ଅପୂର୍ଣ୍ଣ ମେଡିକାଲ ଆୟୋଗ

Dillip Cherian

ଡାକ୍ତରୀ ଶିକ୍ଷା, ବୃତ୍ତି ଓ ଅନୁଷ୍ଠାନର ସମସ୍ତ ଦିଗର ବିକାଶ ତଥା ନିୟନ୍ତ୍ରଣ ପାଇଁ ପୂର୍ବର ଦୁର୍ନୀତିଗ୍ରସ୍ତ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)କୁ ବଦଳାଇ ଗତବର୍ଷ ଜାତୀୟ ମେଡିକାଲ ଆୟୋଗ (ଏନ୍‌ଏମ୍‌ସି) ଗଠନ କରାଯାଇଥିଲା। ତଥାପି ନୂତନ ନିୟାମକ ଗଠନ କରିବାରେ ସରକାର ତତ୍ପରତା ଦେଖାଇଥିଲେ ମଧ୍ୟ ଆୟୋଗର ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରିନାହାନ୍ତି। ଛଅ ମାସ ପୂର୍ବେ ସରକାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (AIIMS)ର ପ୍ରଫେସର ଏସ୍‌.ସି. ଶର୍ମାଙ୍କୁ ତିନିବର୍ଷ ପାଇଁ ନୂତନ ଆୟୋଗର ଅଧ୍ୟକ୍ଷ ଭାବରେ ମନୋନୀତ କରିଥିଲେ। ତଥାପି ତାଙ୍କ ନିଯୁକ୍ତି ନେଇ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରି ନାହାନ୍ତି। ଏହି ଅଯଥା ବିଳମ୍ବକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ ବାବୁ ମହଲରେ ନାନା ପ୍ରକାର ଟୁପୁରୁଟାପୁରୁ ଚାଲିଛି। ସୂଚନାନୁସାରେ, ବିଳମ୍ବର କାରଣ ହେଉଛି ଆୟୋଗ ନିଜେ ଏପର୍ଯ୍ୟନ୍ତ ପୂର୍ଣ୍ଣତଃ ଗଠିତ ହୋଇପାରି ନାହିଁ (ଏହା କେବଳ କାଗଜକଲମରେ ସୀମିତ ଅଛି କହିଲେ ଚଳେ)। କାରଣ ଅନ୍ୟ ପଦବୀଗୁଡ଼ିକ ପାଇଁ ଚୟନ କମିଟିର ସୁପାରିସ ତଥାପି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଚାରାଧୀନ ରହିଛି। ତେଣୁ ସେମାନଙ୍କ ମତରେ, ଆୟୋଗ ଗଠନ ଶେଷ ହେବା ପରେ ହିଁ ଏହାର ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯାଇପାରିବ। ଜାତୀୟ ମେଡିକାଲ ଆୟୋଗ ଅଧିନିୟମ, ୨୦୧୯ ଅନୁଯାୟୀ ଆୟୋଗର ଜଣେ ଅଧ୍ୟକ୍ଷ, ୧୦ ଜଣ ଏକ୍ସ-ଅଫିସିଓ (ପଦପ୍ରଯୁକ୍ତ) ସଦସ୍ୟ ଏବଂ ୨୨ ଜଣ ପାର୍ଟଟାଇମ୍‌ ସଦସ୍ୟ ରହିବେ। ପ୍ରଫେସର ଶର୍ମାଙ୍କ ବ୍ୟତୀତ ଏପର୍ଯ୍ୟନ୍ତ ନିଯୁକ୍ତ ଏକମାତ୍ର ବ୍ୟକ୍ତି ହେଉଛନ୍ତି ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ବୋର୍ଡର ମହାସଚିବ ଆର୍‌.କେ. ବତ୍ସ। ସେ ମଧ୍ୟ ତିନିବର୍ଷ ପାଇଁ ଆୟୋଗର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ସେବିରେ ଉତ୍ତରାଧିକାରୀ ଖୋଜା
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଥିବା ବେଳେ ତାଙ୍କ ଉତ୍ତରାଧିକାରୀ ଖୋଜା ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ହିମାଚଳ ପ୍ରଦେଶ କ୍ୟାଡରର ୧୯୮୪-ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତ୍ୟାଗୀଙ୍କ କାର୍ଯ୍ୟକାଳ ଗତ ଫେବୃୟାରୀରେ ପୂରୁଥିଲା। କିନ୍ତୁ ଜାରି ରହିଥିବା କୋଭିଡ୍‌-୧୯ ମହାମାରୀ ଜନିତ ସଂକଟ ହେତୁ ନିୟାମକଙ୍କ ନିରନ୍ତରତା ରକ୍ଷା କରିବାକୁ ଯାଇ ତାଙ୍କ କାର୍ଯ୍ୟକାଳ ଛଅମାସ ବୃଦ୍ଧି କରାଯାଇଥିଲା। ସୂଚନାନୁସାରେ, ତ୍ୟାଗୀଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଅନେକ ନାମ ଚର୍ଚ୍ଚାକୁ ଆସୁଛି। ସେମାନଙ୍କ ମଧ୍ୟରେ ଇନ୍ସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍ସି ବୋର୍ଡ ଅଫ୍‌ ଇଣ୍ଡିଆ (ଆଇବିବିଆଇ) ଅଧ୍ୟକ୍ଷ ମଧୁସୂଦନ ସାହୁ ଏବଂ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଥିବା ମାଧବୀ ପୁରୀ ବୁଚ୍‌ ଅଛନ୍ତି। ତା’ଛଡ଼ା ପୂର୍ବତନ କର୍ପୋରେଟ୍‌ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସଙ୍କ ସହ ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର କିଛି ଅଧିକାରୀ ମଧ୍ୟ ଅଛନ୍ତି। ପ୍ରକାଶ ଥାଉକି, ସରକାର ତ୍ୟାଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଫେବୃୟାରୀରେ କେତେକ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଆଶା ଧୂଳିସାତ୍‌ କରିଦେଇଥିଲେ। ସେ ତାଲିକା ବର୍ତ୍ତମାନ ପୁଣି ସଂଶୋଧିତ ହେବ କି? ଏଥିରେ କେବଳ ବାବୁମାନେ ଅନ୍ତର୍ଭୁକ୍ତ ହେବେ କି? ତେବେ ଏସବୁ ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ।

ମେଣ୍ଟରେ ଫାଟ ନା ଆଉ କିଛି
ମୁମ୍ବାଇ ପୋଲିସ ମୁଖ୍ୟ ପରମବୀର ସିଂ ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ କୌଣସି ସୂଚନା ନ ଦେଇ ୧୦ ଜଣ ଡେପୁଟି କମିଶନରଙ୍କୁ ବଦଳି କରିଥିଲେ। ଏହି ପଦକ୍ଷେପ ବିଷୟରେ ଜାଣିବା ପରେ ଠାକ୍‌ରେ ତୁରନ୍ତ ରାଜ୍ୟ ଗୃହ ବିଭାଗକୁ ବଦଳି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଅବଗତି ବିନା ଏତେ ସଂଖ୍ୟକ ଡିସିପିଙ୍କୁ ବଦଳି କରିବା ପରମବୀରଙ୍କ ପକ୍ଷେ ଅନୁଚିତ ଥିଲା। କିନ୍ତୁ ପରେ ଜଣାପଡିଲା ଯେ, ପରମବୀର ଗୃହମନ୍ତ୍ରୀ ଅନିଲ ଦେଶ୍‌ମୁଖଙ୍କୁ ବଦଳି ବାବଦରେ ସୂଚନା ଦେଇଥିଲେ। କିନ୍ତୁ ସେ ଠାକ୍‌ରେଙ୍କୁ ଏହା ଜଣାଇ ନ ଥିଲେ। ଠାକ୍‌ରେଙ୍କ ମେଣ୍ଟ ସହଯୋଗୀ ଜାତୀୟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କୁ କ୍ରୋଧିତ ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତ କରିବାର ଥିଲା। ସୂଚନାନୁସାରେ, ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକରେ ଦେଶ୍‌ମୁଖ ଯୁକ୍ତି ବାଢ଼ିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ନ ଜଣାଇ ଅଧିକାରୀଙ୍କୁ ସ୍ଥାନାନ୍ତର କରିବା ମୁମ୍ବାଇ ପୋଲିସ କମିଶନରଙ୍କ କ୍ଷମତା ମଧ୍ୟରେ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମତ ପ୍ରକାଶ କରିଛି ଯେ, ଏହା ରୁଲ୍‌ବୁକ୍‌ ନୁହେଁ ବରଂ ପରମ୍ପରା ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ, ଅର୍ଥାତ୍‌ ଘୋଷଣା ପୂର୍ବରୁ ଠାକ୍‌ରେଙ୍କ ସହ ବଦଳି ବିଷୟରେ ଆଲୋଚନା କରିବା ଉଚିତ। ତେବେ ଏହା କ’ଣ ସୂଚାଇ ଦେଉଛି କି ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଭାଗୀଦାରି ଦଳଗୁଡ଼ିକ ଭିତରେ ଫାଟ ସୃଷ୍ଟି ହୋଇଛି, ଯେଉଁଥିପାଇଁ ଭାଗୀଦାରମାନେ ଶାସନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଉ ପରସ୍ପର ଆଖି ସହ ଆଖି ମିଳାଇ ଆଲୋଚନା କରୁ ନାହାନ୍ତି?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?