ଅପହଞ୍ଚ ଅନ୍‌ଲାଇନ ଶିକ୍ଷା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ପ୍ରାୟ ୧୮ ମାସ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିିଛି। ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସରକାର ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁ ଏହି ଅନ୍‌ଲାଇନ୍‌ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଗ୍ରାମାଞ୍ଚଳରେ ମାତ୍ର ୮% ପିଲା ସବୁବେଳେ ଅନ୍‌ଲାଇନ୍‌ ପାଠ ପଢ଼ୁଥିବା ବେଳେ ୩୭% ଆଦୌ ପଢ଼ୁନାହାନ୍ତି। ଫଳରେ ଅନ୍‌ଲାଇନ ଶିକ୍ଷା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ତେଣୁ ଅଧିକାଂଶ ଅଭିଭାବକ ଯଥାଶୀଘ୍ର ସ୍କୁଲ ଖୋଲିବାକୁ ଚାହୁଁଛନ୍ତି। ସ୍କୁଲ ଶିକ୍ଷା ଉପରେ ହୋଇଥିବା ସର୍ଭେ ରିପୋର୍ଟ ‘ଲକ୍‌ଡ ଆଉଟ୍‌’ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶା ସମେତ ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପିଲାଙ୍କୁ ନେଇ ଗତ ଅଗଷ୍ଟରେ ୧୦୦ ଭଲ୍ୟୁଣ୍ଟରଙ୍କ ଦ୍ୱାରା ହୋଇଥିବା ଏହି ସର୍ଭେ କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୧,୩୬୨ ପିଲା ଓ ୧୩୬୨ ପରିବାରକୁ ନେଇ ଏହି ସର୍ଭେ ହୋଇଥିଲା। ମଙ୍ଗଳବାର ଭୁବନେଶ୍ୱରର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ଓ୍ବାର୍କ ଆଣ୍ଡ୍‌ ସୋସିଆଲ ସାଇନ୍ସେସ୍‌ଠାରେ ଏହି ରିପୋର୍ଟକୁ ଉନ୍ମୋଚନ କରାଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, ସହରାଞ୍ଚଳରେ ୪୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ପିଲା ରେଗୁଲାର ଅନ୍‌ଲାଇନ୍‌ ଶିକ୍ଷା ନେଉଛନ୍ତି। ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌ ନାହିଁ। ଆଉ ଯାହା ପାଖରେ ସ୍ମାର୍ଟ ଫୋନ୍‌ ଅଛି ସେମାନଙ୍କ ମଧ୍ୟରେ ସହରାଞ୍ଚଳରେ ମାତ୍ର ୩୧% ଏବଂ ଗ୍ରାମାଞ୍ଚଳରେ ମାତ୍ର ୧୫% ପିଲା ରେଗୁଲାର୍‌ ଅନ୍‌ଲାଇନ୍‌ ପାଠ ପଢ଼ୁଛନ୍ତି। ସେହିଭଳି ଆଉ ଏକ ସମସ୍ୟା ହେଉଛି ବିଶେଷକରି ଗ୍ରାମାଞ୍ଚଳରେ ଦେଖାଯାଇଛି ଯେ ସ୍କୁଲ ପକ୍ଷରୁ କୌଣସି ଅନ୍‌ଲାଇନ୍‌ ଉପକରଣ ପଠାଯାଉନାହିଁ। ଆଉ ଯଦି ବି କେଉଁଠି ପଠାଯାଉଛି ତାହା ଅଭିଭାବକମାନେ ବୁଝିପାରୁନାହାନ୍ତି। ସେହିଭଳି ସହରାଞ୍ଚଳରେ ୧୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୦ ପ୍ରତିଶତ ପିଲା ଅନ୍‌ଲାଇନ୍‌ ଶିକ୍ଷା ବୁଝିପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲକ୍‌ଡାଉନ୍‌ ସମୟରେ ଅଧିକାଂଶ ପିଲାଙ୍କ ପାଠପଢ଼ା ଓ ଲେଖିବାର
ଦକ୍ଷତା କମିଯାଇଥିବା ଅଭିଭାବକମାନେ କହିଛନ୍ତି। ସହରାଞ୍ଚଳରେ ୬୫% ଓ ଗ୍ରାମାଞ୍ଚଳରେ ୭୦% ଅଭିଭାବକ ଏଭଳି ମତ ଦେଇଛନ୍ତି। ସହରାଞ୍ଚଳରେ ୪୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୪୮% ପିଲା ମାତ୍ର କିଛି ଶବ୍ଦ ପଢ଼ିବା ପାଇଁ ଯୋଗ୍ୟ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ଅନ୍‌ଲାଇନ୍‌ ଶିକ୍ଷାରେ ଯୋଗାଯୋଗ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସହରାଞ୍ଚଳରେ ୫୭% ଏବଂ ଗ୍ରାମାଞ୍ଚଳରେ ୬୫% ପିଲାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ହେଉଥିବାରୁ ଅଧିକାଂଶ ଅଭିଭାବକ ସ୍କୁଲ ଖୋଲିବାକୁ ଚାହୁଁଛନ୍ତି। ସହରାଞ୍ଚଳରେ ୯୦% ଏବଂ ଗ୍ରାମାଞ୍ଚଳରେ ୯୭% ଅଭିଭାବକ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଏହି ସର୍ଭେ ରିପୋର୍ଟକୁ ନିରାଳି ବାଖଲା, ଜିନ୍‌ ଡ୍ରେଜ୍‌, ବିପୁଲ ପାଇକରା ଏବଂ ରିତିକା ଖେରା ମିଳିତ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ରିତିକା କହିଥିଲେ, ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ଶିକ୍ଷା ଅତି ସୀମିତ ବୋଲି ସର୍ଭେରୁ ଜଣାପଡ଼ିଛି। ପାର୍କ, ମାର୍କେଟ୍‌, ମଲ୍‌, ଫିଲ୍ମ ହଲ୍‌ ଖୋଲିବା ପାଇଁ ସରକାର ଅନୁମତି ଦେଉଛନ୍ତି। କିନ୍ତୁ ସ୍କୁଲ ଖୋଲୁନାହାନ୍ତି। ଶିକ୍ଷକଙ୍କ ସହିତ ପିଲାମାନେ ସିଧାସଳଖ ପାଠପଢ଼ିଲେ ସେମାନଙ୍କ ଦକ୍ଷତା ବିକାଶ ହେବ। ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହେବାରୁ ବିଭିନ୍ନ ପ୍ରକାର ଶିଶୁ ଶ୍ରମିକ ଆଡ଼କୁ ମୁହାଁଉଛନ୍ତି। ତେଣୁ ଏସବୁ ଦିଗକୁ ସରକାର ଗୁରୁତ୍ୱ ଦେଇ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ସେହିପରି ସ୍କୁଲ ଖୋଲିବା ପାଇଁ ସରକାର ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କୁ କ୍ଷମତା ଦିଅନ୍ତୁ ବୋଲି ରିତିକା ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?