ଅଧୁରା ଅଭିଯାନ

ଭାଜପା ସରକାର ବ୍ୟାପକ ଶକ୍ତି ଓ ସଂବେଗ ସହ ୨୦୧୯ରେ ପ୍ରବେଶ କରିଥିଲା। ସେହି ବର୍ଷ ମେ’ର ନିର୍ବାଚନୀ ବିଜୟ ଥିଲା ନିର୍ଣ୍ଣାୟକ ଓ ଏହା ୨୦୧୪ ତୁଳନାରେ ଅଧିକ ଆସନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଲା। ଦୃଢ ଜନାଦେଶ ଓ ତାଙ୍କ ଉପରେ ରହିଥିବା ଲୋକଙ୍କ ଅପରିବର୍ତ୍ତିତ ବିଚାରଧାରା ତାଙ୍କ ଆମତ୍ବିଶ୍ୱାସ ବଢ଼ାଇ ଦେଇଥିଲା। ଏହାକୁ ଆଧାରକରି ସେ ସାର୍ବଜନୀନ ସ୍ତରରେ ନିଜର ଭାବମୂର୍ତ୍ତି ବଢାଇବା ଲାଗି ନୀତି ବା ଆଇନ ସବୁ ଗଢ଼ିବାରେ ସମୟ ଦେଲେ। ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଉକ୍ତ ଅଭିଯାନ ଜାରି ରହିଲା ଓ ପରେ ଏହି ଧାରାରୁ ହଟିଗଲା। ଏହି ୧୨ ମାସରେ ଅନେକ ବିଷୟ ଘଟିଗଲା ଓ ସେଥିମଧ୍ୟରୁ ବହୁ ଅପ୍ରିୟ ଘଟଣାର ପରିଣାମ ଏବେ ସୁଦ୍ଧା ଆମ ସହିତ ରହିଛି ଓ ସେଗୁଡିକ ବାରମ୍ବାର ସାମ୍ନାକୁ ଆସୁଛି। ୨୦୧୯ ଜୁଲାଇ ୨୫ରେ ଲୋକ ସଭାରେ ତିନି ତଲାକ ବିଲ୍‌ ପାସ୍‌ ହୋଇଥିଲା; ଯାହାକୁ ପୂର୍ବରୁ ସୁପ୍ରିମକୋର୍ଟ ରଦ୍ଦ କରିସାରିଥିଲେ। କିନ୍ତୁ ଏହାକୁ ଦଣ୍ଡନୀୟ ଆପରାଧିକ ଆଇନ କରାଗଲା। ଏହାସହ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାହକୁ ବନ୍ଦ କରାଯିବା ସହ ଧର୍ମୀୟ ସ୍ବାଧୀନତାକୁ ନେଇ ଅନେକ ଆଇନ ଅଣାଗଲା। ଏହାପରେ ୫ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ କରାଗଲା। ଅଗଷ୍ଟ ୩୧ରେ ଶେଷ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଆସାମ ଦ୍ୱାରା ପ୍ରକାଶ କରାଗଲା। ଯେଉଁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ୧୯୭୧ ପୂର୍ବରୁ ରାଜ୍ୟରେ ରହିଆସୁଥିବା ପ୍ରମାଣ ଦେଇପାରିଲେ ନାହିଁ ସେମାନଙ୍କୁ ଜେଲରେ ରଖାଯିବା ପ୍ରକ୍ରିୟା ଆରମ୍ଭ ହୋଇଗଲା। ଏହା ପରେ ଭାଜପା ଲାଗି ଆଉ ଏକ ବିଜୟ କ୍ଷଣ ଆସିଲା ନଭେମ୍ବର ୯ରେ। ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ପ୍ରକାଶ କଲେ ଏବଂ ପୂରା ବିବାଦୀୟ ସ୍ଥଳୀକୁ ମନ୍ଦିରକୁ ଦେଇଦେଲେ। ତା’ପର ମାସ ୯ ଡିସେମ୍ବରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲୋକ ସଭାରେ ପାସ୍‌ ହେଲା। ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହା ଦୁଇଭାଗ ବିଶିଷ୍ଟ ଏକ ସଣ୍ଢୁଆଶିର ଗୋଟିଏ ପଞ୍ଝା ଓ ଅନ୍ୟ ପଞ୍ଝାଟି ଥିଲା ଏନ୍‌ଆର୍‌ସି। ସିଏଏ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଲା ଓ ଭାରତ ଯାହା କରୁଥିଲା ତା’ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ବି ସ୍ବର ଉଠିଲା। ତା’ପର ମାସରେ ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ ହୋଇଥିଲା। ଏହା ଥିଲା ବିଶ୍ୱର ସବୁଠୁ କଠିନ। ହେଲେ ଲକ୍‌ଡାଉନ ଭାରତରେ କୋଭିଡ୍‌ ମହାମାରୀର ସଂକ୍ରମଣ ଧାରାକ ପରିବର୍ତ୍ତନ କରିପାରିଲା ନାହିଁ। ଏହାର କିଛି ସପ୍ତାହ ପରେ ଲଦାଖରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହୀଦ ହେଲେ। ଫଳରେ ପଶ୍ଚିମରୁ ଆରମ୍ଭ କରି ପାକିସ୍ତାନ ବିରୋଧରେ ପୂର୍ବ ଯାଏ ଭାରତର ଜାତୀୟ ସୁରକ୍ଷା ଗତିଶୀଳତା ଏପାଖସେପାଖ ହୋଇଗଲା। କାହିଁକି ଏଭଳି ଘଟିଲା ଆମେ ଜାଣିନାହଁୁ। ବୈଦେଶିକ ମନ୍ତ୍ରୀ ବି କହିଛନ୍ତି ଯେ, ଚାଇନା କାହିଁକି ଓ କେଉଁଥିପାଇଁ ଏହା କଲା ସେ ବୁଝିପାରୁନାହାନ୍ତି।
୨୦୧୯ ନିର୍ବାଚନରେ ବିଜୟ ହାସଲ କରିବାର ଏକ ବର୍ଷ ପରେ ଅର୍ଥାତ୍‌ ୨୦୨୦ ଜୁନ ୫ରେ କୃଷି ଅଧ୍ୟାଦେଶ ଅଣାଗଲା। ଏହା ବିରୋଧରେ ତୀବ୍ର ପ୍ରତିବାଦ ହେବାରୁ ସରକାର ଆଗକୁ ବଢିପାରିଲେ ନାହିଁ। କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ତା’ପରେ କ’ଣ ଘଟିବ ଭାଜପା ଜାଣି ନ ଥିଲା କି ଏବେ ସୁଦ୍ଧା ଜାଣିପାରୁନାହିଁ। ଦକ୍ଷିଣ ଏସିଆରେ କଶ୍ମୀର ହେଉଛି ଏକ ସ୍ଥାନ ଯେଉଁଠି ନିର୍ବାଚିତ ସରକାର ନାହିଁ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୩ ବର୍ଷ ଏବଂ ବିଧାନସଭା ଭଙ୍ଗ ହେବା ୪ ବର୍ଷ ବିତିଗଲାଣି। ୨୦୧୫ ପୂର୍ବ କିଛି ବର୍ଷ ମଧ୍ୟରେ ହିଂସା ଯାହା ଥିଲା ଏବେ ସେଠାରେ ତାହାଠୁ କିଛି କମ୍‌ ନାହିଁ। ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଅଣାଯାଇଥିବା ଆଇନଗୁଡ଼ିକ ସମସ୍ୟା ଭିତରକୁ ଚାଲିଗଲା, କାରଣ ଚିନ୍ତା କରାଯାଇ ସେଗୁଡ଼ିକୁ ଗଢ଼ାଯାଇନାହିଁ। କୃଷି ଆଇନଗୁଡ଼ିକ ବିରୋଧରେ ଦେଶରେ ଦୀର୍ଘଦିନ ବ୍ୟାପୀ ସବୁଠୁ ବଡ଼ ଗଣ ଆନ୍ଦୋଳନ ହେବା ପରେ ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ ଓ ଉକ୍ତ ଆଇନଗୁଡ଼ିକ ଅଧୁରା ରହିଗଲା। ଏଭଳି ସ୍ଥିିତିକୁ ବି ଦେଶ ଦେଖିଛି। ସିଏଏ ଆଇନକୁ ତିନି ବର୍ଷ ହୋଇଯାଇଥିଲେ ମଧ୍ୟ କିଛି କାରଣ ପାଇଁ ସରକାର ଏହାକୁ ଲାଗୁ କରିପାରିନାହାନ୍ତି। ତାହା ମଧ୍ୟ ଅଧୁରା ରହିଛି। ଦେଶବ୍ୟାପୀ ଲାଗୁ କରିବାକୁ ଥିବା ଏନ୍‌ଆର୍‌ସି କଥା ବି ବନ୍ଦ ହୋଇଯାଇଛି।
