ଖାଦ୍ୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ କୋଭିଡ୍‌ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଅନେକ ରୋଗୀ ଏବେ ସଙ୍ଗରୋଧରେ ଅଛନ୍ତି। ଯେଉଁମାନେ ସଂକ୍ରମିତ ହେଉଛନ୍ତି, କିନ୍ତୁ ସ୍ବାଭାବିକ ଭାବେ ଖାଇବା-ପିଇବା କଲା ଭଳି ସ୍ଥିତିରେ ଅଛନ୍ତି, ସେମାନେ ନିଜ ଖାଦ୍ୟପେୟର ଯତ୍ନ ନେବା ଉଚିତ। ଅଧିକ ତେଲ-ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ପ୍ରତ୍ୟେକ ଦୁଇ ଘଣ୍ଟା ବ୍ୟବଧାନରେ ଓଆରଏସ ପାଣି ପିଇ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ଉଚିତ। ଏହାଦ୍ୱାରା ଦୁର୍ବଳ ଲାଗିବନି । କାରଣ ଆମ ଶରୀରରେ ସବୁବେଳେ ଜଳୀୟ ଅଂଶ ସନ୍ତୁଳିତ ହୋଇ ରହିବା ନିହାତି ଦରକାର ଏବଂ ଏଥିପ୍ରତି ଆମେ ସତର୍କ ରହିବା ଆବଶ୍ୟକ। ଏହି ସମୟରେ ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। ମନରେ କୌଣସି ଆଶଙ୍କା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତା’ ସହ ନିଜ ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ। ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହା ଦୃଢ଼ ରହିଲେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା। ବିଶେଷଭାବରେ କୋଭିଡ୍‌ ସମୟରେ ରୋଗ ପ୍ରତିରୋଧକ ଶକ୍ତି ଆମକୁ ସୁରକ୍ଷା ଦିଏ। ଗୋଟିଏ କଥା ଜାଣିବା ନିହାତି ଦରକାର। ତାହା ହେଲା, ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଗୋଟେ ଦିନରେ ବା ସପ୍ତାହରେ ସୃଷ୍ଟି ହୁଏ ନାହିଁ। ଉତ୍ତମ ଓ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ କେଉଁ ଖାଦ୍ୟପେୟ ମାଧ୍ୟମରେ ଆମେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ତାହା ସମସ୍ତେ ଜାଣିବା ନିହାତି ଦରକାର। କୋଭିଡ୍‌ ବିପକ୍ଷରେ ମୂଳ ପ୍ରତିରୋଧକ ଶକ୍ତି ଭିଟାମିନ୍‌ ‘ସି’, ‘ଡି’ ଏବଂ ‘ଇ’ ରୁ ମିଳିଥାଏ। କ୍ୟାପସିକମ୍‌ (ସିମଲା ମିର୍ଚ୍ଚି), ସଜନା ଶାଗ, କୋଶଳା ଶାଗ, କଞ୍ଚା ଲଙ୍କା, କମଳା, ଅଁଳା, ପିଜୁଳି, ଲେମ୍ବୁ ଆଦି ଫଳରେ ଭିଟାମିନ୍‌ ‘ସି’ ପ୍ରଚୁର ପରିମାଣରେ ଭରିରହିଛି। ଭିଟାମିନ୍‌ ‘ଡି’ ସୂର୍ଯ୍ୟକିରଣ, କ୍ଷୀର ଜାତୀୟ ଖାଦ୍ୟ, ଇଲିଶି ଆଦି ସାମୁଦ୍ରିକ ମାଛରୁ ମିଳୁଥିବା ତେଲ ପଦାର୍ଥରୁ ମିଳିଥାଏ। ଭିଟାମିନ୍‌ ‘ଇ’ ବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, କଖାରୁ ଆଦିରୁ ମିଳିଥାଏ। ବର୍ତ୍ତମାନ ଏହିସବୁ ଖାଦ୍ୟକୁ ଆମ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦରକାର। ତା’ସହ ସକାଳୁ ଉଠିଲା ପରେ ଆମେ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇ ପାରିବା। ଏହିସବୁ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି। ହଳଦୀ, ଲବଙ୍ଗ, ଗୁଜୁରାତି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି । ସନ୍ତୁଳିତ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ମାନସିକ ଦୁଶ୍ଚିନ୍ତାରୁ ନିଜକୁ ମୁକ୍ତ ରଖିବା ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ମୂଳମନ୍ତ୍ର। ଏହାହିଁ ଆମକୁ କୋଭିଡ୍‌ ଭଳି ଭୂତାଣୁ ଠାରୁ ସୁରକ୍ଷା ଦେବ। ତା’ସହ ବର୍ତ୍ତମାନ ଆମେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବା। ବାହାରକୁ ଗଲେ ମାସ୍କ ପିନ୍ଧିବା, ନିୟମିତ ସମୟ ଅନ୍ତରାଳରେ ହାତକୁ ସାନିଟାଇଜ କରିବା, ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଦୃଷ୍ଟି ଦେବା ଏବଂ ସାମାଜିକ ଦୂରତ୍ୱ (ସୋସିଆଲ ଡିଷ୍ଟାନ୍ସ) ପାଳନ କରିବା। ଏସବୁ ଦ୍ୱାରା ଆମେ କରୋନାଠାରୁ ନିଜକୁ ସୁରକ୍ଷିତ ରଖିପାରିବା।

ନୀହାରିକା ଦାଶ
-ଖାଦ୍ୟ ବିଶେଷଜ୍ଞ, ଭୁବନେଶ୍ୱର
ମୋ : ୭୮୧୫୦୭୨୩୪୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri