ଭାରିଯାନ ବଢ଼ାଉଛି ପ୍ରଦୂଷଣ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ ହୋଇଥାଏ। ଏହାସତ୍ତ୍ୱେ ରାସ୍ତାରେ ଭାରିଯାନ ରଖାଯାଉଛି। ଫଳରେ ଅଧିକ ସମୟ ଯାନଗୁଡିକ ଷ୍ଟାଟ ଅବସ୍ଥାରେ ରହୁଥିବାରୁ ଏଥିରୁ ବାହାରୁ ଥିବା ଧୂୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୧ରେ ଚିଠି କରାଯାଇ ଉକ୍ତ ସ୍ଥାନରୁ ଭାରିଯାନ ପାର୍କିଂ ଓ ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ପ୍ରଶାନସିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଚିଠି ଆସିବାର ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ ଦାସ ଅଗଷ୍ଟ ୨୧ରେ ଅତିରିକ୍ତ ଜିଲାପାଳ, ବନ୍ଦର କର୍ତ୍ତୃପକ୍ଷ ଓ ପାର୍କିଂ କରୁଥିବା ବନ୍ଦର ବ୍ୟବହାରକାରୀ ସଂସ୍ଥାଗୁଡିକ ନିକଟକୁ ଚିଠି (ନଂ.୭୫୨/୨୦) ପଠାଇଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ବେଳାଭୂମି ରାସ୍ତାରେ ପଣ୍ୟବାହୀ ଭାରିଯାନ ରହୁଥିବାରୁ ଏଠାରେ ପ୍ରଦୂଷଣ ମାତ୍ରା ଦିନକୁଦିନ ବଢ଼ି ଚାଲିଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ହିତକର ନୁହେଁ। ରାସ୍ତାର ଉଭୟପାଶର୍‌ବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପର୍ଯ୍ୟଟନ ସ୍ଥାନ ଆଦି ରହିଛି। ସେଗୁଡିକ ମଧ୍ୟରେ ହନୁମାନ ମନ୍ଦିର, ବିଜୁ ବିଜ୍ଞାନ ପାର୍କ, ପାନ୍ଥନିବାସ, ସର୍କିଟ୍‌ ହାଉସ, ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ, ବତିଘର, ଜଳଜୀବ ସଂଗ୍ରହାଳୟ, ବିଜୁ ମିନାର ଓ କୋଭିଡ୍‌ ହସ୍ପିଟାଲ ପ୍ରମୁଖ ରହିଛି। ପୌରପାଳିକା ପକ୍ଷରୁ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏ ନେଇ ସରକାରୀସ୍ତରରେ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ଏସବୁର ସୁରକ୍ଷା ଓ ଲୋକଙ୍କ ନିରାପତ୍ତା ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ଭାରିଯାନ ପାର୍କିଂ ହଟାଯାଉ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri