାର ଫସଲ ଉତ୍ପାଦନ ଓ ସେଗୁଡ଼ିକର ପୌଷ୍ଟିକ ଗୁଣ ସମ୍ପର୍କିତ ସବିଶେଷ ତଥ୍ୟ ରହିବ। ଏହା କୃଷକମାନଙ୍କ ପାଇଁ ଖୁବ୍‌ ଦରକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବିଦେଶୀ କୁକୁର ନ ପାଳି ଭାରତୀୟ କୁକୁର ପାଳିବାକୁ ମୋଦି ପରାମର୍ଶ ଦେଇଥିଲେ। ଭାରତ ଜନ୍ମିତ କୁକୁର ସୁରକ୍ଷା ବଳରେ ଯୋଗଦେଇ ବହୁତ ବଡ଼ କାର୍ଯ୍ୟ କରୁଛନ୍ତି। ବୋମା ଠାବ କରି ସେମାନେ ଅନେକ ବିସ୍ଫୋରଣକୁ ପଣ୍ଡ କରିପାରିଛନ୍ତି। ଏପରିକି ଉଦ୍ଧାର ଓ ରିଲିଫ୍‌ ସମୟରେ ମଧ୍ୟ ଏହି ତାଲିମପ୍ରାପ୍ତ କୁକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପିନ୍ଧିବା ଆଦି କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?