
ବରଗଡ଼,୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖ ଲେକଚର୍ କଲୋନୀ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଦେବରାଜ ପାଣିଗ୍ରାହୀ (୪୫)ଙ୍କୁ ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନେ ହେଲେ ସ୍ଥାନୀୟ ଜିତେନ୍ଦ୍ର ଭୋଇ ଏବଂ ରାକେଶ ବିଶାର। ସୋମବାର ସକାଳେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ନେଇ ପୋଲିସ ସିନ ରିକ୍ରିଏଟ୍ କରିଥିଲା। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ ଜାରି ରଖିଛି।