ଏଇ ଭାରତରେ

ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷକରି ନିଜେ ରୋଜଗାର କରିବା ସହ ଅନେକ ହଜାର କୃଷକଙ୍କ ଉପତ୍ାଦନ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି କୋଏମ୍ବାଟୁରର ଗୌରବ ନାରଙ୍ଗ। ସେ ସିଟି ଗ୍ରୀନ୍‌ ନାମକ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଗୌରବ ଆଇଆଇଏମ୍‌ କୋଲ୍‌କାତାରୁ ଡିଗ୍ରୀ ହାସଲ କରିବା ପରେ ଏହି କାର୍ଯ୍ୟ କରୁଛନ୍ତି। ସେ ପ୍ରଥମେ ଫାର୍ମା ସେକ୍ଟରରେ କାମ କରି ରୋଗୀମାନଙ୍କୁ ଘାତକ ରୋଗର ଓଷଧ ଯୋଗାଉଥିଲେ। ତା’ ପରେ ସେ ହାଇଡ୍ରୋପୋନିକ ଚାଷକୁ ଗ୍ରହଣ କରିଥିଲେ। ସିଟି ଗ୍ରୀନ୍‌ ସ୍ଥାପନ କରି କୃଷକମାନଙ୍କୁ ଏହି ହାଇଡ୍ରୋପୋନିକ ଚାଷ ପ୍ରତି ଆକୃଷ୍ଟ କରିବାରେ ଲାଗିଲେ। ବର୍ତ୍ତମାନ ତାଙ୍କର ଅହମଦାବାଦ୍‌ରେ ୪ଟି ଫାର୍ମ ରହିଛି। ଏହାବାଦ୍‌ ଉତ୍ତରାଖଣ୍ଡରେ ମଧ୍ୟ ଫାର୍ମ ପ୍ରତିଷ୍ଠା କରିଛନ୍ତି, ଯାହା ଭାରତରେ ପ୍ରଥମ ସ୍ବୟଂଚାଳିତ ହାଇଡ୍ରୋପୋନିକ୍‌ ଫାର୍ମ। ଗତ ଦୁଇ ବର୍ଷ ମଧ୍ୟରେ ସେ ୨୫ଟି ଫାର୍ମ ପ୍ରତିଷ୍ଠା କରି ୫,୦୦୦ ଚାଷୀଙ୍କୁ ସାହାଯ୍ୟ କରିପାରିଛନ୍ତି। ନିଜ ଫାର୍ମର କୃଷକମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଚାଷ ପାଇଁ ସମସ୍ତ ଉପକରଣ ମଧ୍ୟ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri