Posted inଖେଳ

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ, କହିଲେ ମ୍ୟାଚ ଜିତାଇଦେଲେ…

ନୂଆଦିଲ୍ଲୀ,୧୫ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟରେ ବ୍ୟାଟରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଅବଦାନ ଅଧିକ ରହିଛି । ବେ ଓଭାଲ୍‌ରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଦିନିକିଆରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ମାତ୍ର ୨୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲେ ମଧ୍ୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ମ୍ୟାଚ୍‌କୁ ୨୨ ରନ୍‌ରେ ଜିତି ନେଇଥିଲା। ଏହା ସହ ୩-୧ରେ ସିରିଜ୍‌ ନିଜ ନାଁରେ କରିଥିଲା ଟିମ୍‌ ଇଣ୍ଡିଆ।

ମ୍ୟାଚ୍‌ରେ ଭାରତର ଟପ୍‌ ଅର୍ଡର ବ୍ୟାଟରମାନେ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲେ । ବିରାଟ କୋହଲି ୫, ରୋହିତ ଶର୍ମା ୭, ଋତୁରାଜ ଗାଏକୱାଡ଼ ୧୮ ଏବଂ ଶ୍ରେୟସ ଆୟର ୨୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତର ଇନିଂସ୍‌ ୨୦୯ ରନ୍‌ରେ ସୀମିତ ରହିଥିଲା। ଏତେ କମ୍‌ ସ୍କୋର୍‌କୁ ରକ୍ଷା କରିବା ଚ୍ୟାଲେଞ୍ଜ ଥିଲେ ମଧ୍ୟ ଭାରତୀୟ ବୋଲର ଏହାକୁ ସଫଳ କରି ଦେଖାଇଥିଲେ।

ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୧୦ ଓଭରରେ ମାତ୍ର ୩୦ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ମହମ୍ମଦ ସିରାଜ ୨ଟି ଏବଂ ଅକ୍ଷର ପଟେଲ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ନେଇଥିଲେ। ବ୍ୟାଟିଂରେ ମଧ୍ୟ ଅକ୍ଷର ୪୬ ରନ୍‌ କରି ଦଳକୁ ସହାୟତା କରିଥିଲେ। ଅର୍ଶଦୀପ ମଧ୍ୟ ୪ଟି ବଲ୍‌ରୁ ଗୁରୁତ୍ୱପୂର୍ଣ୍ଣ ୧୪ ରନ୍‌ କରିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ଦଳ ୧୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।ଭାରତର ଏହି ବିଜୟ ପରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ବୋଲରଙ୍କ ପ୍ରଶଂସା କରି ଏକ୍ସରେ ପୋଷ୍ଟ କରିଛନ୍ତି । ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଗମ୍ଭୀର ଲେଖିଛନ୍ତି, “ବୋଲରମାନେ ଆପଣଙ୍କୁ ସିରିଜ୍‌ ଜିତାଇଥାନ୍ତି! ଆମ ପୁଅମାନଙ୍କ ପାଇଁ ଗର୍ବିତ।” ତାଙ୍କର ଏହି ପୋଷ୍ଟ ଚର୍ଚ୍ଚାରେ ରହିଛି।

ସିରିଜ୍‌ରେ ଭଲ ପ୍ରଦର୍ଶନ ପାଇଁ ଗୁରନୂର ବରାରଙ୍କୁ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଭାବେ ଚୟନ କରାଯାଇଥିଲା। ସେ ୪ଟି ଦିନିକିଆ ମ୍ୟାଚ୍‌ରେ ମୋଟ ୯ଟି ୱିକେଟ୍‌ ନେଇଥିଲେ। ତେବେ ପୂର୍ବରୁ ଟେଷ୍ଟ ଦଳରେ ସାମିଲ ହୋଇଥିବାରୁ ସେ ପଞ୍ଚମ ଦିନିକିଆ ଖେଳିନଥିଲେ ଏବଂ ପୁରସ୍କାର ଗ୍ରହଣ କରିବାକୁ ମଧ୍ୟ ଉପସ୍ଥିତ ରହିପାରିନଥିଲେ।

ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ । ଏହାର ପ୍ରଥମ ଟେଷ୍ଟ ନଭେମ୍ବର ୧୯ରୁ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ ସକାଳ ୩ଟା ୩୦ ମିନିଟ୍‌ରେ ଆରମ୍ଭ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?