ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ

ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍‌ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍‌ ଟିକାର ଲକ୍ଷ ଲକ୍ଷ ଡୋଜ୍‌ ଦାନ ତଥା ବିକ୍ରି କରିଥିବା ଭାରତକୁ ଏବେ ଅନ୍ୟ ଦେଶରୁ ଟିକା ଆମଦାନୀ କରିବାକୁ ପଡ଼ିବ। ଦେଶର ଏଭଳି ସ୍ଥିତି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଭାରତରେ କ୍ରମାଗତ ଦୁଇଦିନ ହେଲା ଦୈନିକ ସଂକ୍ରମଣ ୨ ଲକ୍ଷରୁ ଅଧିକ ରହିଛି। ଫଳରେ ୧୩୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ଉତ୍ପାଦିତ ଟିକା ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। କାରଣ ସଂକ୍ରମଣର ମୁକାବିଲା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ତୁରନ୍ତ ଟିକା ଦେବା ଜରୁରୀ ହୋଇପଡ଼ିଛି। ପୂର୍ବରୁ ଫାଇଜରକୁ ମନା କରିଥିବା ଭାରତ ଏବେ ଟିକା ଆମଦାନୀକୁ ତ୍ୱରାନ୍ବିତ କରିବା ଲାଗି ନିୟମରେ ପରିବର୍ତ୍ତନ କରିଛି। ୧୨.୫ କୋଟି ଲୋକଙ୍କ ପାଇଁ ଚଳିତ ମାସରୁ ଭାରତ ରୁଷିଆ ପ୍ରସ୍ତୁତ ସ୍ପୁଟନିକ୍‌ ଭି ଟିକା ଆମଦାନୀ କରିବାକୁ ଯାଉଛି। ଭାରତରେ ଟିକାର ନିଅଣ୍ଟ ସ୍ଥିତି କେବଳ ମହାମାରୀ ମୁକାବିଲାରେ ବାଧା ସୃଷ୍ଟି କରିବ ନାହିଁ ବରଂ ୬୦ରୁ ଊର୍ଦ୍ଧ୍ୱ ଗରିବ ଦେଶରେ ଟିକାକରଣ ବାଧାପ୍ରାପ୍ତ ହେବ। କାରଣ ଏହିସବୁ ଦେଶକୁ ଭାରତ ମାଗଣାରେ ଟିକା ଯୋଗାଇ ଦେଉଥିଲା। ସାରା ବିଶ୍ୱରେ ଟିକାକରଣକୁ ଆଗେଇ ନେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଗାଭି ଭାକ୍ସିନ ଆଲିଆନ୍ସ ପକ୍ଷରୁ ଆୟୋଜିତ କୋଭାକ୍ସ କାର୍ଯ୍ୟକ୍ରମକୁ ଭାରତ ସର୍ବାଧିକ ଟିକା ଯୋଗାଉଥିଲା। ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ୬୪ ନିୟୁତ ଡୋଜ୍‌ ଭାକ୍ସିନ ବିଦେଶକୁ ପଠାଇଥିବାବେଳେ ଚଳିତ ମାସରେ ଏହା ୧.୨ ନିୟୁତରେ ସୀମିତ ରହିଛି। ଦେଶରେ ଆବଶ୍ୟକତା ବଢ଼ୁଥିବାରୁ ବିଦେଶକୁ ଟିକା ଯୋଗାଇବା ସମ୍ଭବ ହେଉନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ଷ୍ଟକ୍‌ ସମୀକ୍ଷା କଲେ ମୋଦି

ସଂକ୍ରମଣ ବୃଦ୍ଧି ସାଙ୍ଗକୁ କେତେକ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅକ୍ସିଜେନ୍‌ ଷ୍ଟକ୍‌ ସମୀକ୍ଷା କରିଛନ୍ତି। ନିଅଣ୍ଟ ଭରଣା ପାଇଁ ମେଡିକାଲ ମାନର ଅମ୍ଳଜାନ ଆମଦାନୀ ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମସ୍ତ ପ୍ଲାଣ୍ଟ ସାମର୍ଥ୍ୟ ଅନୁଯାୟୀ ଅକ୍ସିଜେନ୍‌ ଉତ୍ପାଦନ ବଢ଼ାଇବାକୁ ମୋଦି ପ୍ରସ୍ତାବ ଦେଇଥିଲେ। ଅମ୍ଳଜାନ ଚାହିଦା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ୫୦ ହଜାର ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ ଆମଦାନୀ ପାଇଁ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?