Posted inଜାତୀୟ

ଏଲଏସିରେ ଉତ୍ତେଜନା ମଧ୍ୟରେ ୧୪ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କଲେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଚାଇନା ମଧ୍ୟରେ ବେଶ କିଛି ଦିନ ହେବ ତୁତୁମେମେ ଲାଗି ରହିଛି । ସୀମାରେ ଉଭୟ ଦେଶର ସେନା ବହୁବାର ସାମ୍ନା ସାମ୍ନି ହୋଇଥିବା ବେଳେ ହିଂସା ବି ଦେଖିବାକୁ ମିଳିଛି । ସୀମାରେ ସବୁବେଳେ ଚାଇନା ସେନା ଆଗ୍ରେସିଭ ମୁଡରେ ନଜର ଆସିଛନ୍ତି । ଏହାର ଜବାବ ବି ଭାରତୀୟ ସେନା ପକ୍ଷରୁ ଦିଆଯାଇଛି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖି ଚାଇନା ଘାବରେଇ ଯିବ ନିଶ୍ଚୟ । ଖବର ଅନୁଯାୟୀ, ଅକ୍ଟୋବରରେ ଏଲଏସି ନିକଟ ଉତ୍ତରାଖଣ୍ଡର ଓଲିରେ ଭାରତ ଓ ଆମେରିକା ସେନା ହାଇ ଅଲଟିଚ୍ୟୁଡ ମିଲିଟ୍ରି ଏକ୍ସରସାଇଜ କରିବାକୁ ଯାଉଛନ୍ତି । ଆମେରିକା ଓ ଭାରତ ସେନାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧାଭ୍ୟାସ ଚୁକ୍ତିର ଏହା ୧୫ ତମ ସୁଯୋଗ ।
ସୂଚନାଯୋଗ୍ୟ, ଆମେରିକା ଓ ଭାରତ ସେନାଙ୍କ ମଧ୍ୟରେ ପ୍ରତିବର୍ଷ ଯେଉଁ ମିଲିଟ୍ରଅି ଏକ୍ସରସାଇଜ କରାଯାଇଥାଏ ତାକୁ ‘ଯୁଦ୍ଧାଭ୍ୟାସ’ କୁହାଯାଇଥାଏ । ଗୋଟିଏ ବର୍ଷ ଏହା ଭାରତରେ ହେବା ବେଳେ ଅନ୍ୟ ବର୍ଷ ଏହା ଆମେରିକାରେ ହୋଇଥାଏ । ଗତ ବର୍ଷ ଏହା ଆମେରିକାର ଆଲାସ୍କାରେ ହୋଇଥିଲା । ସେଥିପାଇଁ ଚଳିତବର୍ଷ ଏହି ଏକ୍ସରସାଇଜ ଭାରତରେ ହେଉଛି । ଏହି ଏକ୍ସରସାଇଜ ୧୫ ନଭେମ୍ବରରୁ ୨ ଡିସେମ୍ବର ପର୍ଯ୍ୟନ୍ତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କ୍ୟାବିନେଟ୍‌ରେ ୧୧ ମହିଳା ମନ୍ତ୍ରୀ, ଚାଷଜମିରେ ଏବେ ବି ମହିଳା ଟାଣୁଛନ୍ତି ହଳ…

ଭୋପାଳ,୧୨।୭: ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବିସ୍ତାର ହୋଇଛି। କେନ୍ଦ୍ରୀୟ କ୍ୟାବିନେଟ୍‌ରେ ୧୧ ଜଣ ମହିଳାମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ତେବେ ଏବେ ବି ମଧ୍ୟପ୍ରଦେଶରେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ, ୯।୮-କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବି. ଶ୍ରୀରାମୁଲୁ ଟୁଇଟ...

ଫାରୁକ ଅବଦୁଲାଙ୍କ ପିତାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା କଂଗ୍ରେସ: ଶାହ

ନୂଆଦିଲ୍ଲୀ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକ ସଭାରେ ଜମ୍ମୁ-କଶ୍ମୀରରେ ବନ୍ଦୀଥିବା ନେତାଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ...

ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା...

କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି

କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯...

ପାଖେଇ ଆସିଲା ମମତାଙ୍କ ଏକ୍ସପାଏରି ଡେଟ୍‌: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୫।୬: କେନ୍ଦୀୟ ମନ୍ତ୍ରୀ ଓ ଭାଜପା ନେତା ବାବୁଲ ସୁପ୍ରିୟୋ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଟିମ୍‌ସିର...

କୁତବ୍‌ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…

ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍‌ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର...

ଲାଲୁଙ୍କୁ ଭେଟିଲେ କେସିଆର୍‌

ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି...

Advertisement
Archives

Model This Week