Posted inଖେଳ

ନୂତନ ଆରମ୍ଭ ଲକ୍ଷ୍ୟରେ ଭାରତ

ଓ୍ବେଲିଂଟନ୍‌,୧୮ା୧୧(ପି.ଟି): ବିଶ୍ୱକପ୍‌ ବିଫଳତା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜରେ ନୂତନ ନେତୃତ୍ୱ ସହିତ ଏକ ନୂତନ ଆରମ୍ଭ ଲକ୍ଷ୍ୟରେ ରହିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହେବ। ଦୀର୍ଘ ୯ ବର୍ଷ ଧରି ଆଇସିସି ଟୁର୍ନାମେଣ୍ଟଗୁଡିକର ବିଫଳତାକୁ ପଛରେ ପକାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗକୁ ବଢିବାକୁ ପ୍ରୟାସ କରିବ। ୟୁଏଇ ବିଫଳତା ପରେ ଚଳିତ ଟି୨୦ରେ ମଧ୍ୟ ଭାରତୀୟ ଦଳ ବିଫଳ ହୋଇଥିଲା। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ସ୍କୋର କରିଥିବା ବେଳେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ କିନ୍ତୁ ଫର୍ମ ପାଇଁ ସଂଘର୍ଷ କରିଥିଲେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ। ଅନେକ ପୂର୍ବତନ ଖେଳାଳି ହାର୍ଦ୍ଦିକଙ୍କୁ ୨୦୨୪ ଟି୨୦ ବିଶ୍ୱକପ ଦଳର ଅଧିନାୟକ ଭାବରେ ବିବେଚନା କରୁଛନ୍ତି। ସେହିପରି ରାହୁଲ ଡ୍ରାଭିଡ୍‌ଙ୍କ ଅନୁପସ୍ଥିତିରେ ଭିଭିଏସ୍‌ ଲକ୍ଷ୍ମଣ ଷ୍ଟାଣ୍ଡ ଇନ୍‌ କୋଚ୍‌ ଭାବରେ ଦାୟିତ୍ୱ ନିର୍ବାହ କରିବେ। ପ୍ରଥମ ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍‌ରେ ଯୁବ ଖେଳାଳିଙ୍କ ସହିତ ଟି୨୦ ସ୍ପେଶାଲିଷ୍ଟମାନଙ୍କୁ ସାମିଲ କରାଯିବ ବୋଲି ଲକ୍ଷ୍ମଣ ସ୍ପଷ୍ଟ କରିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ବର୍ତ୍ତମାନ ସମସ୍ତ ଧ୍ୟାନ ଏହା ଉପରେ ରହିଛି। ରୋହିତ ଶର୍ମା ଓ ରାହୁଲଙ୍କ ନିକଟରେ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବାରୁ ଉଭୟ ଖେଳାଳି ୨୦୨୪ ଟି୨୦ ବିଶ୍ୱକପରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ବିରାଟ କୋହଲି ଚମତ୍କାର ଫର୍ମରେ ଥିଲେ ମଧ୍ୟ ତାଙ୍କୁ ସାମିଲ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଇଶାନ କିଶନ୍‌ ଏବଂ ଶୁବମାନ ଗିଲ୍‌ ଓପନର ଭାବରେ ଖେଳିବେ। କିଶନ୍‌ ବିଗତ ଏକ ବର୍ଷ ମଧ୍ୟରେ ଟପ୍‌ ଅର୍ଡରରେ ଖେଳିଥିବା ବେଳେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଅନ୍ୟପକ୍ଷରେ ଦିନିକିଆ ଦଳରେ ନିଜ ଦକ୍ଷତା ପ୍ରତିପାଦନ କରିଥିବା ଗିଲ୍‌ ମଧ୍ୟ ଟି୨୦ରେ ସୁଯୋଗ ପାଇବେ। ସଞ୍ଜୁ ସାମସନ୍‌ ମଧ୍ୟ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବା ସହିତ ଦଳରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ। ଆହତ ସମସ୍ୟାରୁ ଫେରୁଥିବା ଅଲରାଉଣ୍ଡର ଓ୍ବାଶିଂଟନ୍‌ ସୁନ୍ଦର ମଧ୍ୟ ଉଭୟ ବଲ୍‌ ଓ ବ୍ୟାଟ ଜରିଆରେ ପ୍ରଦର୍ଶନ କରିବାକୁ ଚାହିଁବେ। ରିଷ୍ଟ ସ୍ପିନର ଯୋଡି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ପୁନର୍ବାର ଏକତ୍ର ବୋଲିଂ କରିବାର ସୁଯୋଗ ପାଇବେ। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଥିଲେ। ଏହି ସିରିଜ ପାଇଁ ଭାରତ ଦ୍ୱିତୀୟ ପସନ୍ଦର ଦଳ ରଖିଥିବା ବେଳେ ନ୍ୟୁଜିଲାଣ୍ଡକୁ ଏହା କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ବୁମରାଙ୍କ ଅନୁପସ୍ଥିତିରେ ଉମ୍ରାନ ମଲିକଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଏହା ସହିତ ହର୍ଷଲ ପଟେଲ ଓ ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri