ଏଇ ଭାରତରେ

ମୁମ୍ବାଇର ୨୭ ବର୍ଷୀୟ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର କୌସ୍ତୁଭ ଧୋଣ୍ଡେ ସ୍ବୟଂଚାଳିତ ଟ୍ରାକ୍ଟର ନିର୍ମାଣ କରିଛନ୍ତି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ୫ଜି ଟେକ୍ନୋଲୋଜିରେ ଚାଲୁଛି। ‘ଅଟୋନେକ୍ସଟ ଅଟୋମେଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି। କୌସ୍ତୁଭଙ୍କ ଜନ୍ମ କୃଷକ ପରିବାରରେ। ପିଲାଦିନେ ସେ ଚାଷୀମାନଙ୍କ ସମସ୍ୟା ନିକଟରୁ ଦେଖିଛନ୍ତି। ତାଙ୍କ ଅଞ୍ଚଳରେ କୃଷକମାନେ ଟ୍ରାକ୍ଟର କିଣି ତାହାକୁ ବିକ୍ରି କରିବାର କାରଣ ଖୋଜି ସେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ପାଇଁ ଡିଜେଲ ଦରବୃଦ୍ଧି ଓ ଟ୍ରାକ୍ଟର ଚଳାଇବା ଲାଗି ଚାଳକ ଖୋଜିବା ଥିଲା ବଡ଼ ସମସ୍ୟା। ଏଥିପାଇଁ ସେ ଇଞ୍ଜିନିୟରିଂ ପଢ଼ିବା ପରେ ୨୦୧୬ରେ ‘ଅଟୋନେକ୍ସଟ ଅଟୋମେଶନ’ ଷ୍ଟାର୍ଟଅପ୍‌ ଗଠନ କରି ଚାଳକବିହୀନ ଟ୍ରାକ୍ଟର ନିର୍ମାଣରେ ଲାଗିଥିଲେ। କେବଳ ଗୋଟିଏ ଫୋନ୍‌ ଆପ୍‌ ଜରିଆରେ କୃଷକ ଏହିି ଟ୍ରାକ୍ଟରକୁ ସଞ୍ଚାଳନ କରିପାରିବେ। ଚାଳକ ଚାଳିତ ଡିଜେଲ ଟ୍ରାକ୍ଟର କ୍ଷେତରେ ଯାହା କାମ କରେ ତାହା ଏହା କରିପାରିୁଛି। ଏହାର ବିଜ୍ଞାନଭିତ୍ତିକ ପରୀକ୍ଷା ସରିଛି। ଏହାକୁ ୨୦୨୪ ସୁଦ୍ଧା ଲଞ୍ଚ କରାଯିବା ଯୋଜନା ରହିଛି। ଏହି ଟ୍ରାକ୍ଟରରେ ଜଣେ କୃଷକର କ୍ଷତି ୪ଗୁଣ କମ୍‌ ହେବ ବୋଲି କହନ୍ତି କୌସ୍ତୁଭ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri