ଅପହଞ୍ଚ ସାକ୍ଷରତା

ହିମାଂଶୁ ଶେଖର ଆଚାର୍ଯ୍ୟ

କ୍ଷରତା ବିକାଶର ଚାବିକାଠି। ସେଥିପାଇଁ କୁହାଯାଏ– ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ। ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୌଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ  ।
କାରଣ ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ। ଏକ ଲୋକପ୍ରିୟ କାହାଣୀ କୁହେ – ”ଯଦି ତୁମେ ଆଗାମୀ ଏକ ବର୍ଷ ପାଇଁ ଯୋଜନା କରୁଛ, ତା’ହେଲେ ଜମିରେ କିଛି ମଞ୍ଜି ବୁଣିଦିଅ, ଯଦି ୧୦ ବର୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ସମୟ ପାଇଁ ଯୋଜନା କରୁଛ, ତା’ହେଲେ ଜମିରେ କିଛି ଗଛ ଲଗାଇଦିଅ, ଆଉ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ, ତା’ହେଲେ ସମସ୍ତଙ୍କୁ ଶିକ୍ଷିତ କରାଇଦିଅ“।
ଏଥିରୁ ସାକ୍ଷରତାର ଗୁରୁତ୍ୱ ସ୍ପଷ୍ଟ ଅନୁମେୟ। ସବୁଠୁ ବଡ କଥା ହେଉଛି ନାରୀ ସାକ୍ଷରତା କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷଜନକ ନୁହେଁ।
ସାକ୍ଷରତା କେବଳ ଏକ ଅଧିକାର ନୁହେଁ ବରଂ ସାମାଜିକ ଓ ମାନବିକ ବିକାଶର ମାଧ୍ୟମ।
ତେଣୁ କୌଣସି ଦେଶର ବାସ୍ତବ ବିକାଶ ସେ ଦେଶର ସାକ୍ଷରତା ସହ ଅଙ୍ଗାଙ୍ଗୀଭାବେ ଜଡିତ।
ଦାରିଦ୍ର୍ୟ ଦୂରୀକରଣ, ଶିଶୁ ମୃତ୍ୟୁହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଓ ଉଚ୍ଚମାନର ଜୀବନଧାରଣର ମାନକୁ ଏହା ସିଧାସଳଖ ପ୍ରଭାବିତ କରେ।
ବିଶେଷକରି କମ୍ପ୍ୟୁଟର, ଇଣ୍ଟରନେଟ୍‌, ମୋବାଇଲ, ହ୍ବାଟସଆପ୍‌, ଫେସବୁକ୍‌ ଓ ଟୁଇଟର ସମଗ୍ର ବିଶ୍ୱକୁ ଏକ ଛୋଟିଆ ଗାଆଁରେ ପରିଣତ କରିଥିବା ବେଳେ ସାକ୍ଷରତା ସହ ବହୁଭାଷୀ ଦକ୍ଷତାର ଗୁରୁତ୍ୱ ଆହୁରି ବଢିଯାଇଅଛି। କାରଣ ଏହା କାର୍ଯ୍ୟ କୁଶଳତା ବୃଦ୍ଧି କରିବା ସହ ଜୀବନଧାରଣର ମାନକୁ ଉନ୍ନତ କରିଥାଏ। ଏବେ ବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଊର୍ଦ୍ଧ୍ୱ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଜଣେ ନିରକ୍ଷର। ଅନୂ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ ।
ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍‌ ରାଷ୍ଟ୍ରସମୂହ। ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍‌ । କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ବୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏବେ ବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଊର୍ଦ୍ଧ୍ୱ ଲୋକ ନିରକ୍ଷର ଅଛନ୍ତି।
ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏଟ୍‌ ରୁଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି।
ଏପରି କି କାନାଡା, ନ୍ୟୁଜିଲାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ।
ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ ।
ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉତ୍କଟତର । ସେହିପରି ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ । ଆମ ଓଡିଶାର ସାକ୍ଷରତା ହାର ୭୩.୦୫ ପ୍ରତିଶତ, ଯାହା କି ଜାତୀୟ ହାରଠାରୁ କମ୍‌ ।
ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା। ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି। ଏସବୁ ସତ୍ତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମଧ୍ୟରେ ଜଣେ ଅଶିକ୍ଷିତ ଅଛନ୍ତି। ଆମ ଦେଶ ଓ ରାଜ୍ୟ କଥା ଆହୁରି ତଦ୍ରୁପ। ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍‌ ସ୍ବାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
୧୯୭୮ ମସିହା ଅକ୍ଟୋବର ୨ ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୌଢ ଶିକ୍ଷା କାର୍ଯ୍ୟକ୍ରମ ଓ ୧୯୮୭ ମେ ୫ ତାରିଖରୁ ଦେଶରେ ସାକ୍ଷରତା ମିଶନ୍‌ କାର୍ଯ୍ୟକାରୀ ହେଉଛି । ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ସାକ୍ଷରତା ଯୋଜନା, ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି । ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି । ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍‌ ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଏହାଦ୍ୱାରା ୬ ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ, ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାନ୍ତି ।
ଆମକୁ ମନେରଖିବାକୁ ହେବ ଯେ, ସାକ୍ଷରତା ଯେକୌଣସି ଦେଶର ଅଭିବୃଦ୍ଧିର ମୂଳ ଉତ୍ସ । ଏ ଦିଗରେ ଅବହେଳା କଲେ ପ୍ରଗତିର ଧାରା ବ୍ୟାହତ ହେବ । ସାକ୍ଷରତା ହାର ଅଭିବୃଦ୍ଧି ନିମନ୍ତେ କ୍ରମାଗତ ପ୍ରୟାସ ଏକାନ୍ତ ଅପରିହାର୍ଯ୍ୟ ।

ମୋ–୯୯୩୭୧୫୧୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?