ବଢ଼ିଲା କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ,୧୪।୩: ଦେଶରେ ପୁଣି କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଚିନ୍ତା ବଢ଼ିବା ସହିତ ପୁଣି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୧୭ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୮ ଛୁଇଁଛି। ଗତ ୨୦୨୦ ଡିସେମ୍ବର ୧୬ରେ ଦେଶରେ ଗୋଟିଏ ଦିନରେ ୨୬ ହଜାର ୬୨୪ରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ପୁଣି ଅଢ଼େଇ ମାସ ତଳର ସ୍ଥିତି ଦେଶରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ୬୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ୮ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ...

ବିଳମ୍ବରେ ଚାଲୁଛି ୨୬ ଟ୍ରେନ୍‌

ନୂଆଦିଲ୍ଲୀ,୫।୧: ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ପାରଦ ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଘନ...

୪ ଶହ ବର୍ଷ ହେଲା ଗାଁରେ ହୋଇନି କୌଣସି ଶିଶୁଙ୍କ ଜନ୍ମ…

ମଧ୍ୟପ୍ରଦେଶ ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

୪ଦିନ ହେବ ବସ୍ତିରେ ରହିଛନ୍ତିି ପଜିଟିଭ୍‌

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବସ୍ତି ଓ ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ବାହାର ଶ୍ରମିକଙ୍କ ପାଇଁ ଭୁବନେଶ୍ୱରରେ ଏବେ ସଂକ୍ରମଣ ବଢ଼ିଚାଲିଛି। ବର୍ତ୍ତମାନ ସହରରେ ୫ଶହରୁ ଊର୍ଦ୍ଧ୍ୱ ବସ୍ତି...

୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା...

କମଲନାଥଙ୍କ ଉପରେ ବର୍ଷିଲେ ଶିବରାଜ କହିଲେ କଂଗ୍ରେସରେ ଭରି ରହିଛି ଅହଂକାର

ଇନ୍ଦୋର,୧୯ ।୧୦: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ...

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ...

Advertisement


Archives

Model This Week