ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ମହାରାଷ୍ଟ୍ରରୁ ଚାରା ଆଣି ଲଗାଇଛନ୍ତି ୨୦୨୦ ମାର୍ଚ୍ଚରେ ପ୍ରଥମ ଉପତ୍ାଦନ କରିଛନ୍ତି। ରାଜସ୍ଥାନର ଜଇସାଲ୍‌ମେର ଅଞ୍ଚଳରେ ଚାଷ କରିବା ଭାରି କଷ୍ଟ। ଏଣୁ ସେଠାକାର ଚାଷୀମାନେ ମରୁଅଞ୍ଚଳରେ ଯେଉଁ ଚାଷରେ ସଫଳ ହୁଅନ୍ତି ତାହା ହିଁ କରିଥାନ୍ତି। କିନ୍ତୁ ରଘୁବୀର ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଭାରତ-ପାକିସ୍ତାନ ସୀମାଠାରୁ ୧୫୦କିମି ଦୂର ଚନ୍ଦନ ଗାଁରେ ଡାଳିମ୍ବ ଚାଷ କରି ସଫଳତା ପାଇଛନ୍ତି। ସେ ୯,୦୦୦ ଡାଳିମ୍ବ ଗଛ ଉତାରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେଠାରେ ବର୍ଷରେ ଅଗଷ୍ଟ ସେପ୍ଟେମ୍ବରରେ ସ୍ବଳ୍ପ ବର୍ଷା ହେଲା ପରେ ପ୍ରାୟତଃ ବର୍ଷସାରା ଶୁଖିଲା ରହେ। ବର୍ଷକୁ ଏହି ଅଞ୍ଚଳରେ ୧୬୧ ମିମି ବର୍ଷହୁଏ। ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ରହେ ଯାହା କୃଷି ପାଇଁ ଅନୁପଯୁକ୍ତ। ହେଲେ ଏହାକୁ ଖାତିର ନକରି ରଘୁବୀର ଟ୍ୟୁବଓ୍ବେଲ ଖୋଳି ଜଳସେଚନର ବ୍ୟବସ୍ଥା କରିଛନ୍ତି। ସେ ସିଞ୍ଚନ ପଦ୍ଧତି ଆପଣାଇଛନ୍ତି।
ରଘୁବୀରଙ୍କ ବୟସ ୩୩। ସେ ୨୦୧୬ରୁ ଏହି ଚାଷ ଆରମ୍ଭ କରି ଏବେ ସେଥିରୁ ପ୍ରଥମ ଲାଭ ପାଇଛନ୍ତି। ୨୫ ଏକର ଜମିରେ ଏହି ଚାଷ କରୁଛନ୍ତି। ଡାଳିମ୍ବ ଗଛକୁ କ୍ଷତି ନ ପହଞ୍ଚିବା ଲାଗି ଜମି ଚାରିପାଖରେ ନିମ୍ବ ଓ ବାଲିଝଡ଼ରୁ ରକ୍ଷା କରିବା ଲାଗି ବବୁଲ୍‌ ଗଛ ଲଗାଇଛନ୍ତି। ରଘୁବୀର ଫଳଯୋଗ୍ୟ ୪,୦୦୦ ଗଛରୁ ୩୦ ଟନ୍‌ ଉପତ୍ାଦିତ ଡାଳିମ୍ବକୁ ୧୧ ଲକ୍ଷ ଟଙ୍କାରେ ବିକ୍ରି କରି ୭.୫ ଲକ୍ଷ ଟଙ୍କା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri