ଏଇ ଭାରତରେ

ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷକରି ନିଜେ ରୋଜଗାର କରିବା ସହ ଅନେକ ହଜାର କୃଷକଙ୍କ ଉପତ୍ାଦନ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି କୋଏମ୍ବାଟୁରର ଗୌରବ ନାରଙ୍ଗ। ସେ ସିଟି ଗ୍ରୀନ୍‌ ନାମକ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଗୌରବ ଆଇଆଇଏମ୍‌ କୋଲ୍‌କାତାରୁ ଡିଗ୍ରୀ ହାସଲ କରିବା ପରେ ଏହି କାର୍ଯ୍ୟ କରୁଛନ୍ତି। ସେ ପ୍ରଥମେ ଫାର୍ମା ସେକ୍ଟରରେ କାମ କରି ରୋଗୀମାନଙ୍କୁ ଘାତକ ରୋଗର ଓଷଧ ଯୋଗାଉଥିଲେ। ତା’ ପରେ ସେ ହାଇଡ୍ରୋପୋନିକ ଚାଷକୁ ଗ୍ରହଣ କରିଥିଲେ। ସିଟି ଗ୍ରୀନ୍‌ ସ୍ଥାପନ କରି କୃଷକମାନଙ୍କୁ ଏହି ହାଇଡ୍ରୋପୋନିକ ଚାଷ ପ୍ରତି ଆକୃଷ୍ଟ କରିବାରେ ଲାଗିଲେ। ବର୍ତ୍ତମାନ ତାଙ୍କର ଅହମଦାବାଦ୍‌ରେ ୪ଟି ଫାର୍ମ ରହିଛି। ଏହାବାଦ୍‌ ଉତ୍ତରାଖଣ୍ଡରେ ମଧ୍ୟ ଫାର୍ମ ପ୍ରତିଷ୍ଠା କରିଛନ୍ତି, ଯାହା ଭାରତରେ ପ୍ରଥମ ସ୍ବୟଂଚାଳିତ ହାଇଡ୍ରୋପୋନିକ୍‌ ଫାର୍ମ। ଗତ ଦୁଇ ବର୍ଷ ମଧ୍ୟରେ ସେ ୨୫ଟି ଫାର୍ମ ପ୍ରତିଷ୍ଠା କରି ୫,୦୦୦ ଚାଷୀଙ୍କୁ ସାହାଯ୍ୟ କରିପାରିଛନ୍ତି। ନିଜ ଫାର୍ମର କୃଷକମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଚାଷ ପାଇଁ ସମସ୍ତ ଉପକରଣ ମଧ୍ୟ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri