ଏଇ ଭାରତରେ

କୀଟନାଶକର ନକାରାତ୍ମକ ପ୍ରଭାବରୁ ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କ ଜୀବନ ଯାଉଛି। କୀଟନାଶକ ସ୍ପ୍ରେ କରିବା ସମୟରେ ସିଧାସଳଖ ଏହା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ଘଟୁଛି। ତେବେ ଏହି ସମସ୍ୟାର ସମାଧାନ କରିବା ସହ ମୃତ୍ୟୁ ସଂଖ୍ୟା କମାଇ ପାରୁଛି ଡ୍ରୋନ୍‌ ସ୍ପ୍ରେ। ଡ୍ରୋନ ଦ୍ୱାରା କୀଟନାଶକ ସ୍ପ୍ରେ କରି ହରିୟାଣାର ନିଶା ସୋଲାଙ୍କି ଚାଷୀମାନଙ୍କ ଜୀବନ ରକ୍ଷା କରିବା ଲାଗି ଅଭିଯାନ ଚଳାଇଛନ୍ତି। ସେ ଫାର୍ମ ମେଶିନାରୀ ଆଣ୍ଡ୍‌ ପାଓ୍ବାର ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଉଦ୍ୟାନ ବିଭାଗରେ ଚାକିରି କରିଥିଲେ। ସେତେବେଳେ ସେ ଡ୍ରୋନ୍‌ ଦ୍ୱାରା କୀଟନାଶକ ସ୍ପ୍ରେ କରିବା କୌଶଳ ଶିକ୍ଷା କରିଥିଲେ। ଏବେ ସେ ସେହି ପଦ୍ଧତି ଆପଣାଇ ଏଗ୍ରି ଡ୍ରୋନ୍‌ ଦ୍ୱାରା ହରିୟାଣାର ଚାଷୀମାନଙ୍କୁ କୀଟନାଶକ ସ୍ପ୍ରେ କରିବାରେ ସାହାଯ୍ୟ କରୁଛନ୍ତି। ଏଥିପାଇଁ ସେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କଠାରୁ ରିମୋଟ୍‌ ପାଇଲଟ୍‌ ସାର୍ଟିଫିକେଟ ପାଇଛନ୍ତି। ସେ ଏବେ ରାଜ୍ୟରେ ୭୫୦ ଊର୍ଦ୍ଧ୍ୱ କୀଟନାଶକ ସ୍ପ୍ରେ ପ୍ରଦର୍ଶନ କରିସାରିଲେଣି। ୧୫ କେଜି ଓଜନର ଏହି ଏଗ୍ରି ଡ୍ରୋନ୍‌ରେ ୧ ଏକର ପିଛା ପାରମ୍ପରିକ ପଦ୍ଧତିରେ ଯେତିକି ଜଳ ସ୍ପ୍ରେ କରାଯାଏ ତା’ଠାରୁ ୧୫ ଗୁଣ କମ୍‌ରେ ହୋଇପାରୁଛି। କମ୍‌ ସମୟରେ ବି ଏହା ହୋଇପାରୁଛି। ଏଗ୍ରି ଡୋନ୍‌ ସ୍ପ୍ରେ ପ୍ରତି ସେ ହରିୟାଣାର ଅର୍ଦ୍ଧାଧିକ ଜିଲାର କୃଷକଙ୍କ ଦୃଷ୍ଟି ଆକର୍ଷଣ କରିସାରିଲେଣି। କମ୍‌ କୀଟନାଶକ, କମ୍‌ ପାଣିରେ ଅଧିକ ଜମିରେ ଏଗ୍ରି ଡ୍ରୋନ୍‌ ସହଜରେ ସ୍ପ୍ରେ କରି କୃଷକଙ୍କ ଜୀବନ ବଞ୍ଚାଇବାରେ ଭୂମିକା ନେଉଛି ବୋଲି କୁହନ୍ତି ନିଶା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri