ଖାଦ୍ୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ କୋଭିଡ୍‌ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଅନେକ ରୋଗୀ ଏବେ ସଙ୍ଗରୋଧରେ ଅଛନ୍ତି। ଯେଉଁମାନେ ସଂକ୍ରମିତ ହେଉଛନ୍ତି, କିନ୍ତୁ ସ୍ବାଭାବିକ ଭାବେ ଖାଇବା-ପିଇବା କଲା ଭଳି ସ୍ଥିତିରେ ଅଛନ୍ତି, ସେମାନେ ନିଜ ଖାଦ୍ୟପେୟର ଯତ୍ନ ନେବା ଉଚିତ। ଅଧିକ ତେଲ-ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ପ୍ରତ୍ୟେକ ଦୁଇ ଘଣ୍ଟା ବ୍ୟବଧାନରେ ଓଆରଏସ ପାଣି ପିଇ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ଉଚିତ। ଏହାଦ୍ୱାରା ଦୁର୍ବଳ ଲାଗିବନି । କାରଣ ଆମ ଶରୀରରେ ସବୁବେଳେ ଜଳୀୟ ଅଂଶ ସନ୍ତୁଳିତ ହୋଇ ରହିବା ନିହାତି ଦରକାର ଏବଂ ଏଥିପ୍ରତି ଆମେ ସତର୍କ ରହିବା ଆବଶ୍ୟକ। ଏହି ସମୟରେ ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। ମନରେ କୌଣସି ଆଶଙ୍କା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତା’ ସହ ନିଜ ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ। ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହା ଦୃଢ଼ ରହିଲେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା। ବିଶେଷଭାବରେ କୋଭିଡ୍‌ ସମୟରେ ରୋଗ ପ୍ରତିରୋଧକ ଶକ୍ତି ଆମକୁ ସୁରକ୍ଷା ଦିଏ। ଗୋଟିଏ କଥା ଜାଣିବା ନିହାତି ଦରକାର। ତାହା ହେଲା, ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଗୋଟେ ଦିନରେ ବା ସପ୍ତାହରେ ସୃଷ୍ଟି ହୁଏ ନାହିଁ। ଉତ୍ତମ ଓ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ କେଉଁ ଖାଦ୍ୟପେୟ ମାଧ୍ୟମରେ ଆମେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ତାହା ସମସ୍ତେ ଜାଣିବା ନିହାତି ଦରକାର। କୋଭିଡ୍‌ ବିପକ୍ଷରେ ମୂଳ ପ୍ରତିରୋଧକ ଶକ୍ତି ଭିଟାମିନ୍‌ ‘ସି’, ‘ଡି’ ଏବଂ ‘ଇ’ ରୁ ମିଳିଥାଏ। କ୍ୟାପସିକମ୍‌ (ସିମଲା ମିର୍ଚ୍ଚି), ସଜନା ଶାଗ, କୋଶଳା ଶାଗ, କଞ୍ଚା ଲଙ୍କା, କମଳା, ଅଁଳା, ପିଜୁଳି, ଲେମ୍ବୁ ଆଦି ଫଳରେ ଭିଟାମିନ୍‌ ‘ସି’ ପ୍ରଚୁର ପରିମାଣରେ ଭରିରହିଛି। ଭିଟାମିନ୍‌ ‘ଡି’ ସୂର୍ଯ୍ୟକିରଣ, କ୍ଷୀର ଜାତୀୟ ଖାଦ୍ୟ, ଇଲିଶି ଆଦି ସାମୁଦ୍ରିକ ମାଛରୁ ମିଳୁଥିବା ତେଲ ପଦାର୍ଥରୁ ମିଳିଥାଏ। ଭିଟାମିନ୍‌ ‘ଇ’ ବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, କଖାରୁ ଆଦିରୁ ମିଳିଥାଏ। ବର୍ତ୍ତମାନ ଏହିସବୁ ଖାଦ୍ୟକୁ ଆମ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦରକାର। ତା’ସହ ସକାଳୁ ଉଠିଲା ପରେ ଆମେ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇ ପାରିବା। ଏହିସବୁ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି। ହଳଦୀ, ଲବଙ୍ଗ, ଗୁଜୁରାତି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି । ସନ୍ତୁଳିତ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ମାନସିକ ଦୁଶ୍ଚିନ୍ତାରୁ ନିଜକୁ ମୁକ୍ତ ରଖିବା ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ମୂଳମନ୍ତ୍ର। ଏହାହିଁ ଆମକୁ କୋଭିଡ୍‌ ଭଳି ଭୂତାଣୁ ଠାରୁ ସୁରକ୍ଷା ଦେବ। ତା’ସହ ବର୍ତ୍ତମାନ ଆମେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବା। ବାହାରକୁ ଗଲେ ମାସ୍କ ପିନ୍ଧିବା, ନିୟମିତ ସମୟ ଅନ୍ତରାଳରେ ହାତକୁ ସାନିଟାଇଜ କରିବା, ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଦୃଷ୍ଟି ଦେବା ଏବଂ ସାମାଜିକ ଦୂରତ୍ୱ (ସୋସିଆଲ ଡିଷ୍ଟାନ୍ସ) ପାଳନ କରିବା। ଏସବୁ ଦ୍ୱାରା ଆମେ କରୋନାଠାରୁ ନିଜକୁ ସୁରକ୍ଷିତ ରଖିପାରିବା।

ନୀହାରିକା ଦାଶ
-ଖାଦ୍ୟ ବିଶେଷଜ୍ଞ, ଭୁବନେଶ୍ୱର
ମୋ : ୭୮୧୫୦୭୨୩୪୭


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri