ଅବିବାହିତଙ୍କ ସଂଖ୍ୟା ବୃଦ୍ଧି : ବିବାହ ଓ୍ବେବସାଇଟ୍‌ ଆରମ୍ଭ କରିବ ପଞ୍ଚାୟତ…

କନ୍ନୁର, ୧୬।୮ : କେରଳର କନ୍ନୁର ଜିଲାର ପିନାରାଇ ଗ୍ରାମ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଞ୍ଚାୟତ ଏହା ଉପରେ ଉଦବେଗ ପ୍ରକାଶ କରିଛି। କେବଳ ଏତିକି ନୁହେଁ, ଏହି ସମସ୍ୟାକୁ ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ପାଇଁ ଏକ ୱେବସାଇଟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୱେବସାଇଟ ୨୩ ଅଗଷ୍ଟରୁ ଲଞ୍ଚ ହେବ। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ସାୟୋଯ୍ୟମ ପ୍ରକଳ୍ପକୁ ଅନୁମୋଦନ କରିଛି।

ଏହା ଅନ୍ତର୍ଗତ ୩୫ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ପଞ୍ଚାୟତର ବିବାହ ସମ୍ବନ୍ଧୀୟ ୱେବସାଇଟରେ ପଞ୍ଜୀକୃତ ହୋଇ ଉପଯୁକ୍ତ ଜୀବନ ସାଥୀ ପାଇପାରିବେ। ପିନାରାଇ ପଞ୍ଚାୟତର ମୁଖ୍ୟ କେ.କେ ରାଜୀବନ କହିଛନ୍ତି ଯେ ଆଗ୍ରହୀ ଲୋକଙ୍କୁ ବିବାହ ପୂର୍ବରୁ ପରାମର୍ଶ ଦିଆଯିବ। ସେ କହିଛନ୍ତି ଯେ ପଞ୍ଚାୟତ ଏକ ସର୍ଭେ କରିଛି ଯେଉଁଥିରେ ୩୫ ବର୍ଷରୁ ଅଧିକ ଲୋକ ଅବିବାହିତ ଥିବା ଜଣାପଡିଛି। ରାଜୀବନ କହିଛନ୍ତି, ସେମାନେ ବିଭିନ୍ନ କାରଣରୁ ଅବିବାହିତ ରହିଥିବା ଜଣାପଡ଼ିଛି। ଏହି ସମସ୍ୟାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଆରମ୍ଭ କରିବାକୁ ଅନେକ ଯୁବ ସଂଗଠନ ଏବଂ କିଛି ରାଜନୈତିକ ଦଳ ଆମ ପାଖକୁ ଆସିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଗ୍ରହୀ ବ୍ୟକ୍ତି ୱେବସାଇଟରେ ପଞ୍ଜୀକୃତ ହୋଇପାରିବେ ଏବଂ ଯଦି କେହି ଉପଯୁକ୍ତ ବର କିମ୍ବା ବଧୂ ପାଇବେ, ତେବେ ପଞ୍ଚାୟତ ବିବାହ ପୂର୍ବରୁ ଏନେଇ ଆବଶ୍ୟକ ପରାମର୍ଶ ମଧ୍ୟ ଦେବେ।

ରାଜୀବନଙ୍କ ଅନୁଯାୟୀ, ଅଧିକାଂଶ କ୍ଷେତ୍ରରେ, କେତେକ ଲୋକଙ୍କର ନିଜ ବିବାହ ପାଇଁ ପଦକ୍ଷେପ ନେବାକୁ ଘରର କେହି ବରିଷ୍ଠ ବ୍ୟକ୍ତି ନାହାଁନ୍ତି। ସେ ଦାବି କରିଛନ୍ତି ଯେ ଏଭଳି ସେବା ପ୍ରଦାନ କରୁଥିବା ପ୍ରକଳ୍ପ କେରଳରେ ପ୍ରଥମ। ଏହା ଜିଲା ଯୋଜନା କମିଟିର ଅନୁମୋଦନ ଲାଭ କରିଛି। କନ୍ନୁର ଜିଲାର ତାଲିପରମ୍ବା ନିକଟରେ ଥିବା ପଟ୍ଟୁଭମ ଗ୍ରାମ ପଞ୍ଚାୟତ ମଧ୍ୟ ନବମଙ୍ଗଳମ ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛି।

ପଟ୍ଟୁଭାମ ପଞ୍ଚାୟତ ମୁଖ୍ୟ ପି ଶ୍ରୀମତି ସୂଚନା ଦେଇଛନ୍ତି ଯେ ପଞ୍ଚାୟତ ଅଞ୍ଚଳରେ ୩୫ ବର୍ଷରୁ ଅଧିକ ବୟସ୍କ ଅବିବାହିତ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଏହି ମାସ ଶେଷ ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜୀବନ କହିଛନ୍ତି ଯେ ପିନାରାଇ ପଞ୍ଚାୟତର ୱେବସାଇଟରେ ଜାତି ଏବଂ ଧର୍ମ ଭିତ୍ତିକ ବର୍ଗ ରହିବ ନାହିଁ କିନ୍ତୁ ଯେଉଁମାନେ ଜାତି ଏବଂ ଧର୍ମକୁ ସେମାନଙ୍କ ସବିଶେଷ ତଥ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି, ସେମାନେ ଏହା କରିପାରିବେ। ଯଦି ଲୋକଙ୍କ ପାଖରେ କୌଣସି ଆର୍ଥିକ ସମସ୍ୟା ଥାଏ ତେବେ ପଞ୍ଚାୟତ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଗତ ବର୍ଷ କୋଟ୍ଟାୟାମ ଜିଲାର ଥିଡାନାଡୁ ଗ୍ରାମ ପଞ୍ଚାୟତ ମଧ୍ୟ ଅବିବାହିତ ତଥା ଜୀବନ ସାଥୀଙ୍କୁ ହରାଇଥିବା ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବା ପାଇଁ ଏକ ବିବାହ ଡାଏରୀ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖାତାକୁ ଗଲା ୧୪ ତମ କିସ୍ତି

ନୂଆଦିଲ୍ଲୀ,୨୭।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପିଏମ କିଷାନ ସମ୍ମାନ ନିଧିର ୧୪ ତମ...

ପ୍ଲେ ସ୍କୁଲରେ ଶିଶୁଙ୍କ ଉପରେ ଅତ୍ୟାଚାର: ଦେଖିଲେ ଆଖିରେ ଆସିଯିବ ଲୁହ

ମା’ବାପା ବିଶ୍ୱାସର ସହ ନିଜ କୋମଳମତି ଶିଶୁମାନଙ୍କୁ ପ୍ଲେ ସ୍କୁଲରେ ଛାଡୁଛନ୍ତି। ସେଠାରେ ନିଜ ଶିଶୁମାନେ ଭଲରେ ରହିବା ସହ ଭଲ କଥା ଶିଖିବେ ବୋଲି...

ଆର୍ଥିକ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ, ୨୧।୨: ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ଦଳରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା। ଏବେ ଦେଶର ଏହି ସର୍ବପୁରାତନ ଦଳ...

ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା

୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍‌ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ଅପରେଶନ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଚାଖୁ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ। କିନ୍ତୁ ଏଥର ମହିଳାଙ୍କ ପେଟରେ...

ଜମ୍ମୁ-କଶ୍ମୀର: ଗାନ୍ଧୀ ଜୟନ୍ତୀରେ କିଛି ନେତାଙ୍କ ଉପରୁ ହଟିଲା ନଜର ବନ୍ଦୀ

ଶ୍ରୀନଗର,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୁରକ୍ଷା ଦୃଷ୍ଟିରୁ କେତେକ...

ରାଷ୍ଟ୍ରପତିଙ୍କ ଡାକ୍ତର ଭାବେ ନିଯୁକ୍ତ ହେଲେ ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂ…

ନୂଆଦିଲ୍ଲୀ, ୨।୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାକ୍ତର ଭାବେ ଭାରତୀୟ ସେନାର ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା...

Advertisement
Archives

Model This Week