ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ  ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ିବସିଥିଲା। ତାଙ୍କ ଦଶାହ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକଙ୍କ ପାଖରେ ଆବଶ୍ୟକ ସମ୍ବଳ ନାହିଁ।  ନୂଆପଡ଼ା କଲେଜରେ ଯୁକ୍ତ ୨ ପଢୁଥିବା ଗୋବିନ୍ଦଙ୍କ  ବଡ ଝିଅ ହେପି ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଛୋଟ ଭଉଣୀ ଓ ଭାଇଙ୍କୁ ନେଇ ଗାଁରେ ଲୋକଙ୍କୁ ଭିକ୍ଷା ମାଗିଥିଲେ। ‘ବାପାଙ୍କ ଦଶାହ ପାଇଁ ଭିକ୍ଷା ମାଗୁଛନ୍ତି ଝିଅପୁଅ ‘ ଶୀର୍ଷକ ଖବର  କେବଳ ଧରିତ୍ରୀ ବ୍ରହ୍ମପୁର ସଂସ୍କରଣ ଶୁକ୍ରବାର ସଂଖ୍ୟାରେ ପ୍ରକାଶନ ପରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଗୌଡ଼ଗାଁ ନୂଆସାହି ସ୍ଥିତ ସ୍ବର୍ଗତ ଗୋବିନ୍ଦଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଅତିରିକ୍ତ ତହସିଲଦାର କାଳୀ ଚରଣ ଧଳ, ସହକାରୀ ରାଜସ୍ବ ନିରୀକ୍ଷକ ଶିବାଶିଷ ପଟ୍ଟନାୟକ, ରାଜସ୍ବ କର୍ମଚାରୀ ଓ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ବୃଦ୍ଧା ମା’ ଶଶୀ ମହାରଣା, ମସ୍ତିଷ୍କ ବିକୃତ ସ୍ତ୍ରୀ ଛବିରାଣୀ, ଦୁଇ ଝିଅ ଓ ଛୋଟ ପୁଅକୁ ନେଇ ଗୋବିନ୍ଦଙ୍କ ପରିବାର। କାଠ ମିସ୍ତ୍ରୀ ଭାବେ କାମ କରି ଗୋବିନ୍ଦ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ଦାରିଦ୍ର୍ୟ ର ତାଡ଼ନା ସତ୍ତ୍ବେ ବଡ଼ ଝିଅ ଓ ସାନ ଝିଅ ଉଭୟେ ମେଧାବୀ। ହେଲେ ପାଠ ପଢା ସାମଗ୍ରୀ କିଣିବା ପାଇଁ ଆବଶ୍ୟକ ଅର୍ଥ ସାଜିଛି ବାଧକ। ବସ ଭଡା ଦେବାପାଇଁ କେବେ କେବେ ପାଖରେ ପଇସା ନ ଥିଲେ ମେଧାବୀ ଯୁକ୍ତ ୨ ଛାତ୍ରୀ ନୂଆପଡ଼ା କଲେଜକୁ ଯାଇ ନ ପାରି ଘରେ ପଢନ୍ତି।କିଛି ସହପାଠୀଙ୍କ କଲେଜ ନୋଟ୍ ବୁକ୍ ମାଗି ଆଣି ସେ ତାଙ୍କ ପ୍ରଶ୍ନ ଉତ୍ତର ଅଭ୍ୟାସ କରୁଥିବା ହେପି କହିଛନ୍ତି। ପ୍ରତିମାସରେ ରାଶନ୍ କାର୍ଡରେ ମିଳୁଥିବା ଚାଉଳ ଅଧାମାସରେ ସରି ଯାଉଛି। ବୃଦ୍ଧା ପିଉସୀ ହାରାମଣି ଗାଁ ମନ୍ଦିରରେ କାମକରି ଆଣୁଥିବା ଅର୍ନ ପ୍ରସାଦରେ କୁଟୁମ୍ବ  ମଧ୍ୟାହ୍ନ ଭୋଜନ କରୁଛନ୍ତି। ରାତିରେ ସାହି ପଡୋଶୀ ସେମାନଙ୍କ ବଳକା ଖାଦ୍ୟ ସେମାନଙ୍କ  ଭରସା ପାଲଟିଛି। ବେଳେ ବେଳେ ନିଜେ ପେଟପୁରା ରାତ୍ରି ଭୋଜନ ନକରି ବଡ ଭଉଣୀ ହେପି ତାଙ୍କ ସାନ ଭାଇ ଓ ଭଉଣୀଙ୍କୁ ଖୁଆଇ ଦେବା ପରେ ପାଣି ପିଇ ଶୋଇପଡନ୍ତି ବୋଲି ତାଙ୍କ ପିଉସୀ କହିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର କମୁଥିବା ନେଇ ସରକାର ଓ କିଛି ଅର୍ଥନୀତିଜ୍ଞ ଦାବି କରୁଥିବା ବେଳେ ଦୁଃଖ ଦୈନ୍ୟ ରେ କାଳାତିପାତ କରୁଥିବା ସ୍ବର୍ଗତ ଗୋବିନ୍ଦଙ୍କ ପରିବାର ଅବସ୍ଥା ଦେଖିଲେ ଗରିବ ଲୋକଙ୍କ ଆର୍ଥିକ ମାନଦଣ୍ଡ ସହଜରେ ବୁଝିହେବ ବୋଲି ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ କ୍ଷୋଭର ସହ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?