ଅପହଞ୍ଚ ସାକ୍ଷରତା

ହିମାଂଶୁ ଶେଖର ଆଚାର୍ଯ୍ୟ

କ୍ଷରତା ବିକାଶର ଚାବିକାଠି। ସେଥିପାଇଁ କୁହାଯାଏଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ହେଲେ କୌଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ  
କାରଣ ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ ଏକ ଲୋକପ୍ରିୟ କାହାଣୀ କୁହେ – ”ଯଦି ତୁମେ ଆଗାମୀ ଏକ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ମଞ୍ଜି ବୁଣିଦିଅ, ଯଦି ୧୦ ବର୍ଷ ବା ତାଠାରୁ ଊର୍ଦ୍ଧ୍ୱ ସମୟ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ଗଛ ଲଗାଇଦିଅ, ଆଉ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ସମସ୍ତଙ୍କୁ ଶିକ୍ଷିତ କରାଇଦିଅ
ଏଥିରୁ ସାକ୍ଷରତାର ଗୁରୁତ୍ୱ ସ୍ପଷ୍ଟ ଅନୁମେୟ। ସବୁଠୁ ବଡ କଥା ହେଉଛି ନାରୀ ସାକ୍ଷରତା କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷଜନକ ନୁହେଁ
ସାକ୍ଷରତା କେବଳ ଏକ ଅଧିକାର ନୁହେଁ ବରଂ ସାମାଜିକ ମାନବିକ ବିକାଶର ମାଧ୍ୟମ
ତେଣୁ କୌଣସି ଦେଶର ବାସ୍ତବ ବିକାଶ ସେ ଦେଶର ସାକ୍ଷରତା ସହ ଅଙ୍ଗାଙ୍ଗୀଭାବେ ଜଡିତ
ଦାରିଦ୍ର୍ୟ ଦୂରୀକରଣ, ଶିଶୁ ମୃତ୍ୟୁହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଉଚ୍ଚମାନର ଜୀବନଧାରଣର ମାନକୁ ଏହା ସିଧାସଳଖ ପ୍ରଭାବିତ କରେ
ବିଶେଷକରି କମ୍ପ୍ୟୁଟର, ଇଣ୍ଟରନେଟ୍‌, ମୋବାଇଲ, ହ୍ବାଟସଆପ୍‌, ଫେସବୁକ୍ ଟୁଇଟର ସମଗ୍ର ବିଶ୍ୱକୁ ଏକ ଛୋଟିଆ ଗାଆଁରେ ପରିଣତ କରିଥିବା ବେଳେ ସାକ୍ଷରତା ସହ ବହୁଭାଷୀ ଦକ୍ଷତାର ଗୁରୁତ୍ୱ ଆହୁରି ବଢିଯାଇଅଛି। କାରଣ ଏହା କାର୍ଯ୍ୟ କୁଶଳତା ବୃଦ୍ଧି କରିବା ସହ ଜୀବନଧାରଣର ମାନକୁ ଉନ୍ନତ କରିଥାଏ। ଏବେ ବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଊର୍ଦ୍ଧ୍ୱ ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଜଣେ ନିରକ୍ଷର ଅନୂ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ
ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ ଏହା ପଛକୁ ଅଛନ୍ତି ଆରବ ଆଫ୍ରିକାନ୍ରାଷ୍ଟ୍ରସମୂହ ବର୍କିନା ଫାସୋ, ନିଗର ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ବୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏବେ ବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଊର୍ଦ୍ଧ୍ୱ ଲୋକ ନିରକ୍ଷର ଅଛନ୍ତି।
ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏଟ୍ରୁଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯. ପ୍ରତିଶତ, ୯୯ ପ୍ରତିଶତ ରହିଛି
ଏପରି କି କାନାଡା, ନ୍ୟୁଜିଲାଣ୍ଡ ବର୍ମା ପ୍ରଭୃତି ଦେଶରେ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ୮୯ ପ୍ରତିଶତ
ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ ତନ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ
ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉତ୍କଟତର ସେହିପରି ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ ଆମ ଓଡିଶାର ସାକ୍ଷରତା ହାର ୭୩.୦୫ ପ୍ରତିଶତ, ଯାହା କି ଜାତୀୟ ହାରଠାରୁ କମ୍
ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା। ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି। ଏସବୁ ସତ୍ତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମଧ୍ୟରେ ଜଣେ ଅଶିକ୍ଷିତ ଅଛନ୍ତି। ଆମ ଦେଶ ରାଜ୍ୟ କଥା ଆହୁରି ତଦ୍ରୁପ। ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍ସ୍ବାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି
୧୯୭୮ ମସିହା ଅକ୍ଟୋବର ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୌଢ ଶିକ୍ଷା କାର୍ଯ୍ୟକ୍ରମ ୧୯୮୭ ମେ ତାରିଖରୁ ଦେଶରେ ସାକ୍ଷରତା ମିଶନ୍କାର୍ଯ୍ୟକାରୀ ହେଉଛି ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ସାକ୍ଷରତା ଯୋଜନା, ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି ଏହାଦ୍ୱାରା ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ, ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାନ୍ତି
ଆମକୁ ମନେରଖିବାକୁ ହେବ ଯେ, ସାକ୍ଷରତା ଯେକୌଣସି ଦେଶର ଅଭିବୃଦ୍ଧିର ମୂଳ ଉତ୍ସ ଦିଗରେ ଅବହେଳା କଲେ ପ୍ରଗତିର ଧାରା ବ୍ୟାହତ ହେବ ସାକ୍ଷରତା ହାର ଅଭିବୃଦ୍ଧି ନିମନ୍ତେ କ୍ରମାଗତ ପ୍ରୟାସ ଏକାନ୍ତ ଅପରିହାର୍ଯ୍ୟ

ମୋ୯୯୩୭୧୫୧୦୫୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri