ଏଇ ଭାରତରେ

ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରରେ ବର୍ଜ୍ୟ ସମସ୍ୟା ସମାଧାନ ଲାଗି ସେଠାକାର କମିଶନର ସ୍ବପ୍ନିଳ ପୁଣ୍ଡକର ଅଭିନବ ଉପାୟ ଆପଣାଇଛନ୍ତି। ଯେଉଁମାନେ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ସ୍ଥାନରେ ଅଳିଆ ନ ପକାଇ ରାସ୍ତାରେ ପକାଉଛନ୍ତି ସେମାନଙ୍କୁ କମିଶନର ଓ ତାଙ୍କ ଟିମ୍‌ ଠାବକରି ସେହି ଅଳିଆକୁ ପୁଣି ସେମାନଙ୍କ ଘରକୁ ଫେରାଇ ଦେଉଛନ୍ତି। ଏହାକୁ କୁହାଯାଉଛି ‘ରିଟର୍ନ ଗିଫ୍ଟ’। ଏଭଳି ଅଭିଯାନ ଆରମ୍ଭ ହେବା ପରେ ଲୋକଙ୍କ ଆଚରଣରେ କିଛି ପରିବର୍ତ୍ତନ ହୋଇଛି ବୋଲି କହନ୍ତି ଆଇଏଏସ୍‌ ଅଧିକାରୀ ସ୍ବପ୍ନିଳ। ଅଳିଆ ଏଣେତେଣେ ପକାଉଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଜ୍ଞାନକୌଶଳର ଉପଯୋଗ କରାଯାଉଛି। କାକିନାଡାରେ ୧୨୦୦ ସଫେଇ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୈନିକ ୯୦୦ ଜଣଙ୍କୁ ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଲାଗି ନିୟୋଜିତ କରାଯାଇଛି। ସଫେଇ କର୍ମଚାରୀମାନେ ପ୍ରତି ଘରୁ ଅଳିଆ ସଂଗ୍ରହ କରୁଛନ୍ତି କି ନାହିଁ ତାହା ଜାଣିବା ଲାଗି ସମସ୍ତଙ୍କ ଗେଟ୍‌ରେ ରେଡିଓ-ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ଟ୍ୟାଗ ଲଗାଯାଇଛି। ଏଥିରୁ ଜଣାପଡେ କେଉଁ ବ୍ୟକ୍ତି ସଫେଇ କର୍ମଚାରୀଙ୍କୁ ଅଳିଆ ଦେଉଛନ୍ତି ଓ ଆଉ କେଉର୍ଁମାନେ ଦେଉନାହାନ୍ତି । ଯେଉଁମାନେ ୩/୪ ଦିନ ଅଳିଆ ଦେଇ ନ ଥାନ୍ତି ସେମାନେ ତାହାକୁ ଘରେ ରଖିତ୍ତ୍ବା କେବେ ବି ସମ୍ଭବ ନୁହେଁ। ତେଣୁ ସେମାନେ ବାହାରେ ତାହାକୁ ଫିଙ୍ଗୁଥିତ୍ବା ସନ୍ଦେହ କରାଯାଏ ଓ ଆରଏଫ୍‌ଆଇଡି ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରାଯାଇ ‘ରିଟର୍ନ ଗିଫ୍ଟ’ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri