ଏଇ ଭାରତରେ

କୀଟନାଶକର ନକାରାତ୍ମକ ପ୍ରଭାବରୁ ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କ ଜୀବନ ଯାଉଛି। କୀଟନାଶକ ସ୍ପ୍ରେ କରିବା ସମୟରେ ସିଧାସଳଖ ଏହା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ଘଟୁଛି। ତେବେ ଏହି ସମସ୍ୟାର ସମାଧାନ କରିବା ସହ ମୃତ୍ୟୁ ସଂଖ୍ୟା କମାଇ ପାରୁଛି ଡ୍ରୋନ୍‌ ସ୍ପ୍ରେ। ଡ୍ରୋନ ଦ୍ୱାରା କୀଟନାଶକ ସ୍ପ୍ରେ କରି ହରିୟାଣାର ନିଶା ସୋଲାଙ୍କି ଚାଷୀମାନଙ୍କ ଜୀବନ ରକ୍ଷା କରିବା ଲାଗି ଅଭିଯାନ ଚଳାଇଛନ୍ତି। ସେ ଫାର୍ମ ମେଶିନାରୀ ଆଣ୍ଡ୍‌ ପାଓ୍ବାର ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଉଦ୍ୟାନ ବିଭାଗରେ ଚାକିରି କରିଥିଲେ। ସେତେବେଳେ ସେ ଡ୍ରୋନ୍‌ ଦ୍ୱାରା କୀଟନାଶକ ସ୍ପ୍ରେ କରିବା କୌଶଳ ଶିକ୍ଷା କରିଥିଲେ। ଏବେ ସେ ସେହି ପଦ୍ଧତି ଆପଣାଇ ଏଗ୍ରି ଡ୍ରୋନ୍‌ ଦ୍ୱାରା ହରିୟାଣାର ଚାଷୀମାନଙ୍କୁ କୀଟନାଶକ ସ୍ପ୍ରେ କରିବାରେ ସାହାଯ୍ୟ କରୁଛନ୍ତି। ଏଥିପାଇଁ ସେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କଠାରୁ ରିମୋଟ୍‌ ପାଇଲଟ୍‌ ସାର୍ଟିଫିକେଟ ପାଇଛନ୍ତି। ସେ ଏବେ ରାଜ୍ୟରେ ୭୫୦ ଊର୍ଦ୍ଧ୍ୱ କୀଟନାଶକ ସ୍ପ୍ରେ ପ୍ରଦର୍ଶନ କରିସାରିଲେଣି। ୧୫ କେଜି ଓଜନର ଏହି ଏଗ୍ରି ଡ୍ରୋନ୍‌ରେ ୧ ଏକର ପିଛା ପାରମ୍ପରିକ ପଦ୍ଧତିରେ ଯେତିକି ଜଳ ସ୍ପ୍ରେ କରାଯାଏ ତା’ଠାରୁ ୧୫ ଗୁଣ କମ୍‌ରେ ହୋଇପାରୁଛି। କମ୍‌ ସମୟରେ ବି ଏହା ହୋଇପାରୁଛି। ଏଗ୍ରି ଡୋନ୍‌ ସ୍ପ୍ରେ ପ୍ରତି ସେ ହରିୟାଣାର ଅର୍ଦ୍ଧାଧିକ ଜିଲାର କୃଷକଙ୍କ ଦୃଷ୍ଟି ଆକର୍ଷଣ କରିସାରିଲେଣି। କମ୍‌ କୀଟନାଶକ, କମ୍‌ ପାଣିରେ ଅଧିକ ଜମିରେ ଏଗ୍ରି ଡ୍ରୋନ୍‌ ସହଜରେ ସ୍ପ୍ରେ କରି କୃଷକଙ୍କ ଜୀବନ ବଞ୍ଚାଇବାରେ ଭୂମିକା ନେଉଛି ବୋଲି କୁହନ୍ତି ନିଶା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri