ପିଲାଙ୍କ ବହି ବିକିବା ଘଟଣା: ସିଆର୍‌ସିସି ନିଲମ୍ବିତ

ଖୋର୍ଦ୍ଧା ଅଫିସ/ବୋଲଗଡ଼,୨୬।୪(ଡି.ଏନ୍‌.ଏ.) କବାଡ଼ିଆଙ୍କୁ ପିଲାଙ୍କ ବହି ବିକ୍ରି କରିବା ଘଟଣାରେ ମଙ୍ଗଳବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ ଦେଉଳି କ୍ଲଷ୍ଟରର ସିଆର୍‌ସିସି ମନମୋହନ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କୁ ପୂର୍ବ କାର୍ଯ୍ୟସ୍ଥଳୀ ତାଳତୁମ୍ବସ୍ଥିତ ପଶ୍ଚିମଦେବ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପଠାଇ ଦିଆଯାଇଛି। ଭୀମପଡ଼ା ସିଆରସିସି ରବୀନ୍ଦ୍ର ନାଥ ବେହେରାଙ୍କୁ ଦେଉଳି କ୍ଲଷ୍ଟର ପରିଚାଳନା ନିମନ୍ତେ ଅତିରକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଘଟଣାର ବିଭାଗୀୟ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଡ.ନିରଞ୍ଜନ ମହାନ୍ତି କହିଛନ୍ତି।
ପ୍ରକାଶ ଯେ, ଦେଉଳି ସତ୍‌ମାର୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ କ୍ଲଷ୍ଟର କାର୍ଯ୍ୟାଳୟକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ବହିକୁ ସୋମବାର ସିଆର୍‌ସିସି ମନମୋହନ କବାଡ଼ିଆଙ୍କୁ ବିକ୍ରି କରୁଥିଲେ। ଏହି ସମୟରେ କେତେଜଣ ଗ୍ରାମବାସୀ ପହଞ୍ଚି ବହି ବିକ୍ରିକୁ ବିରୋଧ କରିବା ସହ ସିଆର୍‌ସିସି ଓ କବାଡିଆଙ୍କୁ ଅଟକ ରଖିଥିଲେ। ଖବରପାଇ ପଞ୍ଚାୟତ ସମିତିସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପହଞ୍ଚତ୍ ଘଟଣା ସମ୍ପର୍କରେ ବିଇଓଙ୍କୁ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ। ବିଇଓ ଅନ୍ୟ କାମରେ ବାହାରେ ଥିବାରୁ ଏବିଇଓ ସିଦ୍ଧେଶ୍ବର ସାହୁ ଏବଂ କୈଳାସ ନାଥ ସ୍ବାଇଁଙ୍କୁ ଘଟଣାର ତଦନ୍ତ ପାଇଁ ପଠାଇଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ବହି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଦୁଇ ଏବିଇଓ ବହିଗୁଡ଼ିକ ଜବତ କରିବା ସହ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କଠାରୁ ସିଆର୍‌ସିସି ମନମୋହନ ଓ କବାଡିଆଙ୍କୁ ମୁକୁଳାଇଥିଲେ। ମଙ୍ଗଳବାର ବିଇଓ ମହାନ୍ତି ଦୁଇ ଏବିଇଓଙ୍କ ପ୍ରାଥମିକ ରିପୋର୍ଟ ଓ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ସିଆର୍‌ସିସି ମନମୋହନଙ୍କୁ ନିଲମ୍ବିତ କରିଥିଲେ। ତେବେ ଏ ସମ୍ପର୍କରେ ବିଇଓ ମହାନ୍ତି କୁହନ୍ତି, ଜବତ ହୋଇଥିବା ବହି ଚଳିତ ଶିକ୍ଷାବର୍ଷର କିମ୍ବା ପୁରୁଣା ବହି ତଦନ୍ତ କରାଯିବ। ସେ ପୁରୁଣା ବହି ବିକ୍ରି ଲାଗି ମସୁଧା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ରିପୋର୍ଟ ଯାହା ଆସିବ, ତଦନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri