ପୁଣି ହଂସିତା, ଅନିଲଙ୍କୁ ଘାଣ୍ଟୁଛି ଆୟକର ବିଭାଗ: ଖୋଲିବ ଗୁମର

ଭୁବନେଶ୍ୱର,୩।୨: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେବା ସହ ନାମ ପରିବର୍ତ୍ତନ କରି ବଡ଼ବଡ଼ିଆଙ୍କୁ ଠକିଥିବା ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ ଓ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ସୋମବାର ଆୟକର ବିଭାଗର ଏକ ଟିମ୍‌ ଝାରପଡ଼ା ଜେଲରେ ପହଞ୍ଚି ହଂସିତା ଏବଂ ଅନୀଲଙ୍କୁ ପଚରାଉଚରା ଆରମ୍ଭ କରିଛି। ପୂର୍ବରୁ ଆୟକର ବିଭାଗ ୧୬ଟି ସ୍ଥାନରେ ଚଢାଉ କରି ଅନେକ ତଥ୍ୟ ହାସଲ କରିଛି। ଏପରିକି ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ଆଇଟି ହାତରେ ଲାଗିଛି। ପଚରାଉଚରା ପରେ ହାଇପ୍ରୋଫାଇଲ ଠକ ଯୋଡ଼ିଙ୍କ ଆଉ ଅନେକ ଗୁମର ପଦାକୁ ଆସିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ପୋଲିସ ତଦନ୍ତରୁ ଏମାନଙ୍କ କଳା ସାମ୍ରାଜ୍ୟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଛି। କେବଳ ଠକେଇ ନୁହେଁ, ହଂସିତା ଓ ଅନିଲ ଯୁବତୀ ଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏନେଇ ଇନ୍ଫୋସିଟି ଥାନାରେ ଉଭୟଙ୍କ ନାଁରେ ଦ ଇମୋରାଲ ଟ୍ରାଫିକ (ପ୍ରିଭେନସନ) ଆକ୍ଟ ୧୯୫୬ର ଦଫା ୫, ଆଇଟି ଆକ୍ଟ ୨୦୦୦ର ଦଫା ୬୭ ଓ ଆଇପିସି ଦଫା ୧୨୦-ବିରେ ମାମଲା (ନଂ.୧୪/୨୦୨୫) ରୁଜୁ ହୋଇଛି।

ପୂର୍ବ ମାମଲାର ତଦନ୍ତ ଅଧିକାରୀ ଦାୟିତ୍ୱରେ ଥିବା ସ୍ପେଶାଲ କ୍ରାଇମ ୟୁନିଟ(ଏସ୍ସିୟୁ)ର ଇନ୍ସପେକ୍ଟର ମାନସ କୁମାର ସ୍ବାଇଁ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଏହି ଆପରାଧିକ ଦିଗ ଜାଣିବାକୁ ପାଇଥିଲେ। ଏନେଇ ସେ ଇନ୍ଫୋସିଟି ଥାନାରେ ଏତଲା ମଧ୍ୟ ଦିଆଯାଇଛି।

ଏହି ସମ୍ପର୍କରେ ପୋଲିସ ପକ୍ଷରୁ ଭୁବନେଶ୍ୱର ଜେଏମଏଫ୍ସି-୨ କୋର୍ଟକୁ ମଧ୍ୟ ଅବଗତ କରାଯାଇଛି। ଏହି ମାମଲାକୁ ଲଗାଇ ହଂସିତାଙ୍କ ନାଁରେ ଇନ୍ଫୋସିଟି ଥାନାରେ ୩ଟି ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ବେଳେ ହଂସିତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରେ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ମିଳିଛି। ଏଥିସହ ବିଭିନ୍ନ ଗ୍ରାହକ ଓ ଏଜେଣ୍ଟଙ୍କ ସହ ଯୁବତୀଙ୍କ ଫଟୋ ପଠାଇ ଟଙ୍କା ଡିଲ କରାଯାଇଥିବା ମଧ୍ୟ ଚାର୍ଟରୁ ପ୍ରମାଣ ମିଳିଛି।

ଅନ୍ୟପକ୍ଷରେ ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ। ଏହି ପାର୍ଟିରେ ଯୋଗ ଦେଉଥିବା ବହୁ ବଡ଼ବଡ଼ିଆ ଅତିଥିମାନଙ୍କୁ ଯୁବତୀ ଭେଟି ଦିଆଯାଉଥିବା ପୋଲିସ ହାତରେ ପୁର୍ବରୁ ପ୍ରମାଣ ଲାଗି ସାରିଛି।

ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ ଇନ୍ଫୋସିଟି ଥାନାରେ ମାମଲା ରୁଜୁ କରି କମିଶନରେଟ ପୋଲିସ ହଂସିତା ଏବଂ ଅନିଲଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କ ଅନେକ କୋଟିର ଦାମୀ ଗାଡ଼ି ସହ ସମ୍ପତ୍ତି ଠାବ କରିଥିଲା ପୋଲିସ ଓ ଆୟକର ବିଭାଗ। ଏପରିକି ଅନିଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଏବଂ ଆୟକର ବିଭାଗଠାରୁ ଇଡି ସଂଗ୍ରହ କରି ନେବା ସହ ଆର୍ଥିକ ଦିଗ ଉପରେ ଅଧିକ ଖୋଳତାଡ଼ ଚାଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri