ଏଇ ଭାରତରେ

ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ଡ. ଗଜାନନ ଡି ମୁରାକ୍‌ତାର। ଲୋକମାନେ ଜଙ୍ଗଲକୁ ଅଧିକ ଗୁରୁତ୍ୱ ଦେଉଥିବାବେଳ ସେଠାରେ ଘାସପଡ଼ିଆ କଥା ଅଧିକ ଚିନ୍ତା କରୁଛନ୍ତି ଡ. ଗଜାନନ। ସେ ୨୫ ବର୍ଷ ହେଲା ଉଦ୍ଭିଦ ଓ ପରିବେଶ ବିଜ୍ଞାନର ପ୍ରାଧ୍ୟାପକ ଭାବେ ମହାରାଷ୍ଟ୍ରର ଚିକାଲଧାରା ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ। ସେ ମୁଖ୍ୟତଃ ବ୍ୟାଘ୍ର ସଂରକ୍ଷଣ ଓ ସୁରକ୍ଷିତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପାଇଁ ବାସସ୍ଥାନ ଏବଂ ଚାରଣଭୂମି ଲାଗି ସବୁଜ ଘାସ ପଡ଼ିଆ ସୃଷ୍ଟି କରୁଛନ୍ତି। ଏଥିପାଇଁ ଡ.ଗଜାନନ ‘ଘାସ ମଣିଷ’ ଭାବେ ଜଣାଶୁଣା। ସେ ସ୍ଥାନୀୟ ଘାସରୁ ମଞ୍ଜି ସଂଗ୍ରହ କରି ତାହାକୁ ପଟାଳିରେ ବଢ଼ାଇବା ପରେ ଜଙ୍ଗଲରେ ଘାସ ନ ଥିବା ସ୍ଥାନରେ ଲଗାଉଛନ୍ତି। ସେ ମଧ୍ୟ ଏକ ଘାସ ମଞ୍ଜି ବ୍ୟାଙ୍କ କରିଛନ୍ତି। ସେ ୧୨ ରାଜ୍ୟରେ ୩୩ଟି ବ୍ୟାଘ୍ର ସଂରକ୍ଷଣ ଓ ସୁରକ୍ଷିତ ଅଞ୍ଚଳରେ ଏହି ପ୍ରକାର ଘାସପଡ଼ିଆ କରିପାରିଛନ୍ତି। ବିସ୍ଥାପିତ ଗ୍ରାମଗୁଡ଼ିକରେ ସେ ଉକ୍ତ ପଡ଼ିଆ ସୃଷ୍ଟିକରି ଜଙ୍ଗଲୀ ଜୀବଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଖାଦ୍ୟ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri