ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ଡ. ଗଜାନନ ଡି ମୁରାକ୍ତାର। ଲୋକମାନେ ଜଙ୍ଗଲକୁ ଅଧିକ ଗୁରୁତ୍ୱ ଦେଉଥିବାବେଳ ସେଠାରେ ଘାସପଡ଼ିଆ କଥା ଅଧିକ ଚିନ୍ତା କରୁଛନ୍ତି ଡ. ଗଜାନନ। ସେ ୨୫ ବର୍ଷ ହେଲା ଉଦ୍ଭିଦ ଓ ପରିବେଶ ବିଜ୍ଞାନର ପ୍ରାଧ୍ୟାପକ ଭାବେ ମହାରାଷ୍ଟ୍ରର ଚିକାଲଧାରା ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ। ସେ ମୁଖ୍ୟତଃ ବ୍ୟାଘ୍ର ସଂରକ୍ଷଣ ଓ ସୁରକ୍ଷିତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପାଇଁ ବାସସ୍ଥାନ ଏବଂ ଚାରଣଭୂମି ଲାଗି ସବୁଜ ଘାସ ପଡ଼ିଆ ସୃଷ୍ଟି କରୁଛନ୍ତି। ଏଥିପାଇଁ ଡ.ଗଜାନନ ‘ଘାସ ମଣିଷ’ ଭାବେ ଜଣାଶୁଣା। ସେ ସ୍ଥାନୀୟ ଘାସରୁ ମଞ୍ଜି ସଂଗ୍ରହ କରି ତାହାକୁ ପଟାଳିରେ ବଢ଼ାଇବା ପରେ ଜଙ୍ଗଲରେ ଘାସ ନ ଥିବା ସ୍ଥାନରେ ଲଗାଉଛନ୍ତି। ସେ ମଧ୍ୟ ଏକ ଘାସ ମଞ୍ଜି ବ୍ୟାଙ୍କ କରିଛନ୍ତି। ସେ ୧୨ ରାଜ୍ୟରେ ୩୩ଟି ବ୍ୟାଘ୍ର ସଂରକ୍ଷଣ ଓ ସୁରକ୍ଷିତ ଅଞ୍ଚଳରେ ଏହି ପ୍ରକାର ଘାସପଡ଼ିଆ କରିପାରିଛନ୍ତି। ବିସ୍ଥାପିତ ଗ୍ରାମଗୁଡ଼ିକରେ ସେ ଉକ୍ତ ପଡ଼ିଆ ସୃଷ୍ଟିକରି ଜଙ୍ଗଲୀ ଜୀବଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଖାଦ୍ୟ ଯୋଗାଉଛନ୍ତି।
ଏଇ ଭାରତରେ
ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…
ଅଶୀ ଦଶକର ସ୍ମୃତି
ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…
ଦୂର ଅତୀତର ଗାଁ ହାଟ
ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…
ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ
ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…
ଚକ୍ଷୁଷ୍ମାନ ଧୃତରାଷ୍ଟ୍ର
ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…
ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ
ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…
ପ୍ରଶଂସା ନୁହେଁ ପ୍ରୋତ୍ସାହନ
ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…
ଏଇ ଭାରତରେ
ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

