ଏଇ ଭାରତରେ

ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରରେ ବର୍ଜ୍ୟ ସମସ୍ୟା ସମାଧାନ ଲାଗି ସେଠାକାର କମିଶନର ସ୍ବପ୍ନିଳ ପୁଣ୍ଡକର ଅଭିନବ ଉପାୟ ଆପଣାଇଛନ୍ତି। ଯେଉଁମାନେ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ସ୍ଥାନରେ ଅଳିଆ ନ ପକାଇ ରାସ୍ତାରେ ପକାଉଛନ୍ତି ସେମାନଙ୍କୁ କମିଶନର ଓ ତାଙ୍କ ଟିମ୍‌ ଠାବକରି ସେହି ଅଳିଆକୁ ପୁଣି ସେମାନଙ୍କ ଘରକୁ ଫେରାଇ ଦେଉଛନ୍ତି। ଏହାକୁ କୁହାଯାଉଛି ‘ରିଟର୍ନ ଗିଫ୍ଟ’। ଏଭଳି ଅଭିଯାନ ଆରମ୍ଭ ହେବା ପରେ ଲୋକଙ୍କ ଆଚରଣରେ କିଛି ପରିବର୍ତ୍ତନ ହୋଇଛି ବୋଲି କହନ୍ତି ଆଇଏଏସ୍‌ ଅଧିକାରୀ ସ୍ବପ୍ନିଳ। ଅଳିଆ ଏଣେତେଣେ ପକାଉଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଜ୍ଞାନକୌଶଳର ଉପଯୋଗ କରାଯାଉଛି। କାକିନାଡାରେ ୧୨୦୦ ସଫେଇ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୈନିକ ୯୦୦ ଜଣଙ୍କୁ ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଲାଗି ନିୟୋଜିତ କରାଯାଇଛି। ସଫେଇ କର୍ମଚାରୀମାନେ ପ୍ରତି ଘରୁ ଅଳିଆ ସଂଗ୍ରହ କରୁଛନ୍ତି କି ନାହିଁ ତାହା ଜାଣିବା ଲାଗି ସମସ୍ତଙ୍କ ଗେଟ୍‌ରେ ରେଡିଓ-ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ଟ୍ୟାଗ ଲଗାଯାଇଛି। ଏଥିରୁ ଜଣାପଡେ କେଉଁ ବ୍ୟକ୍ତି ସଫେଇ କର୍ମଚାରୀଙ୍କୁ ଅଳିଆ ଦେଉଛନ୍ତି ଓ ଆଉ କେଉର୍ଁମାନେ ଦେଉନାହାନ୍ତି । ଯେଉଁମାନେ ୩/୪ ଦିନ ଅଳିଆ ଦେଇ ନ ଥାନ୍ତି ସେମାନେ ତାହାକୁ ଘରେ ରଖିତ୍ତ୍ବା କେବେ ବି ସମ୍ଭବ ନୁହେଁ। ତେଣୁ ସେମାନେ ବାହାରେ ତାହାକୁ ଫିଙ୍ଗୁଥିତ୍ବା ସନ୍ଦେହ କରାଯାଏ ଓ ଆରଏଫ୍‌ଆଇଡି ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରାଯାଇ ‘ରିଟର୍ନ ଗିଫ୍ଟ’ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri