ରୋଗ ରାଜନୀତି

 

କୋଭିଡ୍‌-୧୯ ସରିଗଲା ବୋଲି ଲୋକେ ଆଶ୍ୱସ୍ତ ହେଉଥିବା ବେଳେ ପୃଥିବୀର ବିଭିନ୍ନ ଭାଗରେ ଏହା ପୁଣି ମୁଣ୍ଡ ଟେକିଛି। ବିଶେଷକରି ଚାଇନାରେ ଏହା ଉଗ୍ରରୂପ ଧାରଣ କରି ଅନେକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେଠାରେ ମୃତ୍ୟୁସଂଖ୍ୟା ଏଭଳି ବଢ଼ିଛି ଯେ, ଶବ ପୋଡ଼ିବାକୁ ଶ୍ମଶାନରେ ଲୋକଙ୍କ ଧାଡ଼ି ଲାଗିଛି ଓ ଚିତାଭସ୍ମ ପାଇବା ପାଇଁ ଆତ୍ମୀୟସ୍ବଜନ ଚିରିକୁଟି ଧରି ଅନେକ ଘଣ୍ଟା ଅପେକ୍ଷା କରୁଛନ୍ତି ବୋଲି ଖବର ମିଳିଛି। ଅନ୍ୟପକ୍ଷରେ ଭାରତରେ କିଛି ମାସ ଧରି ଆକ୍ରାନ୍ତଙ୍କ ସଂଖ୍ୟା କମିଯିବା ପରେ ସମସ୍ତେ ଫୁଲାଫାଙ୍କିଆ ହୋଇ ବୁଲିଲେଣି। ସବୁ ଭାବିନେଲେ ଏହା ସାମାନ୍ୟ ରୋଗ ଓ କିଛି ଦିନ ରହିବା ପରେ ଚାଲିଯିବ। କିନ୍ତୁ ଚାଇନାର ସ୍ଥିତି ଦେଖିଲେ ଏହା ଏବେ ଘାତକ ସ୍ତରରେ ପହଞ୍ଚତ୍ୟାଇଛି। ଭାରତରେ ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇଛନ୍ତି ସେମାନେ ଭୟ କରିବାର ନାହିଁ ବୋଲି ସରକାରୀ ଭାବେ ଆଶ୍ୱାସନା ଦିଆଯାଇଥିଲା। ଏହା ସତ୍ତ୍ୱେ ଅନେକେ ବୁଷ୍ଟର ଡୋଜ୍‌ ନେଇନାହାନ୍ତି। ଏତଦ୍‌ବ୍ୟତୀତ ଗତ ଦୁଇବର୍ଷର ଅନୁଭୂତି କହିଦେଉଛି ଯେ, ଭାକ୍ସିନ୍‌ ନେଇଥିବା ଲୋକଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ଘଟିଥିଲା। କୁହାଯାଉଥିଲା ଯେ, ଦୁଇ ଥର ଟିକା ନେଇଥିବା ନାଗରିକଙ୍କ ସ୍ଥିତି ସ୍ବାଭାବିକ ରହିବ। ଅର୍ଥାତ୍‌ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ କିମ୍ବା ମୃତ୍ୟୁ ଘଟିବ ନାହିଁ। ଏହି କଥାକୁ ଓଡ଼ିଶାରେ କେତେକ ଜଣାଶୁଣା ବ୍ୟକ୍ତିଙ୍କ ଦୁଃଖଦ ବିୟୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ପ୍ରମାଣ କରିଦେଇଛି। ଗତ ସପ୍ତାହରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୦ ଭାରତୀୟଙ୍କ ମଧ୍ୟରେ ୬ ଜଣ ବୁଷ୍ଟର ଡୋଜ୍‌ ନେବାକୁ ଅମଙ୍ଗ। କାରଣ ଯୁବବର୍ଗଙ୍କ ମଧ୍ୟରେ ଏହା ହୃଦ୍‌ଘାତକୁ ବଢ଼ାଇ ଦେଉଛି ବୋଲି ଭାରତରେ ୧୯,୦୦୦ ଲୋକଙ୍କ ଉପରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ଚାଇନା ସ୍ଥିତିକୁ ଦେଖିଲେ ଭାରତ ସରକାର ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟରେ ସବୁ ରାଜ୍ୟ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ଶାରୀରିକ ଦୂରତା ବଜାୟ ରଖିବା ସହ ସାନିଟାଇଜର ବ୍ୟବହାର କରିବା ଲାଗି କେନ୍ଦ୍ର ପକ୍ଷରୁ କୁହାଯାଇଥିଲେ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍ସରେ ସେଭଳି ସ୍ପଷ୍ଟତା ଆସିପାରି ନାହିଁ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଅଧିକ ଟାର୍ଗେଟ କରିଥିବା ଦେଖାଯାଇଛି। ଭାରତ ଯୋଡ଼ୋ ବେଳେ ସହଯାତ୍ରୀମାନେ ଭିଡ଼ କରୁଥିବାରୁ ତାହା କୋଭିଡ୍‌-୧୯ ଭୂତାଣୁ ବୃଦ୍ଧି କରିବା ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଇଛି। ଏପରି କି କେତେଜଣ କେନ୍ଦ୍ରମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ବାସ୍ତବରେ ଗତ କିଛିଦିନ ତଳେ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଶେଷ ହୋଇଥିଲା। ସେହି ନିର୍ବାଚନ ସଭା ଓ ଶୋଭାଯାତ୍ରାରେ ହୋଇଥିବା ଭିଡ଼ କେନ୍ଦ୍ରର ଭାଜପା ସରକାରଙ୍କୁ ଦେଖାଯାଇ ନ ଥିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏବେ ପ୍ରସଙ୍ଗ ହେବା କଥା ଯେହେତୁ ଚାଇନା ଓ ଅନ୍ୟାନ୍ୟ କେତେକ ରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି, ତାହା ଯେଭଳି ଭାରତରେ ବିସ୍ତାରଲାଭ ନ କରିବ ସେହି ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରୟାସ କରିବା ଦରକାର। ଏଥିସହିତ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅକ୍ସିଜେନ୍‌ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯିବା ସହ ଆବଶ୍ୟକ ଔଷଧ କିଭଳି ଆକ୍ରାନ୍ତଙ୍କ ନିକଟରେ ପହଞ୍ଚତ୍ପାରିବ ସେହି ଦିଗରେ ତତ୍ପରତା ବଢ଼ାଇବା ଆବଶ୍ୟକ। କିନ୍ତୁ କ୍ଷମତା ରାଜନୀତିରେ ମତ୍ତ ରାଜନୈତିକ ଦଳଗୁଡ଼ିକ ଦେଶର ମଙ୍ଗଳ ଚିନ୍ତା କରିବା ଅପେକ୍ଷା ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି, ଯାହା ଏକ ଖରାପ ପରମ୍ପରା ସୃଷ୍ଟି କରିଛି।
ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଭାରତ ଏବେ ଏଭଳି ଏକ ଦେଶ ପାଲଟିଯାଇଛି, ଯେଉଁଠାରେ ଅସ୍ବାଭାବିକ ପରିସ୍ଥିତିରୁ କିଭଳି ରାଜନୈତିକ ଫାଇଦା ଉଠାଇହେବ ସେ ଦିଗରେ ଅନେକେ ଧାବମାନ। କୋଭିଡ୍‌ର ଦ୍ୱିତୀୟ ଲହରରେ ଯେଭଳି ଭାବେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ବହୁ ସଂଖ୍ୟକଙ୍କ ଜୀବନ ଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସେଥିରୁ ବଞ୍ଚତ୍ୟାଇଥିବା ଓ ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ। ରାଜନୈତିକ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କ ସକାଶେ ଦେଶବାସୀଙ୍କ ମଙ୍ଗଳ ଏକାନ୍ତ କାମ୍ୟ ହେବା କଥା। ହେଲେ ମହାମାରୀକୁ ରାଜନୀତି ଭିତରକୁ ଟଣାଯାଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ହେବା ଥୟ। ତେଣୁ ଆଉ ଏକ ବିପର୍ଯ୍ୟୟ ହେବା ପୂର୍ବରୁ ଶାସନ ଓ ପ୍ରଶାସନିକ ସ୍ତରରେ ଦେଶବାସୀଙ୍କ କଲ୍ୟାଣକୁ ଅଗ୍ରାଧିକାର ଦିଆଯିବା ଭଳି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

କୋଭିଡ୍‌ର ଦ୍ୱିତୀୟ ଲହରରେ ଯେଭଳି ଭାବେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ବହୁ ସଂଖ୍ୟକଙ୍କ ଜୀବନ ଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସେଥିରୁ ବଞ୍ଚତ୍ୟାଇଥିବା ଓ ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ। ରାଜନୈତିକ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କ ସକାଶେ ଦେଶବାସୀଙ୍କ ମଙ୍ଗଳ ଏକାନ୍ତ କାମ୍ୟ ହେବା କଥା। ହେଲେ ମହାମାରୀକୁ ରାଜନୀତି ଭିତରକୁ ଟଣାଯାଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ହେବା ଥୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?