Posted inରାଜ୍ୟ

୫ମ ପାଳିର ଚାରିବର୍ଷ ପୂର୍ତ୍ତି: ଶାସନ ବ୍ୟବସ୍ଥାରେ ବଢ଼ିଛି ଜନ ଭାଗୀଦାରି

ଶାସନ ବ୍ୟବସ୍ଥାରେ ୫-ଟି ଏବଂ ‘ମୋ ସରକାର’ ପରି ଉପକ୍ରମ କିପରି ବିରାଟ ପରିବର୍ତ୍ତନର ସୂତ୍ରପାତ କରିପାରେ, ତାହା ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ଦେଖିଲେ ସହଜରେ ବାରି ହୋଇଯାଉଛି। ବ୍ୟବସ୍ଥାରେ ଜନ ଭାଗୀଦାରିକୁ ସୁନିଶ୍ଚିତ କରିପାରିବାରେ ହିଁ ସଫଳତା ମିଳେ। ସରକାର ସେତେବେଳେ ସଫଳ ହୁଅନ୍ତି ଯେତେବେଳେ ବ୍ୟବସ୍ଥା ଉପରେ ସାଧାରଣ ଲୋକେ ବିଶ୍ୱାସ ପ୍ରକଟ କରନ୍ତି। ନିଜର ପ୍ରତିଟି କାର୍ଯ୍ୟକ୍ରମରେ ଜନ ଭାଗୀଦାରିକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ‘୫-ଟି’ ଏବଂ ପରେ ୨୦୧୯ ଅକ୍ଟୋବର ୨ରେ ‘ମୋ ସରକାର’ର ଅୟମାରମ୍ଭ କରିଥିଲେ। ରାଜ୍ୟ ପ୍ରଶାସନକୁ ଶୃଙ୍ଖଳିତ, ଦୁର୍ନୀତିମୁକ୍ତ ତଥା ଲୋକାଭିମୁଖୀ କରିବା ପାଇଁ ଏହି ଦୁଇ କାର୍ଯ୍ୟକ୍ରମକୁ ଆପଣାଯାଇଥିବା ବେଳେ ଏହା ଫଳପ୍ରସୂ ମଧ୍ୟ ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟ ପ୍ରଶାସନର ଦୁଇଟି ପ୍ରମୁଖ ଅଙ୍ଗ ଏବଂ ମନ୍ତ୍ର ଭାବରେ ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟ କରୁଛି। ୫-ଟି ଉପକ୍ରମକୁ ଅନୁକରଣ କରି ରାଜ୍ୟ ପ୍ରଶାସନର କାର୍ଯ୍ୟକ୍ରମ ସଞ୍ଚାଳିତ ହେଉଥିବା ବେଳେ ମୋ ସରକାରର ଫିଡ୍‌ବ୍ୟାକ୍‌ ଆଧାରରେ ଭଲ କାମକୁ ପ୍ରଶଂସା ମିଳୁଛି। ଅବହେଳା କଲେ ଦଣ୍ଡବିଧାନ ହେଉଛି।
ଗୋଟେ ପଟେ ମୋ ସରକାରକୁ ନେଇ ସାଧାରଣ ଲୋକେ ବେଶ୍‌ ଉତ୍ସାହ ଦେଖାଉଥିବା ବେଳେ ଲୋକଙ୍କ ମତାମତ ଆଧାରରେ ରାଜ୍ୟ ସରକାରଙ୍କ ପ୍ରତିଟି ବିଭାଗ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଲୋକଙ୍କଠାରୁ ନିୟମିତ ମତାମତ (ଫିଡ୍‌ବ୍ୟାକ୍‌) ସଂଗ୍ରହ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଭଲ ଫିଡ୍‌ବ୍ୟାକ୍‌କୁ ଭିତ୍ତିକରି ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ଓ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ବିଭାଗରେ ଫିଡ୍‌ବ୍ୟାକ୍‌ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ ବନ୍ଦ କରାଯାଇଛି। ସେହିପରି ୬୭ ଜଣ ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଦଣ୍ଡ ସହ ପ୍ରୋତ୍ସାହନକୁ ବି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ା ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡ୍‌ବ୍ୟାକ୍‌ ଅତି ଭଲ ଥିବାବେଳେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ବିଭାଗର ୨୭୦ରୁ ଊଦ୍ଧର୍‌ବ ସେବା ଏବେ ମୋ ସରକାର ଅଧୀନରେ ଉପଲବ୍ଧ।

ଫୋକସ୍‌ରେ ମାତୃଶକ୍ତି
ନବୀନ ପଟ୍ଟନାୟକଙ୍କ ସରକାରରେ ମା’ମାନଙ୍କୁ ଅଧିକ ଧ୍ୟାନ ଦିଆଯାଇଛି। ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ରାଜ୍ୟ ପ୍ରଗତିରେ ସହଭାଗୀ କରିବାରେ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି।
ମହିଳାଙ୍କୁ ସମ୍ମାନ
ଶକ୍ତିର ଆନ୍ଦୋଳନ ଯୋଗୁ ୬ ଲକ୍ଷ ଏସ୍‌ଏଚ୍‌ଜି ଗଠନ ଏବଂ ୭୦ ଲକ୍ଷରୁ ଅଧିକ ମହିଳା ସଶକ୍ତ
ବର୍ଷରେ ଆର୍ଥିକ ସହାୟତା ୧୮ ଗୁଣା ବୃଦ୍ଧି ପାଇ ୨୦୨୨-୨୩ରେ ଏସ୍‌ଏଚ୍‌ଜିଙ୍କୁ ୧୧ହଜାର କୋଟି ଟଙ୍କା ପ୍ରଦାନ
ହାରାହାରି ଋଣ ପରିମାଣ ୧.୦୬ ଲକ୍ଷରୁ ୩.୦୧ ଲକ୍ଷକୁ ବୃଦ୍ଧି
ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ
୪ ବର୍ଷରେ ୫୮୭ କୋଟି ଟଙ୍କା ସୁଧ ରିହାତି ପ୍ରଦାନ
ଅଧିକ ଏସ୍‌ଏଚ୍‌ଜିଙ୍କ ଆକାଉଣ୍ଟକୁ ଯାଇଛି ସୁଧ ରିହାତି
୨୧୬ କୋଟି ଟଙ୍କା ସୁଧ ରିହାତି ଫେରସ୍ତ
ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ସର୍ବନିମ୍ନ ଏନ୍‌ପିଏ ରାଜ୍ୟ
ଗ୍ରାମପଞ୍ଚାୟତ ସମ୍ପୂର୍ଣ୍ଣ ଏନ୍‌ପିଏ ମୁକ୍ତ
୮୬.୫% ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ
ସମ୍ମାନରୁ ସୁରକ୍ଷା: ମିଶନ ଶକ୍ତି ମା’ଙ୍କ ନୂଆ ନାରା
ମହିଳାଙ୍କ ପାଇଁ ଗଠନ ହେବ ସ୍ବତନ୍ତ୍ର ପାଣ୍ଠି
ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ ପାଣ୍ଠି
ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ସହାୟତା
ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ
୪ମାସ ମଧ୍ୟରେ ଫଣ୍ଡ କାର୍ଯ୍ୟକାରୀ ହେବ
ମା’ମାନଙ୍କୁ ଗୁରୁଦାୟିତ୍ୱ
ବିଜ୍‌ନେସ୍‌ କରସ୍ପେଣ୍ଡେଣ୍ଟ ଏଜେଣ୍ଟ ଦାୟିତ୍ୱ
ସେବା ନ ଥିବା ପଞ୍ଚାୟତରେ ମା’ ଯୋଗାଉଛନ୍ତି ସେବା
ଜଣ ମା’ ବିସିଏ ଭାବେ ନିଯୁକ୍ତ
କୋଟି ଟଙ୍କାର ବ୍ୟବସାୟ କରି ୩.୬୮ କୋଟି ଟଙ୍କା କମିଶନ ପ୍ରାପ୍ତ
ସରକାରୀ ବିଭାଗର ସହଭାଗିତାରେ ବ୍ୟବସାୟ
କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯାଇଛି
ଲକ୍ଷରୁ ଅଧିକ ଗୋଷ୍ଠୀଙ୍କ ପାଇଁ ରୋଜଗାର ସୃଷ୍ଟି
ବର୍ଷରେ ୧,୨୨୬ କୋଟି ଟଙ୍କା ଆୟ କରିଛନ୍ତି ଏସ୍‌ଏଚ୍‌ଜି
ମା’ଙ୍କ ପ୍ରଗତିରେ କାଫେ
ଓ ଉତ୍ତମ ଖାଦ୍ୟ ଯୋଗାଉଛି ମିଶନ ଶକ୍ତି କାଫେ
ଜିଲାରେ ଖୋଲିଛି ୧୦୨ ମିଶନ ଶକ୍ତି କାଫେ
କାଫେରେ ମାସିକ ହାରାହାରି ୫୦ହଜାର ଟଙ୍କାର ବ୍ୟବସାୟ
