କୋଭିଶିଲ୍ଡ ଡୋଜ୍‌ ସମୟସୀମା ବୃଦ୍ଧି: ବିଶେଷଜ୍ଞ କମିଟି ପରାମର୍ଶକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାଦାନ କରାଯାଉଛି। କୋଭାକ୍ସିନ୍‌ର ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ବୃଦ୍ଧି କରାଯାଇ ନାହି। ତେବେ କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର କରୋନା ଭାଇରସ୍‌ ଭାକ୍ସିନେଶନ୍‌ ଆଡଭାଇଜରୀ ଗ୍ରୁପ୍‌ ଏକ୍ସପର୍ଟଙ୍କ ପରାମର୍ଶକୁ ଅଣଦେଖା କରି କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଏପରି କରିଛନ୍ତି। ଆଡଭାଇଜରୀ ଗ୍ରୁପ୍‌ ପକ୍ଷରୁ ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ୮ରୁ ୧୨ ସପ୍ତାହ ରଖିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିବା ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମେ ୧୩ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଡୋଜ୍‌ର ସମୟ ସୀମାକୁ ୬-୮ ସପ୍ତାହରୁ ବଢ଼ାଯାଇ ୧୨-୧୬ ସପ୍ତାହ କରାଯାଇଥିଲା। ସେତେବେଳେ ଦେଶରେ ଭାକ୍ସିନ୍‌ର ଅଭାବଥିବା ସହିତ କରୋନା ମହାମାରୀ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିଲା। ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍‌ ଅପ୍‌ ଇମ୍ୟୁନାଇଜେଶନ ଗ୍ରୁପ୍‌ ଗଠନ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ବ୍ରିଟେନ୍‌ରୁ ମିଳିଥିବା ଡାଟା ଆଧାରରେ କୋଭିଶିଲ୍ଡ୍‌ର ଦୁଇ ଡୋଜ୍‌ ମଧ୍ୟରେ ସମୟ ସୀମା ବୃଦ୍ଧି ହୋଇଛି। ତେବେ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍‌ ଅପ୍‌ ଇମ୍ୟୁନାଇଜେଶନ ଗ୍ରୁପ୍‌ର ୧୪ ଜଣିଆ ସଦସ୍ୟଙ୍କ ମଧ୍ୟରେ ୩ ଜଣ ସଦସ୍ୟ ଏହାର ବିରୋଧ କରିଥିଲେ। ଉପଲବ୍ଧ ଡାଟା ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଥିଲେ। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସମେତ ୪୦ ଦେଶରେ ଓମିକ୍ରନ୍ ସବ ଭାରିଏଣ୍ଟର ବିପଦ

ନୂଆଦିଲ୍ଲୀ,୨୩ ।୧: କୋଭିଡ-୧୯ ଭାଇରସର ଓମିକ୍ରନ୍ ଭାରିଏଣ୍ଟରୁ ନିକଟରେ ମିଳିଥିବା ଉପ-ସଂକ୍ରମଣ ଉପରେ ବିଶେଷଜ୍ଞମାନେ ଦୃଷ୍ଟି ରଖିଛନ୍ତି । କାରଣ ଏହାଦ୍ୱାରା ନିର୍ଦ୍ଧାରିତ କରାଯାଇପାରିବ କି...

ହ୍ବାଟ୍ସଆପ ଗ୍ରୁପ୍‌ କିମ୍ବା ଟୁଲକିଟ୍‌ର ଏଡିଟର ହେବା ଅପରାଧ ନୁହେଁ – କୋର୍ଟ

ନୂଆଦିଲ୍ଲୀ,୨୩।୨: ଟୁଲକିଟ୍‌ ମାମଲାରେ ବେଙ୍ଗାଲୁରୁର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି...

ସାବରକରଙ୍କୁ ନେଇ ଟଣାଓଟରା

ଶିବସେନା ଓ କଂଗ୍ରେସ ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ। କ୍ଷମତା ରାଜନୀତିର ବାଧ୍ୟବାଧକତା ଦିନେ ଏହି ଦୁଇ ଦଳକୁ ଏକାଠି କରିଥିଲା। କିନ୍ତୁ ଏବେ ଶିବସେନା...

ବଢ଼ୁଛି ପିଲାଙ୍କ ଚିନ୍ତା: ରାଜ୍ୟରେ ଆଉ ୨ ଶିଶୁକନ୍ୟାଙ୍କ ଜୀବନ ନେଲା କରୋନା

ଭୁନନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ କରୋନାରେ ପୁଣି ଆଉ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା...

ଝାଡ଼ଖଣ୍ଡରେ ମହିଳାଙ୍କୁ ଗଣବଳାତ୍କାର : ରିପୋର୍ଟ ତଲବ କଲା ଏନ୍‌ସିଡବ୍ଲ୍ୟୁ

ନୂଆଦିଲ୍ଲୀ,୧୦।୧୨- ଝାଡ଼ଖଣ୍ଡର ଡୁମକା ଜିଲାରେ ଜଣେ ମହିଳାଙ୍କୁ ୧୭ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ରାଜ୍ୟ ପୋଲିସକୁ ଏହି ଘଟଣାର ରିପୋର୍ଟ ତଲବ କରିଛି...

କେଜ୍‌ରିଓ୍ବାଲଙ୍କ ବିବାଦୀୟ ମନ୍ତବ୍ୟ: ଟ୍ରେନ୍‌ରେ ୫୦୦ ଟଙ୍କାର ଟିକେଟ କାଟି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି ବିହାରୀ

ନୂଆଦିଲ୍ଲୀ,୩୦।୯:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲ ବିହାରବାସୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ୩୬୨ ଶଯ୍ୟା ବିଶିଷ୍ଟ...

ମୁସଲମାନ୍‌ ଯୁବତୀ-ହିନ୍ଦୁ ଯୁବକଙ୍କ ବିବାହ ନୁହେଁ ବୈଧ: ହାଇକୋର୍ଟ

ଚଣ୍ଡିଗଡ଼,୧୩।୩: ପଞ୍ଜାବ ହରିୟାଣା ହାଇକୋର୍ଟ ମୁସଲମାନ୍‌ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ମଧ୍ୟରେ ବିବାହ ବୈଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏକ ମାମଲାର ବିଚାର...

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ,...

Advertisement
Archives

Model This Week