Posted inଖେଳ

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୧।୧: ଟିମ ଇଣ୍ଡିଆ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଦୀର୍ଘ ଦିନ ପରେ ରୋହିତ ଶର୍ମା ଭାରତୀୟ ଟି -୨୦ ଦଳକୁ ଫେରିଛନ୍ତି। ଏହି ସିରିଜରେ ରୋହିତ ଭାରତର ଅଧିନାୟକ ହେବେ। ପୂର୍ବତନ ଭାରତୀୟ କ୍ରିକେଟର ସବା କରିମ ରୋହିତ ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ରୋହିତଙ୍କ ପାଖରେ ମ୍ୟାଚ ଜିତିବାର କ୍ଷୁଧା ଅଛି।

ସବା କାରିମ ବିଶ୍ୱକପ୍‌ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଇଣ୍ଡିଆ ଟୁଡେରୁ ମିଳିଥିବା ଖବର ଅନୁଯାୟୀ ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କ କ୍ୟାରିୟରର ଏହା ବହୁତ ଭଲ ପର୍ଯ୍ୟାୟ। ବିଶ୍ୱକପ୍‌ ସମୟରେ ସେ ଯେଉଁଭଳି ଭାବେ ଅଧିନାୟକ କରିଥିଲେ, ତାହା ଦର୍ଶାଏ ଯେ, ତଥାପି ଜିତିବାକୁ ତାଙ୍କର କ୍ଷୁଧା ଅଛି। ସେ ଭଲ ଫର୍ମରେ ଅଛନ୍ତି ଏବଂ ତାଙ୍କର ଫିଟନେସ ମଧ୍ୟ ବହୁତ ଭଲ। ଏହି କାରଣରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତଙ୍କୁ ପୁଣି ଚୟନ କରିଛନ୍ତି। ସେ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଦଳ ପାଇଁ ସହାୟକ ହେବେ।

୨୦୨୩ ବିଶ୍ୱକପ ସମୟରେ ଟିମ ଇଣ୍ଡିଆ ପାଇଁ ରୋହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରୋହିତ ୧୧ ଟି ମ୍ୟାଚରେ ୫୯୭ ରନ୍‌ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ଏକ ଶତକ ଏବଂ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ ପୂର୍ବରୁ ଅନେକ ଥର ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ସେ ଦୀର୍ଘ ସମୟ ଧରି ଭାରତୀୟ ଟି -୨୦ ଦଳରୁ ବାହାରେ ଥିଲେ। ନଭେମ୍ବର ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ରୋହିତ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ସେ ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri