ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ ଭାବେ ଯାତ୍ରୀବାହୀ ବସ୍‌ ଭଲି ଟିକଟ କାଟି ରାଜ୍ୟ ବାହାରକୁ ଗଡୁଛି। ତେବେ ଏହି ବସ୍‌ଗୁଡ଼ିକ ବିଭିନ୍ନ ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ସହ ଗନ୍ତବ୍ୟ ସ୍ଥଳକୁ ନ ନେଇ ଅଧା ବାଟରେ ଛାଡି ଦେଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଏକ ଟୁରିଷ୍ଟ ବସ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଆଣୁଥିବା ବେଳେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ପରିବର୍ତ୍ତେ ଆମପାଣି ବସ୍‌ ଷ୍ଟପରେ ଓହ୍ଲାଇ ଦେଇଥିଲା। ଏନେଇ ଘଟଣାସ୍ଥଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ହସ୍ତକ୍ଷେପ କରି ପ୍ରବାସୀ ଶ୍ରମିକଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା।

ଏନେଇ ‘ଧରିତ୍ରୀ’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ତତ୍ପରତା ଦେଖାଇଛି। ଆମପାଣିଠାରେ ଶୁକ୍ରବାର ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରିବା ପରେ ୨ଟି ଘରୋଇ ବସ୍‌କୁ ୧୦ ହଜାର ଟଙ୍କା ଲେଖାଏ ଫାଇନ କରାଯାଇଛି।

ଉକ୍ତ ବସଗୁଡ଼ିକ ଟୁରିଷ୍ଟ ପରମିଟ ଥିବା ବେଳେ ସେମାନେ ସାଧାରଣତଃ ଯାତ୍ରୀବାହୀ ବସ ଭଲି ଲୋକଙ୍କୁ ଟିକଟ କାଟି ହାଇଦ୍ରାବାଦ, ବେଙ୍ଗାଲୁରୁ ଭଲି ସହରକୁ ନେଉଥିଲେ। ଏପରିକି ବସ୍‌ରେ ଆବଶ୍ୟକଠାରୁ ଅଧିକ ଯାତ୍ରୀଙ୍କୁ ଠେଲାପେଲା କରି ବସ୍‌ରେ ଚଢାଉଥିଲେ। ତେବେ ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ ହେଉଥିବା ଜାଣିବା ପରେ ବେଆଇନ ଭାବେ ଗଡୁଥିବା ଅନେକ ବସ ଅନେକ ସ୍ଥାନରେ ଅଟକି ଯାଇ ଆସି ନ ଥିବାବେଳେ ବେଆଇନ ବସ୍‌ ଚଳାଚଳ କରୁଥିବା ଅସାଧୁ ମାଲିକଙ୍କ ମଧ୍ୟରେ ଛନକା ପଶିଯାଇଛି। ଏହି ଚଢାଉରେ ଏମଭିଆଇ ଅଧିକାରୀ ମିଥୁନ ପ୍ରଧାନଙ୍କ ନେତୃତ୍ୱରେ କନଷ୍ଟେବଳ ସବ୍ୟସାଚୀ ମିଶ୍ର, ଦେବବ୍ରତ ସା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?