Posted inଜାତୀୟ

ଭାରତକୁ ମିଳିଲା ଚତୁର୍ଥ ଟିକା

ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ ୪ ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ସହ ମଡର୍ନା ସାମିଲ ହୋଇଛି। ନୀତି ଆୟୋଗ ଅଧ୍ୟକ୍ଷ ବି.କେ ପଲ ଏହି ସୂଚନା ଦେଇଛନ୍ତି।

ଏହି ୪ ଟିକା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଅଧ୍ୟକ୍ଷ ବି.କେ ପଲ କହିଛନ୍ତି। ମୁମ୍ବାଇ ସ୍ଥିତ ସିପ୍ଲା ଫାର୍ମା କମ୍ପାନୀ ଏହି ମଡର୍ନା ଟିକାର ଆମଦାନୀ ଓ ମାକେଟିଂ କରିବ। ଜୁନ ପହିଲାରେ ଡିସିଜିଆଇ ଏହି ବିଦେଶୀ ଟିକା ପାଇଁ ମଞ୍ଜୁରୀ ନିୟମରେ କୋହଳ କରିଥିଲା। ଏପରିକି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିଥିବା ଟିକା କମ୍ପାନୀକୁ ଭାରତରେ ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର...

ଜୀବନସାଥୀଙ୍କ ଉପରେ ମିଥ୍ୟା ଆରୋପ ଏକ କ୍ରୁରତା, ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୩ : ଜୀବନସାଥୀଙ୍କ ବିରୋଧରେ ଚରିତ୍ରହୀନତା ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଭଳି ଏକ ପବିତ୍ର ସମ୍ପର୍କରେ ଏହା କେବେ ମଧ୍ୟ ଗ୍ରହଣଯୋଗ୍ୟ...

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪...

ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…

ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍‌ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି...

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ...

୧୦କିଲୋମିଟର ରୋଡ ଶୋ’ କରି ବୈଦନାଥ ଧାମରେ ପହଞ୍ଚିଲେ ମୋଦି

ରାଞ୍ଚି,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଦେଓଘର ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦର ଓ ଅନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ...

ନ୍ୟାୟ ବ୍ୟବସ୍ଥା ସ୍ବାଧୀନତାର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, ୧୫।୧୧(ପି.ଟି.): ତଳ କୋର୍ଟ ଓ ଜିଲା ଅଦାଲତଗୁଡ଼ିକର କାର୍ଯ୍ୟ ଜରିଆରେ ଲକ୍ଷ ଲକ୍ଷ ଲୋକ ଭାରତୀୟ ନ୍ୟାୟ ବ୍ୟବସ୍ଥାର ମନୋଭାବ ସମ୍ପର୍କରେ ଅବଗତ ହୋଇଥାନ୍ତି...

ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ

ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ...

Advertisement
Archives

Model This Week