Posted inଖେଳ

ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦

ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କ୍ଲିନ ସୁଇପ କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ।

ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୪୯ ରନ୍‌ରେ ହରାଇଥିଲା ଭାରତ। ଏହାଦ୍ୱାରା ସିରିଜକୁ ଜିତି ନେଇଛି ଦଳ। ଯଦି ଆଜିର ମ୍ୟାଚ୍‌ ଦଳ ଜିତେ ତେବେ ଅଧିନାୟକ ଭାବରେ ରୋହିତ ଶର୍ମା ରେକର୍ଡ କରିବେ।ଲଗାତର ଭାବେ ସେ ୧୯ ମ୍ୟାଚ୍‌ ଜିତିଥିବା ବେଳେ ୨୦ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆର ପୂର୍ବତନ ସଫଳ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହେବେ। ୨୦୦୩ରେ ପଣ୍ଟିଂ ଅଧିନାୟକ ଭାବେ ଲଗାତର ୨୦ ମ୍ୟାଚ୍‌ ଜିତିବାର ରେକର୍ଡ କରିଥିଲେ।

ଆସନ୍ତୁ ଜାଣିବା ଏହି ମ୍ୟାଚ୍‌ କେବେ, କେଉଁଠି, କେତେବେଳେ ଖେଳାଯିବ?

କେବେ ଖେଳାଯିବ?
ରବିବାର ସନ୍ଧ୍ୟା ୭ଟାରେ ନଟିଂହାମରେ ଏହି ମ୍ୟାଚ୍‌ ଖେଳାଯିବ।

କେଉଁଠି ଦେଖିପାରିବେ?
ସୋନି ସ୍ପୋଟ୍ସ ନେଟ୍‌ଓ୍ବର୍କରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ।

ଅନ୍‌ଲାଇନ୍‌ରେ କେଉଁଠି ଲାଇଭ୍‌ ଷ୍ଟ୍ରିମିଂ ହେବ?
ସୋନି ଲିଭ୍‌ ରେ ଏହାକୁ ଅନ୍‌ଲାଇନ୍‌ରେ ଦେଖିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶତକ ମାରିବା ପରେ କାନ ଧରିଥିଲେ ଏହି ଭାରତୀୟ ଖେଳାଳି: କାରଣ ଜାଣିଲେ…

ପୁଣେ, ୨୭।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା।...

କୁମ୍ବଲେ, ଭଜିଙ୍କୁ ଟପିଲେ ଅଶ୍ୱିନ

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ତଥା ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ୩ ଉଇକେଟ ନେଇ ଚଳିତ ବର୍ଷ ଟେଷ୍ଟ ଫର୍ମାଟରେ ୫୦ ଉଇକେଟ...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକ

କାନବେରା,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଶନିବାର ରାତିରେ ଟାଉନସଭିଲେରେ ଏହି...

ପ୍ରିକ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୩୧।୮: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ...

ଭଣଜାଙ୍କ ଉପରେ ରାଗିଗଲେ ଗୋବିନ୍ଦା

ବଲିଉଡର ଭେଟେରାନ ଅଭିନେତା ଗୋବିନ୍ଦା ଏବେ ତାଙ୍କ ଭଣଜା ତଥା କମେଡିଆନ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ଏବେ ଭଣଜାଙ୍କ ପରିବାରଠାରୁ ଦୂରେଇ ରହିବାକୁ...

ଶ୍ରେଷ୍ଠ ପ୍ରଦର୍ଶନ ବାକି ରହିଛି: ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ, ୧ା୮ (ପି.ଟି.)- ଇଂଲଣ୍ଡର ବିଶ୍ୱକପ୍‌ ଦଳରୁ ଯେତେବେଳେ ସେ ଶେଷ ମୁହୂର୍ତ୍ତରେ ବାଦ୍‌ ପଡ଼ିଲେ କ୍ରିକେଟ ଖେଳ ପ୍ରତି ତାଙ୍କର ଭଲ ପାଇବା କମି...

‘ଆଇପିଏଲ ଆୟୋଜନ ବଡ଼ ଚ୍ୟାଲେଞ୍ଜ’

ଦୁବାଇ,୨୮ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ...

Advertisement
Archives

Model This Week