ସ୍ବାବଲମ୍ବୀ କରିଛି ମିଲେଟ ଶକ୍ତି କାଫେ
ମିଲେଟ ଉଦ୍ୟୋଗ ପ୍ରତିଷ୍ଠା
ନେଇଛନ୍ତି ପରିଚାଳନା ଦାୟିତ୍ୱ
ମା’ ସାଜିଛନ୍ତି ସଫଳ ଚାଷୀ
କ୍ଲଷ୍ଟର ଅନ୍ତର୍ଗତ ୧୭୦୦ ଉତ୍ପାଦକ ଗୋଷ୍ଠୀ ଗଠନ
ଉତ୍ପାଦକ କମ୍ପାନୀ ଗଠନ
୧୦୦ ଉତ୍ପାଦକ ଗୋଷ୍ଠୀ ସଦସ୍ୟା ପାଇଛନ୍ତି ରୋଜଗାର
ମେଟ୍ରିକ ଟନ୍‌ ପରିବା ଉତ୍ପାଦନ କରି ୬୭ କୋଟି ଟଙ୍କା ରୋଜଗାର
୧୩,୫୦୧ଟି ପଞ୍ଚାୟତ ପୋଖରୀରେ ମାଛ ଚାଷ
କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ଏସ୍‌ଏଚ୍‌ଜି
ଦିଆଯାଉଛି ଦକ୍ଷତା ବିକାଶ ତାଲିମ
କୃଷି ଉଦ୍ୟୋଗୀ, ଫ୍ୟାଶନ ଡିଜାଇନ, ବିୟୁଟିସିଆନ ଟ୍ରେନିଂ
ମା’ଙ୍କ ପାଇଁ ହାତ ଖୋଲା
ସ୍ତରରେ ଏସ୍‌ଏଚ୍‌ଜିଙ୍କୁ ସୁଦୃଢ଼ କରିବାକୁ ଗୁରୁତ୍ୱ
ଜିଲାସ୍ତରୀୟ ମହାସଂଘ ପାଇଁ ୧କୋଟି ଲେଖାଏ ଆବଣ୍ଟନ ପାଣ୍ଠି
ବ୍ଲକସ୍ତରୀୟ ମହାସଂଘ ପାଇଁ ୫୦ ଲକ୍ଷ ଲେଖାଏ ଆବଣ୍ଟନ ପାଣ୍ଠି
ପଞ୍ଚାୟତସ୍ତରୀୟ ସଂଘ ପାଇଁ ୧,୬୯୭ କୋଟି ଟଙ୍କାର କମ୍ୟୁନିଟି ପାଣ୍ଠି
ଓ ଗସ୍ତ ଖର୍ଚ୍ଚ ବାବଦକୁ ୨୧୭ କୋଟି ଟଙ୍କା
ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ୟୁନିଫର୍ମ ଓ ସ୍ମାର୍ଟ ଫୋନ୍‌
ବ୍ୟାଙ୍କ ମିତ୍ରଙ୍କୁ ଲାପଟପ୍‌ ବଣ୍ଟନ
ଉନ୍ନତ ବଜାର ବ୍ୟବସ୍ଥା
ମିଶନ ଶକ୍ତି ଗୃହ ନିର୍ମାଣ
ବ୍ଲକସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ
ଜିଲାସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ
ଜିଲାରେ ୧୧୯ ମିଶନ ଶକ୍ତି ବଜାର ନିର୍ମାଣାଧୀନ
ଖୋଲିବ ରାଜ୍ୟସ୍ତରୀୟ ମିଶନ ଶକ୍ତି ବଜାର

‘୫-ଟି’ ରୂପାନ୍ତରଣରେ ବଦଳୁଛି ରୂପ

ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରୀଛାତ୍ର ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟରେ ପାଠ ପ଼ଢ଼ୁଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ର ସ୍ମାର୍ଟ କ୍ଲାସ୍‌ରେ ପଢ଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି। ରାଜ୍ୟ ଶିକ୍ଷା ଭିତ୍ତିଭୂମିର ଆମୂଳଚୂଳ ପରିବର୍ତ୍ତନ ହେଉଛି। ‘୫-ଟି’ ରୂପାନ୍ତରଣ ଯୋଜନା ହିଁ ବିଦ୍ୟାଳୟର ଚେହେରା ବଦଳାଇଛି। ‘୫-ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେଶନ ଅଧୀନରେ ୩ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୬ ହଜାରରୁ ଅଧିକ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବାବେଳେ ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ ଲାଗି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୨୦୨୪ ସୁଦ୍ଧା ରାଜ୍ୟର ସାଢେ ୮ହଜାର ସ୍କୁଲକୁ ରୂପାନ୍ତରଣ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ରାଜ୍ୟ ସରକାରଙ୍କ ‘୫-ଟି’ ଅଧୀନରେ ଏହି ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ବିିତ ହେଉଥିବାବେଳେ ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ ଏହାର ତଦାରଖ କରୁଛନ୍ତି।

ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଚିକିତ୍ସା ଅଭାବରୁ କାହାର ଜୀବନ ଯିବନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଆହ୍ବାନକୁ ସଫଳ କରିବା ଦିଗରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନେଇଥିବା ପଦକ୍ଷେପ ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବାରେ ରୂପାନ୍ତରଣକୁ ସୁନିଶ୍ଚିତ କରିଛି ା ପରିଣାମ ସ୍ବରୂପ ‘ମୋ ସରକାର’ କାର୍ଯ୍ୟକ୍ରମରେ ସଂଗୃହୀତ ମତାମତରୁ ୯୮% ସରକାରଙ୍କ ସ୍ବାସ୍ଥ୍ୟ ସେବାରେ ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି। ଆଜି ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳତା ଓ ବିଶ୍ୱସନୀୟତା ବ଼ଢ଼ିଛି ା ସରକାରଙ୍କ ସହାୟତାରେ ୭୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଊଦ୍ଧର୍‌ବ ପରିବାର ବିନା ମୂଲ୍ୟରେ ସୁପର ସ୍ପେଶାଲିଟି ଚିକିତ୍ସା ପାଉଛନ୍ତି। ଏଥିପାଇଁ ସରକାର ୨୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରୁଛନ୍ତି। ସେଥିପାଇଁ ଗରିବ ଲୋକଟିଏ ଆଉ ଜମି ବନ୍ଧକ ରଖିବା କିମ୍ବା ଗହଣା ବିକ୍ରି କରିବା ପାଇଁ ବାଧ୍ୟ ନୁହେଁ। ଛୋଟ ଡାକ୍ତରଖାନାରେ ଭିତ୍ତିଭୂମି ସୁଦୃଢ଼ ହେବାରୁ ଗୁଣାତ୍ମକ ଚିକିତ୍ସା ପାଇଁ ଆଉ ବଡ଼ ସହରକୁ ଧାଇଁବାକୁ ପଡୁ ନାହିଁ। କର୍କଟ ରୋଗୀଙ୍କ ପାଇଁ କେମୋ ଥେରାପି ହେଉ ଅବା କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ ପାଇଁ ଜିଲା ବାହାରକୁ ଯିବା ଜରୁରୀ ନୁହେଁ।

ଜୀବନ ରକ୍ଷାକାରୀ ବିଏସ୍‌କେୱାଇ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଭଳି ଅଭିନବ ପଦକ୍ଷେପ ହେଉ ଅବା ନୂଆ ମେଡିକାଲ କଲେଜ ସ୍ଥାପନଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସବ୍‌ସେଣ୍ଟର ଏହି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ା ତେବେ ଏସବୁ ପଦକ୍ଷେପ ମଧ୍ୟରୁ ୫-ଟି ଉପକ୍ରମ ଅଧୀନରେ ୭୫୦ କୋଟି ଟଙ୍କା ବିନିମୟରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏ ଆମ ହସ୍ପିଟାଲ ନିର୍ମାଣ କାର୍ଯ୍ୟକ୍ରମ ବେଶ୍‌ ବାରି ହୋଇ ପଡୁଛି ା ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୩ ମେଡିକାଲ୍‌ କଲେଜ ଉପରେ ପ୍ରବଳ ଚାପ ପଡୁଥିଲା ା ହେଲେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଁ ପ୍ରତିବଦ୍ଧତା ହେତୁ ଓଡ଼ିଶା ସରକାର ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପିଜି ପ୍ରତିଷ୍ଠାନ ସ୍ଥାପନ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ୨୦୦୦ ମସିହାରେ ମାତ୍ର ୩୨୧ ଏମ୍‌ବିବିଏସ୍‌ ଡାକ୍ତର ଏବଂ ୨୫୬ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିଲେ। ଆଜି ବର୍ଷକୁ ୨୨୦୦ ଏମ୍‌ବିବିଏସ୍‌ ଓ ୮୨୬ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଛନ୍ତି ା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ପୂରଣ କରି ଓଡ଼ିଶା ଏକ ଡାକ୍ତର ବଳକା ରାଜ୍ୟରେ ପରିଣତ ହେବ। ୨୦୨୪ରେ ଯାଜପୁର ମେଡିକାଲ କଲେଜ ଓ ପରେ ଫୁଲବାଣୀ ଓ ତାଳଚେର ମେଡିକାଲ କଲେଜରେ ପାଠପ଼ଢ଼ା ଏବଂ ଚିକିତ୍ସା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରହିଛି ା ଏକ ବଡ଼ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ସରକାରୀ ବିଦ୍ୟାଳୟରେ ପାଠ ପ଼ଢ଼ିଥିବା ପିଲାଙ୍କ ପାଇଁ ୧୫% ଏମ୍‌ବିବିଏସ୍‌ ଆସନ ସଂରକ୍ଷିତ କରିଛନ୍ତି ା ଯଦ୍ଦ୍ବାରା ଗତ ୨ ବର୍ଷରେ ସରକାରୀ ବିଦ୍ୟାଳୟରେ ପ଼ଢ଼ିଥିବା ୪୧୫ଜଣ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜରେ ନାମ ଲେଖା ସୁଯୋଗ ପାଇଛନ୍ତି ା ରାଜ୍ୟର ସବୁଠାରୁ ବୃହତ୍‌ ମେଡିକାଲ କଲେଜ ଏସ୍‌ସିବିର ପୁନଃବିକାଶ ପାଇଁ ସରକାର ୫୦୦ କୋଟି ଟଙ୍କା ବ୍ୟୟବରାଦରେ କାମ ଆରମ୍ଭ କରିଛନ୍ତି ା କେବଳ ଭିତ୍ତିଭୂମି ନିର୍ମାଣ ନୁହେଁ, ଦକ୍ଷତା ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେଲା ଆଉ ୧୪ ଜିଲା

ରାଜ୍ୟରେ ଜନଜାତିଙ୍କ ବିକାଶ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁସୂଚିତ ଜନଜାତିଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ଉନ୍ନତି ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି)ରେ ଆଉ ୧୪ ଜିଲାକୁ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ପୂର୍ବରୁ ଏସ୍‌ଡିସିରେ ୯ ଆଦିବାସୀ ବହୁଳ ଜିଲା ସାମିଲ ହୋଇଥିବାବେଳେ ନିକଟରେ ଆଉ ୧୪ଜିଲା ସାମିଲ ହୋଇଛି। ଏହା ସହିତ ଚଳିତ ଆର୍ଥିକ ବର୍ଷରେ ଏସ୍‌ଡିସି ଅଧୀନ ଯୋଜନାଗୁଡ଼ିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟମନ୍ତ୍ରୀ ୨୨୩ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅର୍ଥ ବ୍ୟୟ କରାଯିବ ଏବଂ ରାଜ୍ୟର ୮୦ ଲକ୍ଷରୁ ଊଦ୍ଧର୍‌ବ ଜନଜାତି ଏହାଦ୍ୱାରା ଉପକୃତ ହେବେ।
୨୦୧୭-୧୮ ଆର୍ଥିକ ବର୍ଷରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ୱାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା। ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ୍‌ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ପ୍ରକଳ୍ପର କାର୍ଯ୍ୟାନ୍ବୟନ ହୋଇଛି। ୪,୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ଟି ବୃକ୍ଷର ସଂରକ୍ଷଣ କରାଯାଇଛି। ୨୧ଟି ଭାଷାରେ ଜନଜାତି ଦ୍ୱିଭାଷୀ ଅଭିଧାନ ଓ ତ୍ରିଭାଷୀ ପ୍ରୋଫିସିଏନ୍ସି ମୋଡ୍ୟୁଲ ପ୍ରସ୍ତୁତ କରାଯାଇ ୩୦ଟି ଜିଲାରେ ବଣ୍ଟନ କରାଯାଇଛି।

ପଶ୍ଚିମ-ଦକ୍ଷିଣ ଓଡ଼ିଶାର ଜୀବନ ରେଖା ବିଜୁ ଏକ୍ସପ୍ରେସ୍‌ ୱେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରେ ବିଶ୍ୱାସ କରନ୍ତି। ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜୁ ଜନତା ଦଳ ରାଜ୍ୟରେ ୧୦୦୦ କିମି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଇତିମଧ୍ୟରେ ରାଜ୍ୟ ସରକାର ୬,୮୦୦ କି.ମି. ରାସ୍ତା ନିର୍ମାଣ କଲେଣି। ଏଥିପାଇଁ ୧୮,୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ରାଜ୍ୟରେ ରାସ୍ତା ଘାଟ ନିର୍ମାଣ ଦାୟିତ୍ୱ ମୁଖ୍ୟତଃ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ଉପାନ୍ତରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ସ୍ପଷ୍ଟ ବାରିହୋଇ ପଡୁଛି। ବିଜୁ ଏକ୍ସପ୍ରେସ୍‌ ୱେ ହେଉ ଅବା ପ୍ରସ୍ତାବିତ ପୁରୀ-ଭୁବନେଶ୍ୱର ଏକ୍ସପ୍ରେସ୍‌ ୱେ ରାଜ୍ୟର ବିକାଶ ମାର୍ଗ ସୁନିଶ୍ଚିତ କରୁଛି। ରାଜ୍ୟର ୨୬୭ ବ୍ଲକ ମୁଖ୍ୟାଳୟକୁ ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଆଉ ୨୬ଟି ବ୍ଲକ ମୁଖ୍ୟାଳୟକୁ ମାର୍ଚ୍ଚ ୨୦୨୪ ଏବଂ ୨୧ଟି ବ୍ଲକ ମୁଖ୍ୟାଳୟକୁ ଜୁନ୍‌ ୨୦୨୪ ସୁଦ୍ଧା ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ମ୍ୟୁନିସିପାଲ୍‌ କର୍ପୋରେଶନ୍‌, ୪୬ ମ୍ୟୁନିସିପାଲିଟି ଏବଂ ୬୩ ଏନ୍‌ଏସିକୁ ସବୁଦିନିଆ ଦୁଇ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଜନବସତି ହେଉ ଅବା ଶିଳ୍ପାଞ୍ଚଳ, ପର୍ଯ୍ୟଟନ ସ୍ଥଳ ସବୁଠି ସୁନ୍ଦର ଓ ସୁରକ୍ଷିତ ସଡ଼କ ନିର୍ମାଣ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ରାଜ୍ୟରେ ଥିବା ୫୫ଟି ଶିଳ୍ପାଞ୍ଚଳକୁ ଦୁଇଲେନ୍‌/ଚାରିଲେନ୍‌ ରାସ୍ତା ସଂଯୋଗ କରାଯାଇଛି। ଏତଦ୍‌ବ୍ୟତୀତ ଆଉ ୧୫ଟି ଶିଳ୍ପାଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି। ଏତଦ୍‌ବ୍ୟତିତ ଆଉ ୫ଟି ପର୍ଯ୍ୟଟନ ସ୍ଥଳୀକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଦୁଇ ଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଜୁ ଏକ୍ସପ୍ରେସ୍‌ ୱେ କେବଳ ଏକ ରାସ୍ତା ନୁହେଁ ବରଂ ଏହା ଏକ ଅର୍ଥନୈତିକ ମାର୍ଗ, ଯାହା ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ଶିଳ୍ପ ନିବେଶ ଶିଖରରେ ଓଡ଼ିଶା

ବର୍ଷକରେ ୨୦ ଲକ୍ଷ କୋଟିରୁ ଊଦ୍ଧର୍‌ବ ନିବେଶ ପ୍ରସ୍ତାବ କନ୍‌ଫରେଡେଶନ୍‌ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଓ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ନିବେଶ ନିମନ୍ତେ ଦେଶରେ ମହାରାଷ୍ଟ୍ରପରେ ଓଡ଼ିଶା ନିବେଶକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର ହୋଇଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରି ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଆଗକୁ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରକୁ ୨୭ ଲକ୍ଷ ୬୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବାବେଳେ ଗୁଜରାଟକୁ ୧୯ ଲକ୍ଷ ୪୦ ହଜାର କୋଟି, ଆନ୍ଧ୍ରପ୍ରଦେଶକୁ ୧୭ ଲକ୍ଷ ୬୦ ହଜାର କୋଟି, କର୍ନାଟକକୁ ୧୫ ଲକ୍ଷ ୪୦ ହଜାର କୋଟି, ତାମିଲନାଡ଼ୁକୁ ୧୪ ଲକ୍ଷ ୪୦ ହଜାର କୋଟି ଓ ଉତ୍ତରପ୍ରଦେଶକୁ ୧୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିପାରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ୨୦ ଲକ୍ଷ କୋଟିରୁ ଊଦ୍ଧର୍‌ବ ନିବେଶ ପ୍ରତିଶ୍ରୁତି ମିଳିଛି। ଅନୁରୂପ ଭାବରେ ପୁଞ୍ଜିନିବେଶ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶାର ସ୍ଥାନ ଯଥେଷ୍ଟ ଉପରେ। ଏ କ୍ଷେତ୍ରରେ ଜାତୀୟ ହାର ୨୨ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ୪୫ ପ୍ରତିଶତରୁ ଊଦ୍ଧର୍‌ବ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri