ଏଇ ଭାରତରେ

ଫିଲ୍ମରେ ହସ୍ପିଟାଲରେ ବାହାଘର ହେବା ପ୍ରାୟତଃ ଅନେକେ ଦେଖିଥିବେ। କିନ୍ତୁ ବାସ୍ତବରେ ହସ୍ପିଟାଲର ଆଇସିୟୁ ରୁମ୍‌ ବାହାରେ ବିବାହ ଅନୁଷ୍ଠିତ ହେବା କଥା କେହି ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଗୟାରେ। ଏଠାକାର ମାଜିଷ୍ଟ୍ରେଟ କଲୋନି ସ୍ଥିତ ଏକ ଘରୋଇ ଅର୍ଶ ହସ୍ପିଟାଲର ଆଇସିୟୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିବା ଜଣେ ମହିଳା ନିଜ ଝିଅଙ୍କ ବିବାହ କରାଇବାର କିଛି ଘଣ୍ଟା ପରେ ଶେଷ ନିଃଶ୍ୱାସ ତ୍ୟାଗକରିଛନ୍ତି। ଗୟା ଜିଲାର ଗୁରାରୁ ବ୍ଲକ୍‌ ବାଲି ଗ୍ରାମର ଲଲନ କୁମାରଙ୍କ ସ୍ତ୍ରୀ ପୁନମ୍‌ ବର୍ମା ହୃଦ୍‌ଘାତରେ ପୀଡ଼ିତ ହୋଇ ଉକ୍ତ ହସ୍ପିଟାଲର ଆଇସିୟୁ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ଯେକୌଣସି ସମୟରେ ପୁନମ୍‌ଙ୍କର ମୃତ୍ୟୁ ହୋଇପାରେ ବୋଲି ଡାକ୍ତର କହିଥିଲେ। ତେବେ ସବୁ ମା’ଙ୍କ ଭଳି ପୁନମ୍‌ଙ୍କ ମଧ୍ୟ ଆଶା ଥିଲା ଯେ, ସେ ଜୀବିତ ଅବସ୍ଥାରେ ତାଙ୍କ ଝିଅ ଚାନ୍ଦିନୀଙ୍କ ବିବାହ ଦେଖିବେ। ପୂର୍ବରୁ ସୋମବାର (ଡିସେମ୍ବର ୨୬) ଚାନ୍ଦିନୀଙ୍କର ଗୁରାରୁ ବ୍ଲକର ସଲେମପୁର ଗ୍ରାମର ସୁମିତ ଗୌରବଙ୍କ ସହ ନିର୍ବନ୍ଧ ନିର୍ଦ୍ଧାରିତ ହୋଇଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲର ଆଇସିୟୁ ରୁମ୍‌ ବାହାରେ ବିବାହ ଅନୁଷ୍ଠିତ ହେଲା ଓ ବିବାହର ମାତ୍ର ୨ଘଣ୍ଟା ପରେ ପୁନମ୍‌ଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri