ସମସ୍ତଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୨୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ ତାରିଖ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଏହି ଘଟଣାରେ ପୋଲିସ ମୋଟ ୩୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ସମସ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଅପରାହ୍ନରେ ଅଭିଯୁକ୍ତଙ୍କ ଓକିଲ ଓ ସରକାରୀ ଓକିଲ ନିଜ ପକ୍ଷ ରଖିଥିଲେ। ଗିରଫ ସମସ୍ତ ୩୮ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ନେଇ କୋର୍ଟ ରାୟ ଶୁଣାଇଛନ୍ତି।
ଅଭିଯୁକ୍ତ ପକ୍ଷଙ୍କ ଓକିଲ ତଥା ସିଏସି ସଦସ୍ୟ ପ୍ରମୋଦ ଦାସ କହିଛନ୍ତି, ସମସ୍ତ ତଥ୍ୟ ଦେଇ ଜାମିନ ଆବେଦନ କରାଯାଇଥିଲା। ବିଚାରପତି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆଗକୁ କି ପଦକ୍ଷେପ ନିଆଯିବ ସେ ନେଇ ସିଏସିରେ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ପୂର୍ବରୁ ଗତ ୧୭ରେ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା। ଏବେ ପୁଣି ଜାମିନ ଆବେଦନ ଖାରଜ ହେବା ପରେ ସମର୍ଥକମାନେ ନିରାଶ ହୋଇଛନ୍ତି। ସେମାନଙ୍କ କହିବା କଥା କୋର୍ଟ ରାୟକୁ ସ୍ବାଗତ କରାଯାଉଛି, ହେଲେ ସରକାରୀ ପେଞ୍ଚରେ ଜିଲାର ଓକିଲ ଓ ଆନ୍ଦୋଳନକାରୀ ଫସିଯାଇଛନ୍ତି। ଅନ୍ୟପଟେ ଗୁରୁବାର ମଧ୍ୟ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଜାରି ରହିଥିଲା। ପଶ୍ଚିମ ଓଡିଶାର ବିଭିନ୍ନ ବାର୍‌ର ସଦସ୍ୟମାନେ ଆସି ଜିଲା ଓକିଲ ସଂଘର ସଦସ୍ୟ, ଜିଲା ପ୍ରଶାସନ ଓ ଜେଲ ଭିତରେ ଓକିଲମାନଙ୍କୁ ଭେଟି ଆଲୋଚନା କରିଥିଲେ। କୋର୍ଟ କାର୍ଯ୍ୟ ଯେଭଳି ସ୍ବାଭାବିକ ହେବ, ମହକିଲମାନେ ନିଜ କାମ ସୁରୁଖୁରୁରେ କରିପାରିବେ ସେ ନେଇ ଜିଲା କୋର୍ଟ, ଜିଲା ପ୍ରଶାସନ ଓ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି। ବିଚାରପତି, କର୍ମଚାରୀ ଓ ଅଧିକାରୀ ଆସି କୋର୍ଟ କାର୍ଯ୍ୟ କରୁଛନ୍ତି। ହେଲେ ଓକିଲ ନ ଥିବାରୁ ମହକିଲମାନେ ଫେରି ଯାଉଛନ୍ତି। ୫୪ଜଣ ଓକିଲଙ୍କୁ ବାଦ ଦେଇ ଅନ୍ୟ ଓକିଲମାନଙ୍କ ନିଲମ୍ବନ ଆଦେଶ ୧୪ ତାରିଖରେ ପ୍ରତ୍ୟାହୃତ ହୋଇଥିଲା। ଏହା ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି। ଘଟଣାରେ ଗିରଫ ୩୮ ଜଣଙ୍କ ମଧ୍ୟରେ ୮ ଜଣ କିନ୍ନର, ଜଣେ ସାଧାରଣ ଲୋକ ଓ ୨୯ଜଣ ଓକିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri