Posted inଖେଳ

ଭାରତ ୩, ବାଂଲାଦେଶ ୧

ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହି ମ୍ୟାଚଟି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪ଟି ବିଶ୍ୱକପ୍‌ ମ୍ୟାଚ ହୋଇଛି। ଏଥିରୁ ଭାରତ ୩ଟିରେ ବିଜୟୀ ହୋଇଥିବାବେଳେ ବାଂଲାଦେଶ ଗୋଟିଏ ଜିତିଛି। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଏହି ମ୍ୟାଚ ପାଇଁ ଯଦିଓ ଭାରତ ପଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରହିଛି। ତେଣୁ ଏହି ମ୍ୟାଚ ଉପରେ ନିଶ୍ଚିତ ସମସ୍ତଙ୍କ ନଜର ରହିବ। ଉଭୟ ଦଳର ରେକର୍ଡ ଦୃଷ୍ଟିରୁ ଭାରତର ସର୍ବାଧିକ ସ୍କୋର ୩୭୦ ଓ ବାଂଲାଦେଶର ୨୮୬ ରହିଛି ।
ସେହିପରି ଭାରତର ସର୍ବନିମ୍ନ ସ୍କୋର ୧୯୧ ଓ ବାଂଲାଦେଶର ୧୯୨ ରହିଛି।
ବାଂଲାଦେଶ ୫ ଉଇକେଟରେ ବିଜୟୀ
୨୦୦୭ ମାର୍ଚ୍ଚ ୧୭ରେ ପୋର୍ଟ ଅଫ୍‌ ସ୍ପେନ୍‌ର କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ପ୍ରଥମ ବିଶ୍ୱକପ୍‌ ମୁକାବିଲା ହୋଇଥିଲା। ଏଥିରେ ବାଂଲାଦେଶ ୫ ଉଇକେଟରେ ଭାରତକୁ ହରାଇ ଚକିତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ସୌରଭ ଗାଙ୍ଗୁଲିଙ୍କ ୬୬ ରନ ସତ୍ତ୍ୱେ ୪୯.୩ ଓଭରରେ ୧୯୧ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଯୁବରାଜ ସିଂ ୪୭ ରନ କରିଥିଲେ। ବାଂଲାଦେଶ ବୋଲରଙ୍କ ମଧ୍ୟରେ ମାଶ୍ରାଫେ ମୋର୍ତାଜା ୪ଟି ଏବଂ ମହମ୍ମଦ ରଫିକ ଓ ଅବଦୁର ରଜାକ ୩ଟି ଲେଖାଏ ଉଇକେଟ ନେଇଥିଲେ। ୧୯୨ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୪୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ତାମିମ ଇକବାଲ (୫୧), ମୁଶ୍‌ଫିକର ରହିମ (୫୬) ଓ ଶାକିବ ଅଲ୍‌ ହାସନ (୫୩) ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ।
ଭାରତ ୮୭ ରନରେ ବିଜୟୀ
ପରବର୍ତ୍ତୀ ବିଶ୍ୱକପ୍‌ ଅର୍ଥାତ୍‌ ୨୦୧୧ ସଂସ୍କରଣରେ ଭାରତ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା। ମୀରପୁରର ଶେର ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଫେବୃୟାରୀ ୧୯ରେ ଅନୁଷ୍ଠିତ ମ୍ୟାଚରେ ଭାରତ ୮୭ ରନରେ ବାଂଲାଦେଶକୁ ଏହାର ଘରୋଇ ପରିବେଶରେ ହରାଇ ଦେଇଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ବୀରେନ୍ଦ୍ର ସେହ୍ବାଗ (୧୪୦ ବଲ୍‌ରୁ ୧୭୫ ରନ, ୧୪ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲି (୮୩ ବଲ୍‌ରୁ ୧୦୦ ରନ, ୮ ଚୌକା, ୨ ଛକା)ଙ୍କ ଅପରାଜିତ ଶତକ ସହାୟତାରେ ୪ ଉଇକେଟ ହରାଇ ୩୭୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାଥିଲା ବିଶ୍ୱକପ୍‌ରେ କୋହଲିଙ୍କ ପ୍ରଥମ ଶତକ। ଜବାବରେ ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ତାମିମ ଇକବାଲ ସର୍ବାଧିକ ୭୦ ଓ ଶାକିବ ଅଲ୍‌ ହାସନ ୫୫ ରନ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ମୁନାଫ ପଟେଲ ସର୍ବାଧିକ ୪ଟି ଉଇକେଟ ନେଇଥିଲେ।
ଭାରତ ୧୦୯ ରନରେ ବିଜୟୀ
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ୨୦୧୫ ମାର୍ଚ୍ଚ ୧୯ରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଶତକ ଏବଂ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ହରାଇ ୩୦୨ ରନ କରିଥିଲା। ରୋହିତ ୧୨୬ ବଲ୍‌ରୁ ୧୩୭ ଓ ରାଇନା ୫୭ ବଲ୍‌ରୁ ୬୫ ରନ କରିଥିଲେ। ବାଂଲାଦେଶର ତାସକିନ ଅହମଦ ୩ଟି ଉଇକେଟ ନେଇଥିଲେ। ବଡ଼ ସ୍କୋରର ପିଛା କରିଥିବା ବାଂଲାଦେଶ ଚାପର ବଶବର୍ତ୍ତୀ ହୋଇ ୪୫ ଓଭରରେ ୧୯୩ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିବାବେଳେ ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୪ଟି ଉଇକେଟ ନେଇଥିଲେ।
ଭାରତ ୨୮ ରନରେ ବିଜୟୀ
ଶେଷଥର ପାଇଁ ଉଭୟ ଦଳ ମଧ୍ୟରେ ଗତ ବିଶ୍ୱକପ୍‌ରେ ଇଂଲଣ୍ଡର ଏଜ୍‌ବାଷ୍ଟନଠାରେ ମୁକାବିଲା ହୋଇଥିଲା। ଏଥିରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ବିଜୟ ଧାରା ବଜାୟ ରଖିଥିଲା। ରୋହିତ ଶର୍ମା (୧୦୪ ରନ, ୯୨ ବଲ୍‌, ୭ ଚୌକା, ୫ ଛକା)ଙ୍କ ଶତକ ଏବଂ ଲୋକେଶ ରାହୁଲ (୭୭)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୩୧୪ ରନ କରିଥିଲା। ବିପକ୍ଷ ଦଳର ମୁସ୍ତାଫିଜୁର ରହମନ ୫ ଉଇକେଟ ସଫଳତା ପାଇଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ୨୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ଶାକିବ ଅଲ୍‌ ହାସନ ସର୍ବାଧିକ ୬୬ ଓ ମହମ୍ମଦ ସୈଫୁଦ୍ଦିନ ୫୧* ରନ କରିଥିଲେ। ଭାରତର ଯଶପ୍ରୀତ୍‌ ବୁମ୍‌ରା ୪ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri