Posted inଖେଳ

ରୋହିତ, ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୫।୧୨: ଟି -୨୦ ସିରିଜ୍‌ର ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦମ୍‌ଦାର ସ୍କୋର କରିଛନ୍ତି। ଏଥିସହ ସୂର୍ଯ୍ୟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ୍‌ ଭାବରେ ମନୋନୀତ କରାଯାଇଛି। ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜୋହାନ୍ସବର୍ଗରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ସହିତ ସିରିଜ ୧-୧ ଡ୍ର’ରେ ଶେଷ ହୋଇଥିଲା।

ଟିମ ଇଣ୍ଡିଆ ପାଇଁ ପ୍ଲେୟର ଅଫ ଦ ସିରିଜ୍‌ ଜିତିବା ଦୃଷ୍ଟିରୁ ସୂର୍ଯ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ ସେ ରୋହିତ ଶର୍ମା, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳିଙ୍କୁ ପଛରେ ଛାଡିଛନ୍ତି। ସୂର୍ଯ୍ୟ ଏହି ଟାଇଟଲ ୪ ଥର ଜିତିଛନ୍ତି। ରୋହିତ ଏବଂ ପାଣ୍ଡ୍ୟା ପ୍ରତ୍ୟେକ ଥର ଦୁଇ ଦୁଇ ଥର ଏହି ପୁରସ୍କାର ପାଇଛନ୍ତି। ଭୁବନେଶ୍ୱର ୩ଥର ଏହି ଟାଇଟଲ ଜିତିଛନ୍ତି । ଭାରତ ପାଇଁ ଟି -୨୦ରେ ସର୍ବାଧିକ ପ୍ଲେୟର ଅଫ ଦି ସିରିଜ୍‌ ଜିତିବାରେ ବିରାଟ କୋହଲିଙ୍କ ନାମ ଆଗରେ ରହିଛି। କୋହଲି ୭ ଥର ଏହି ଟାଇଟଲ ଜିତିଛନ୍ତି।

ସୂଚନାଯୋଗ୍ୟ , ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ତୃତୀୟ ମ୍ୟାଚରେ ୨୦୧ ରନ୍‌ ସଂଗ୍ରହ କରିଥିଲା। ଏହି ସମୟରେ ସୂର୍ଯ୍ୟ ଏକ ଶତକ ହାସଲ କରିଥିଲେ। ସେ ୫୬ ବଲ ସମ୍ମୁଖରେ ୧୦୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ସୂର୍ଯ୍ୟ ୭ ଚୌକା ଓ ୮ ଛକା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri