Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଜକୋଟ୍‌, ୨୭ା୯ (ପି.ଟି.): ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଜିତିବା ସହ ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିିଛି ଭାରତ। ଏହାଦ୍ୱାରା ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ପାଇଁ ରୋହିତ ଶର୍ମାଙ୍କ ଦଳର ପ୍ରସ୍ତୁତି ଭଲ ରହିଛି ବୋଲି ଧାରଣା ସୃଷ୍ଟି ହେବ। କ୍ରିକେଟ ଇତିହାସରେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ କେବେ କ୍ଲିନ ସୁଇପ୍‌ ସିରିଜ ବିଜୟୀ ହୋଇପାରିନାହିଁ। ଫ୍ରଣ୍ଟ ଲାଇନ୍‌ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଏହି ସିରିଜରେ ପ୍ରାଧାନ୍ୟ ବିସ୍ତାର କରି ଖେଳୁଛି। ଭାରତ ରେକର୍ଡ କ୍ରମାଗତ ୪ ଦିନିକିଆ ବିଜୟ ସହ ବିଶ୍ୱକପ୍‌ରେ ଏହାର ଅଭିଯାନ ଆରମ୍ଭ କରିବାକୁ ଚାହୁଛି। ଭାରତ ଯଦି ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ ବିଜୟ ଲାଭ କରେ ତେବେ ଅକ୍ଟୋବର ୮ରେ ଚେନ୍ନାଇଠାରେ ଦୁଇ ଦଳ ସେମାନଙ୍କ ବିଶ୍ୱକପ୍‌ ଓପନର ଖେଳିବା ପୂର୍ବରୁ ୫ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷରେ ଫେଭରାଇଟ ରହିବ। ଆଗକୁ ମେଗା ଇଭେଣ୍ଟକୁ ଲକ୍ଷ୍ୟ ରଖି ଉଭୟେ ଦଳରେ ବହୁ ଅଦଳ ବଦଳ କରୁଛନ୍ତି। ତେଣୁ ପୂର୍ବାନୁମାନରେ ଏପଟ ସେପଟ ହୋଇପାରେ। ତୃତୀୟ ଦିନିକିଆ ପାଇଁ ଭାରତର ‘ୟଙ୍ଗ୍‌ ଗନ୍‌’ ଶୁବମନ ଗିଲ୍‌ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି। ଶୁବମନ ଗିଲ୍‌ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୭୪ ଓ ୧୦୪ ରନ ସଂଗ୍ରହ କରିଛନ୍ତି। ୫୦ ଓଭର ବିଶ୍ୱକପ୍‌ ବର୍ଷରେ ଗିଲ୍‌ ଏହି ଫର୍ମାଟରେ ପ୍ରଥମ ବ୍ୟାଟର ଭାବେ ୧ ହଜାର ରନ ପୂରଣ କରିବା ସହ ୧,୨୩୦ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କର ଆଭରେଜ ୭୨.୩୫ ରହିଛି। ଭାରତର ଆଗଧାଡ଼ି ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଦଳକୁ ଫେରିବା ସମ୍ଭାବନା ରହିଛି। କିଛି ଦିନ ବିଶ୍ରାମ ପରେ ଫର୍ମରେ ଥିବା କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ମ୍ୟାଚରେ ଖେଳିପାରନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଗତ ଦୁଇଟି ମ୍ୟାଚରେ କେ.ଏଲ୍‌ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଇ ଆସୁଥିଲେ। ରାହୁଲ ଠିକଣା ସମୟରେ ଉଭୟ ବ୍ୟାଟିଂ ଓ ଉଇକେଟକିପିଙ୍ଗରେ ଭଲ ପ୍ରଦର୍ଶନ କରୁଛନ୍ତି। ଭାରତ ପାଇ ଏହା ଖୁସିର ବିଷୟ। ବିଶ୍ୱକପ୍‌ ପାଇଁ ଦଳ ଚୂଡ଼ାନ୍ତ କରିବା ପୂର୍ବରୁ ବରିଷ୍ଠ ସ୍ପିନର ରବିଚନ୍ଦ୍ର ଅଶ୍ୱିନଙ୍କୁ ଏହି ମ୍ୟାଚରେ ସୁଯୋଗ ଦେଇପାରେ। ସିରିଜରେ ଅଷ୍ଟ୍ରେଲିଆର ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନରେ ବିଫଳ ହୋଇଛି। କ୍ରମାଗତ ୫ଟି ଅନ୍ତର୍ଜାତୀୟ ଦିନିକିଆରେ ପରାଜିତ ହୋଇ ସାରିଥିବା ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ପୂର୍ବରୁ ବିଜୟ ପଥକୁ ଫେରିବାକୁ ହେବ। କିଛି ମାସ ପୂର୍ବେ ଏହି ଦଳ ଭାରତକୁ ୨-୧ରେ ପରାସ୍ତ କରିଥିଲା। ସେତେବେଳେ ମିଚେଲ ଷ୍ଟାର୍କ ତାଙ୍କ ଚମତ୍କାର ଇନ୍‌ ସୁଇଂ ବୋଲିଂରେ ଭାରତୀୟ ଡାହାଣହାତୀ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ। ବିଶ୍ୱକପ୍‌ ପୂର୍ବରୁ ଏହା ଶେଷ ମ୍ୟାଚ ହୋଇଥିବାରୁ ଅଷ୍ଟ୍ରେଲିଆ ଏହାର ପ୍ରମୁଖ ବୋଲର ପ୍ୟାଟ୍‌ କୁମିନ୍ସ ଓ ମିଚେଲ ଷ୍ଟାର୍କଙ୍କୁ ଖେଳାଇପାରେ। ଭାରତରେ ଚଳିତବର୍ଷ ଟପ୍‌ ଅର୍ଡରରେ ଟ୍ରାଭିସ ହେଡ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ ଓ ମାର୍ନସ ଲାବୁସେନଙ୍କର ପ୍ରଦର୍ଶନ ଆଶାନୁରୂପ ରହିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri