Posted inଖେଳ

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା: ହସ୍ପିଟାଲରେ ଏହି କ୍ରିକେଟର୍‌

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଖେଳର ତୃତୀୟ ଦିନରେ ଭାରତ ୨ ଉଇକେଟ ପାଇଁ ୨୧୫ ସ୍କୋର କରିଥିଲା ଏବଂ ଲାଗୁଥିଲା ଯେ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଯୋଡି ଚତୁର୍ଥ ଦିନରେ ମଧ୍ୟ ବ୍ୟାଟିଂ କରି ଭାରତକୁ ଏକ ନିରାପଦ ସ୍ଥାନରେ ପହଞ୍ଚାଇବେ କିନ୍ତୁ ଏହା ହୋଇ ନଥିଲା। ଉଭୟ ବ୍ୟାଟ୍ସମ୍ୟାନ ଶୀଘ୍ର ଆଉଟ ହୋଇଥିଲେ ଏବଂ ଟିମ ଇଣ୍ଡିଆ ମାତ୍ର ୬୩ ରନରେ ଶେଷ ୮ ଉଇକେଟ ହରାଇଥିଲା। ମ୍ୟାଚ ହାରିଯିବା ପରେ ଟିମ ଇଣ୍ଡିଆ ଆଉ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଡାକ୍ତରଖାନା ନିଆଯାଇଛି। ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କୁ ଡାକ୍ତରଖାନାରେ ଥିବା ଦେଖାଯାଇଛି। ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଇଥିବା ପୋଷାକ ମଧ୍ୟ ଜାଡେଜା ପିନ୍ଧିଛନ୍ତି। ସୂଚନା ଅନୁଯାୟୀ, ଜାଡେଜାଙ୍କୁ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି।
ସୂଚନାଯୋଗ୍ୟ ଯେ, ଲିଡ୍ସ ଟେଷ୍ଟରେ ଫିଲ୍ଡିଂ କରିବା ସମୟରେ ରବିନ୍ଦ୍ର ଜାଡେଜାଙ୍କ ଗୋଡରେ ଆଘାତ ଲାଗିଥିଲା। ଏହା ପରେ ସେ ମଧ୍ୟ କିଛି ସମୟ ପାଇଁ ପଡ଼ିଆ ବାହାରେ ଥିଲେ। ତେବେ ଖେଳର ଚତୁର୍ଥ ଦିନରେ ସେ ବ୍ୟାଟିଂ କରିବାକୁ ଆସି ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୫ ବଲରେ ୩୦ ରନ ସଂଗ୍ରହ କରିଥିଲେ। ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ଦୁଇଟି ଉଇକେଟ ନେଇଥିଲେ। ସେ ହସିବ ହମିଦ ଏବଂ ମୋଇନ ଅଲିଙ୍କ ଉଇକେଟ ନେଇଥିଲେ। ତେଣୁ ଜାଡେଜାଙ୍କ ଆଘାତ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା। ସେପ୍ଟେମ୍ବର ୨ ତାରିଖରୁ ଓଭାଲ ଟେଷ୍ଟରେ ଖେଳିବା ତାଙ୍କୁ କଷ୍ଟକର ହୋଇପାରେ। ଓଭାଲ ଟେଷ୍ଟର ପିଚ ସ୍ପିନ ବୋଲରମାନଙ୍କୁ ସାହାଯ୍ୟ କରିଥାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏକାଦଶରେ ସାମିଲ ହେବାର ସମସ୍ତ ସମ୍ଭାବନା ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?