ଶେଷରେ ଅର୍ଥ ବ୍ୟବସ୍ଥାରେ ସକାରାମତ୍କ ଦୃଷ୍ଟିରୁ ଅଧିକ କିଛି ସମ୍ଭାବନା ରହିଲା ନାହିଁ। ସରକାରୀ ତଥ୍ୟରୁ ଜଣାପଡ଼ିଛି, ୯ଟି ତ୍ରୈମାସିକରେ ଅର୍ଥାତ୍‌ ୨୦୧୮ ଜାନୁୟାରୀ ଆରମ୍ଭରୁ ୨ ବର୍ଷ ୩ ମାସ ଧରି ଜିଡିପି ଅଭିବୃଦ୍ଧି ମାନ୍ଦା ରହିଥିଲା। ଏହି କାରଣରୁ ମୁଣ୍ଡ ପିଛା ଜିଡିପିରେ ବାଂଲାଦେଶ ଭାରତକୁ ଟପିଗଲା। ଏହା କେବଳ ମହାମାରୀ ଯୋଗୁ ଘଟିଲା ବୋଲି କୁହାଯିିବ ନାହିଁ, ବରଂ ବାଂଲାଦେଶ ୨୦୧୫ଠାରୁ ତା’ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲା। ଭାରତ ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ହାରକୁ ଫେରିବାକୁ ଆଖିଦୃଶିଆ ପଦକ୍ଷେପ ନ ନେବାରୁ ବାଂଲାଦେଶ ପଛରେ ପଡ଼ିଗଲା। ବେରୋଜଗାର ସମ୍ପର୍କିତ ସରକାରୀ ତଥ୍ୟରୁ ଜଣାଯାଏ, ୪ ବର୍ଷ ହେଲା ବେରୋଜଗାରୀ ରେକର୍ଡ ସ୍ତରରେ ରହିଛି। ୨୦୧୯ ନିର୍ବାଚନ ଇସ୍ତାହାରରେ ଭାଜପା ତା’ସରକାରର ଗୋଟିଏ ସୂଚକାଙ୍କ ସମ୍ପର୍କରେ କହିଥିଲା ଓ ଏଥିରେ ବିଶ୍ୱ ବ୍ୟାଙ୍କର ଡୁଇଂ ବିଜ୍‌ନେସ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ବିଷୟ ସୂଚାଇଥିଲା। ଦୁର୍ଭାଗ୍ୟର ବିଷୟ, କିଛି ଦେଶ ସୂକାଙ୍କରେ ସ୍କୋର୍‌ ବଢାଇବା ଲାଗି ହେର୍‌ଫେର କରୁଥିବା ଜଣାପଡ଼ିଲା ପରେ ୨୦୨୦ରେ ଏହି ର଼୍ୟାଙ୍କିଙ୍ଗ୍‌ ବନ୍ଦ ହୋଇଗଲା। ତେବେ ଗୋଟିଏ ବର୍ଷର ବିସ୍ଫୋରକ କାର୍ଯ୍ୟକଳାପ ପରେ ସରକାରଙ୍କ ପାଖରେ ଆଉ କିଛି ପ୍ରଦର୍ଶନ କରିବାକୁ ରହିନାହିଁ। ସରକାର ଦ୍ୱିତୀୟ ଲହରରେ ତାଙ୍କ କାର୍ଯ୍ୟକ୍ରମରେ କୌଣସି ଶ୍ରେୟ ନେଇପାରିଲେ ନାହିଁ। ଏହା ପଛରେ ଏକ କାରଣ ଥିଲା; ଯେଉଁଥିପାଇର୍ଁ ପ୍ରଚାର ପ୍ରସାର ପ୍ରିୟ ପ୍ରଧାନମନ୍ତ୍ରୀ ସାର୍ବଜନୀନ ରୂପେ ୨୦ ଦିନ ଲାଗି ସାମ୍‌ନାକୁ ଆସି ନ ଥିଲେ। ପ୍ରଦର୍ଶନକୁ ଅଧିକ ସୂଚିତ କରୁ ନ ଥିବା ଏବଂ କେବଳ କରିସ୍ମା ଦେଖାଇବା ଲାଗି କରାଯାଇଥିବା ଅସଂଖ୍ୟ ରାଜନୈତିକ ଅଭିଯାନ ମଧ୍ୟରେ ନିରୁତ୍ସାହ ଦେଖାଯାଇଛି। ଏଠାରେ ଅତୀତ ସମ୍ପର୍କରେ କିଛି କୁହାଯାଉନାହିଁ, କାରଣ ଏହା ଦୂରରେ ନାହିଁ। ଯେ କେହି ଅବଲୋକନ କଲେ ଜାଣିପାରିବେ। ବାସ୍ତବରେ ଭାଜପା ବୁମୁଦ୍ରୀକରଣକୁ ଭୁଲି ଯିବାକୁ ଚାହଁୁଥିବାବେଳେ ସୁପ୍ରିମକୋର୍ଟ ଦ୍ୱାରା ଏହାର ଶୁଣାଣି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?