ସମସ୍ତଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୨୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ ତାରିଖ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଏହି ଘଟଣାରେ ପୋଲିସ ମୋଟ ୩୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ସମସ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଅପରାହ୍ନରେ ଅଭିଯୁକ୍ତଙ୍କ ଓକିଲ ଓ ସରକାରୀ ଓକିଲ ନିଜ ପକ୍ଷ ରଖିଥିଲେ। ଗିରଫ ସମସ୍ତ ୩୮ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ନେଇ କୋର୍ଟ ରାୟ ଶୁଣାଇଛନ୍ତି।
ଅଭିଯୁକ୍ତ ପକ୍ଷଙ୍କ ଓକିଲ ତଥା ସିଏସି ସଦସ୍ୟ ପ୍ରମୋଦ ଦାସ କହିଛନ୍ତି, ସମସ୍ତ ତଥ୍ୟ ଦେଇ ଜାମିନ ଆବେଦନ କରାଯାଇଥିଲା। ବିଚାରପତି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆଗକୁ କି ପଦକ୍ଷେପ ନିଆଯିବ ସେ ନେଇ ସିଏସିରେ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ପୂର୍ବରୁ ଗତ ୧୭ରେ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା। ଏବେ ପୁଣି ଜାମିନ ଆବେଦନ ଖାରଜ ହେବା ପରେ ସମର୍ଥକମାନେ ନିରାଶ ହୋଇଛନ୍ତି। ସେମାନଙ୍କ କହିବା କଥା କୋର୍ଟ ରାୟକୁ ସ୍ବାଗତ କରାଯାଉଛି, ହେଲେ ସରକାରୀ ପେଞ୍ଚରେ ଜିଲାର ଓକିଲ ଓ ଆନ୍ଦୋଳନକାରୀ ଫସିଯାଇଛନ୍ତି। ଅନ୍ୟପଟେ ଗୁରୁବାର ମଧ୍ୟ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଜାରି ରହିଥିଲା। ପଶ୍ଚିମ ଓଡିଶାର ବିଭିନ୍ନ ବାର୍‌ର ସଦସ୍ୟମାନେ ଆସି ଜିଲା ଓକିଲ ସଂଘର ସଦସ୍ୟ, ଜିଲା ପ୍ରଶାସନ ଓ ଜେଲ ଭିତରେ ଓକିଲମାନଙ୍କୁ ଭେଟି ଆଲୋଚନା କରିଥିଲେ। କୋର୍ଟ କାର୍ଯ୍ୟ ଯେଭଳି ସ୍ବାଭାବିକ ହେବ, ମହକିଲମାନେ ନିଜ କାମ ସୁରୁଖୁରୁରେ କରିପାରିବେ ସେ ନେଇ ଜିଲା କୋର୍ଟ, ଜିଲା ପ୍ରଶାସନ ଓ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି। ବିଚାରପତି, କର୍ମଚାରୀ ଓ ଅଧିକାରୀ ଆସି କୋର୍ଟ କାର୍ଯ୍ୟ କରୁଛନ୍ତି। ହେଲେ ଓକିଲ ନ ଥିବାରୁ ମହକିଲମାନେ ଫେରି ଯାଉଛନ୍ତି। ୫୪ଜଣ ଓକିଲଙ୍କୁ ବାଦ ଦେଇ ଅନ୍ୟ ଓକିଲମାନଙ୍କ ନିଲମ୍ବନ ଆଦେଶ ୧୪ ତାରିଖରେ ପ୍ରତ୍ୟାହୃତ ହୋଇଥିଲା। ଏହା ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି। ଘଟଣାରେ ଗିରଫ ୩୮ ଜଣଙ୍କ ମଧ୍ୟରେ ୮ ଜଣ କିନ୍ନର, ଜଣେ ସାଧାରଣ ଲୋକ ଓ ୨୯ଜଣ ଓକିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri