ଏଇ ଭାରତରେ

କଦଳୀ ବର୍ଜ୍ୟରୁ ଆକର୍ଷଣୀୟ ଜିନିଷ ତିଆରିକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌। ସେ ପରିବେଶ ଉପଯୋଗୀ ଷ୍ଟାର୍ଟଅପ୍‌ ‘ମେହୁଲ ଇଣ୍ଡଷ୍ଟ୍ରିଜ୍‌’ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। କଦଳୀ ବର୍ଜ୍ୟର ତନ୍ତୁରୁ ସୁନ୍ଦର ଝୁଡି, ବ୍ୟାଗ୍‌, ଦଉଡ଼ି, ଝାଡୁ, କାନ୍ଥଘଣ୍ଟା ଫ୍ରେମ୍‌, ମ୍ୟାଟ୍‌, ଯୋଗ ମ୍ୟାଟ୍‌ ଆଦି ଜିନିଷ ତିଆରି କରାଯାଉଛି। ପ୍ରତିମାସରେ ୫ ଟନ୍‌ କଦଳୀ ବର୍ଜ୍ୟର ଉପଯୋଗ ହେଉଛି ଓ ଏହି ବ୍ୟବସାୟରୁ ମେହୁଲ ବର୍ଷକୁ ୩୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ଏମ୍‌ବିଏ ଶେଷକରି ମେହୁଲ ତାଙ୍କ ପାରିବାରିକ ବିଜ୍‌ନେସରେ ଯୋଗଦେଇଥିଲେ। କିନ୍ତୁ ପରେ ତାଙ୍କ ଅଞ୍ଚଳରେ ବିପୁଳ ପରିମାଣର କଦଳୀ ବର୍ଜ୍ୟକୁ କାମରେ ଲଗାଇବା ପାଇଁ ଯୋଜନା କରିଥିଲେ। ବୁରୁହଁାପୁରସ୍ଥିତ ନଭସାରି କୃଷି ବିଶ୍ୱବିଦ୍ୟାଳୟର କର୍ମଶାଳାରେ ଯୋଗ ଦେଇ କଦଳୀ ବର୍ଜ୍ୟର ଉପଯୋଗ ବିଷୟରେ ପ୍ରଶିକ୍ଷଣ ହାସଲ କରିବା ପରେ ୨୦୧୮ରେ ମେହୁଲ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠା କରିଥିଲେ। ବୁରୁହଁାପୁରରେ ୧୬,୦୦୦ ହେକ୍ଟର ଜମିରେ କଦଳୀ ଚାଷ ହେଉଥିବାରୁ ସେ ସହଜରେ ବର୍ଜ୍ୟ ପାଇପାରୁଛନ୍ତି ଓ କୃଷକମାନେ ବି ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri