Posted inଖେଳ

ଚେନ୍ନାଇ ଟେଷ୍ଟ ଜିତିବା ଭାରତ ପାଇଁ କଷ୍ଟକର

ଚେନ୍ନାଇ, ୮ା୨- ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଜିତିବା ପାଇଁ ଆହୁରି ୩୮୧ ରନ୍‌ ଦରକାର। ଟିମ୍‌ ଇଣ୍ଡିଆ ହାତରେ ୯ଟି ଦ୍ୱିତୀୟ ଇନିଂସ ଉଇକେଟ ରହିଛି। ଅନ୍ତିମ ଦିନରେ ଏତେ ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିବାରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ମ୍ୟାଚ୍‌ ବଞ୍ଚାଇବା ପାଇଁ ପୂରା ଦିନ କ୍ରିଜରେ ଛିଡ଼ା ହେବାକୁ ଚେଷ୍ଟା କରିବ।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୨୫୭/୬)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ବଳକା ୪ ଉଇକେଟରେ ମାତ୍ର ୮୦ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ୩୩୭ ରନ୍‌ରେ ସୀମିତ ରହିଥିଲା। ଘରୋଇ ଦଳ ପାଇଁ ଓ୍ବାଶିଂଟନ ସୁନ୍ଦର ୮୫ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ୨୪୧ ରନ୍‌ର ଅଗ୍ରଣୀ ଥିବା ସତ୍ତ୍ୱେ ଭାରତକୁ ଫଲୋଅନ୍‌ ଦେବା ପରିବର୍ତ୍ତେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଏହାପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁଗରି ସ୍ପିନ ବୋଲିଂ ଯୋଗୁ ପୂରା ଇଂଲଣ୍ଡ ଦଳ ୧୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅଶ୍ୱିନ ସର୍ବାଧିକ ୬ ଉଇକେଟ ହାତେଇଥିବାବେଳେ ୨ ଉଇକେଟ ଅକ୍ତିଆର କରିଥିଲେ ଶାହାବାଜ ନଦୀମ। ଫଳରେ ଭାରତ ଆଗରେ ଧାର୍ଯ୍ୟ ହୋଇଥିଲା ୪୨୦ ରନ୍‌ର ଟାର୍ଗେଟ।

ବିରାଟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନ ସୁଦ୍ଧା ରୋହିତ ଶର୍ମା(୧୨)ଙ୍କ ଉଇକେଟ ହରାଇ ୩୯ ରନ୍‌ କରିଛି। ଶୁବମାନ ଗିଲ ୧୫ ଓ ଚେତ୍ତେଶ୍ୱର ପୂଜାରା ୧୨ ରନ୍‌ କରି ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟର ଫାଇନାଲରେ ସୋଲାଙ୍କି

ନୂଆଦିଲ୍ଲୀ,୧୮।୩(ପି.ଟି.): ତୁର୍କୀର ଇସ୍ତାନବୁଲଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତା ଗୌରବ ସୋଲାଙ୍କି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋଲାଙ୍କି ୫-୦ରେ...

ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…

ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ...

ହଙ୍ଗେରୀରେ ଦର୍ଶକଙ୍କୁ ଅନୁମତି

ବୁଦାପେଷ୍ଟ,୨୯ା୫ (ଏପି)- ହଙ୍ଗେରୀରେ ପୁଣି ଦର୍ଶକଙ୍କ ଉପସ୍ଥିତିରେ ଫୁଟ୍‌ବଲ ମ୍ୟାଚ ଆୟୋଜନ ହୋଇପାରିବ ବୋଲି ଦେଶର ଫୁଟ୍‌ବଲ ମହାସଂଘ କହିଛି। ଏଥିପାଇଁ ସ୍ଥାନୀୟ ସରକାର ଅନୁମତି...

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ...

୪୪ ମ୍ୟାଚ୍‌ ପରେ ଭାଙ୍ଗିଲା ଲିଭରପୁଲର ଅପରାଜେୟ ଧାରା

ଲଣ୍ଡନ,୦୧ା୩- ଚଳିତ ସିଜନରେ କ୍ରମାଗତ ପ୍ରିମିୟର ଲିଗ୍‌ରେ ୪୪ ମ୍ୟାଚ୍‌ ପରେ ଲିଭରପୁଲର ଅପରାଜେୟ ଧାରା ଭଙ୍ଗ ହୋଇଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓ୍ବାଟଫର୍ଡ ୩-୦...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା...

ସାଇନା, ପ୍ରଣୟଙ୍କ ରିପୋର୍ଟ ନେଗେଟିଭ, ଖେଳିବେ ଦ୍ୱିତୀୟ ରାଉଣ୍ଡରେ

ବ୍ୟାଙ୍କକ୍‌, ୧୨ା୧ (ପି.ଟି.)- ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚ. ଏସ୍‌. ପ୍ରଣୟଙ୍କ ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟର ରିପୋର୍ଟ ନେଗେଟିଭ...

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧- କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ...

Advertisement
Archives

Model This Week