Posted inଖେଳ

ଭାରତ ୩, ବାଂଲାଦେଶ ୧

ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହି ମ୍ୟାଚଟି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪ଟି ବିଶ୍ୱକପ୍‌ ମ୍ୟାଚ ହୋଇଛି। ଏଥିରୁ ଭାରତ ୩ଟିରେ ବିଜୟୀ ହୋଇଥିବାବେଳେ ବାଂଲାଦେଶ ଗୋଟିଏ ଜିତିଛି। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଏହି ମ୍ୟାଚ ପାଇଁ ଯଦିଓ ଭାରତ ପଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରହିଛି। ତେଣୁ ଏହି ମ୍ୟାଚ ଉପରେ ନିଶ୍ଚିତ ସମସ୍ତଙ୍କ ନଜର ରହିବ। ଉଭୟ ଦଳର ରେକର୍ଡ ଦୃଷ୍ଟିରୁ ଭାରତର ସର୍ବାଧିକ ସ୍କୋର ୩୭୦ ଓ ବାଂଲାଦେଶର ୨୮୬ ରହିଛି ।
ସେହିପରି ଭାରତର ସର୍ବନିମ୍ନ ସ୍କୋର ୧୯୧ ଓ ବାଂଲାଦେଶର ୧୯୨ ରହିଛି।
ବାଂଲାଦେଶ ୫ ଉଇକେଟରେ ବିଜୟୀ
୨୦୦୭ ମାର୍ଚ୍ଚ ୧୭ରେ ପୋର୍ଟ ଅଫ୍‌ ସ୍ପେନ୍‌ର କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ପ୍ରଥମ ବିଶ୍ୱକପ୍‌ ମୁକାବିଲା ହୋଇଥିଲା। ଏଥିରେ ବାଂଲାଦେଶ ୫ ଉଇକେଟରେ ଭାରତକୁ ହରାଇ ଚକିତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ସୌରଭ ଗାଙ୍ଗୁଲିଙ୍କ ୬୬ ରନ ସତ୍ତ୍ୱେ ୪୯.୩ ଓଭରରେ ୧୯୧ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଯୁବରାଜ ସିଂ ୪୭ ରନ କରିଥିଲେ। ବାଂଲାଦେଶ ବୋଲରଙ୍କ ମଧ୍ୟରେ ମାଶ୍ରାଫେ ମୋର୍ତାଜା ୪ଟି ଏବଂ ମହମ୍ମଦ ରଫିକ ଓ ଅବଦୁର ରଜାକ ୩ଟି ଲେଖାଏ ଉଇକେଟ ନେଇଥିଲେ। ୧୯୨ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୪୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ତାମିମ ଇକବାଲ (୫୧), ମୁଶ୍‌ଫିକର ରହିମ (୫୬) ଓ ଶାକିବ ଅଲ୍‌ ହାସନ (୫୩) ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ।
ଭାରତ ୮୭ ରନରେ ବିଜୟୀ
ପରବର୍ତ୍ତୀ ବିଶ୍ୱକପ୍‌ ଅର୍ଥାତ୍‌ ୨୦୧୧ ସଂସ୍କରଣରେ ଭାରତ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା। ମୀରପୁରର ଶେର ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଫେବୃୟାରୀ ୧୯ରେ ଅନୁଷ୍ଠିତ ମ୍ୟାଚରେ ଭାରତ ୮୭ ରନରେ ବାଂଲାଦେଶକୁ ଏହାର ଘରୋଇ ପରିବେଶରେ ହରାଇ ଦେଇଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ବୀରେନ୍ଦ୍ର ସେହ୍ବାଗ (୧୪୦ ବଲ୍‌ରୁ ୧୭୫ ରନ, ୧୪ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲି (୮୩ ବଲ୍‌ରୁ ୧୦୦ ରନ, ୮ ଚୌକା, ୨ ଛକା)ଙ୍କ ଅପରାଜିତ ଶତକ ସହାୟତାରେ ୪ ଉଇକେଟ ହରାଇ ୩୭୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାଥିଲା ବିଶ୍ୱକପ୍‌ରେ କୋହଲିଙ୍କ ପ୍ରଥମ ଶତକ। ଜବାବରେ ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ତାମିମ ଇକବାଲ ସର୍ବାଧିକ ୭୦ ଓ ଶାକିବ ଅଲ୍‌ ହାସନ ୫୫ ରନ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ମୁନାଫ ପଟେଲ ସର୍ବାଧିକ ୪ଟି ଉଇକେଟ ନେଇଥିଲେ।
ଭାରତ ୧୦୯ ରନରେ ବିଜୟୀ
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ୨୦୧୫ ମାର୍ଚ୍ଚ ୧୯ରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଶତକ ଏବଂ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ହରାଇ ୩୦୨ ରନ କରିଥିଲା। ରୋହିତ ୧୨୬ ବଲ୍‌ରୁ ୧୩୭ ଓ ରାଇନା ୫୭ ବଲ୍‌ରୁ ୬୫ ରନ କରିଥିଲେ। ବାଂଲାଦେଶର ତାସକିନ ଅହମଦ ୩ଟି ଉଇକେଟ ନେଇଥିଲେ। ବଡ଼ ସ୍କୋରର ପିଛା କରିଥିବା ବାଂଲାଦେଶ ଚାପର ବଶବର୍ତ୍ତୀ ହୋଇ ୪୫ ଓଭରରେ ୧୯୩ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିବାବେଳେ ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୪ଟି ଉଇକେଟ ନେଇଥିଲେ।
ଭାରତ ୨୮ ରନରେ ବିଜୟୀ
ଶେଷଥର ପାଇଁ ଉଭୟ ଦଳ ମଧ୍ୟରେ ଗତ ବିଶ୍ୱକପ୍‌ରେ ଇଂଲଣ୍ଡର ଏଜ୍‌ବାଷ୍ଟନଠାରେ ମୁକାବିଲା ହୋଇଥିଲା। ଏଥିରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ବିଜୟ ଧାରା ବଜାୟ ରଖିଥିଲା। ରୋହିତ ଶର୍ମା (୧୦୪ ରନ, ୯୨ ବଲ୍‌, ୭ ଚୌକା, ୫ ଛକା)ଙ୍କ ଶତକ ଏବଂ ଲୋକେଶ ରାହୁଲ (୭୭)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୩୧୪ ରନ କରିଥିଲା। ବିପକ୍ଷ ଦଳର ମୁସ୍ତାଫିଜୁର ରହମନ ୫ ଉଇକେଟ ସଫଳତା ପାଇଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ୨୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ଶାକିବ ଅଲ୍‌ ହାସନ ସର୍ବାଧିକ ୬୬ ଓ ମହମ୍ମଦ ସୈଫୁଦ୍ଦିନ ୫୧* ରନ କରିଥିଲେ। ଭାରତର ଯଶପ୍ରୀତ୍‌ ବୁମ୍‌ରା ୪ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri