ଜଣେ ଦିନ ମଜୁରିଆଙ୍କ ପରିବେଶ ସଂରକ୍ଷଣଭିତ୍ତିକ କାର୍ଯ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। କେରଳର ଏହି ବ୍ୟକ୍ତି ଜଣକ ହେଉଛନ୍ତି ସି. ସି. କାନ୍ନନ। ସେ ରହୁଛନ୍ତି ଏର୍ନାକୁଲମର ଇଷ୍ଟ ମାରାଡି ଅଞ୍ଚଳରେ। କାନ୍ନନ ଦୀର୍ଘ ୨୫ ବର୍ଷ ହେଲା ସ୍କୁଲ, ରାସ୍ତାକଡ଼ ଏବଂ ପଡ଼ିଆ ରହିଥିବା ଜମିରେ ବୃକ୍ଷରୋପଣ କରିଆସିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ସେ ବିଭିନ୍ନ ଫୁଲ ଓ ଫଳଗଛ ମଧ୍ୟ ଲଗାଉଛନ୍ତି। ଏଥିପାଇଁ ତାଙ୍କୁ ସବୁଜ ଯୋଦ୍ଧା ଭାବେ ପୁରସ୍କୃତ କରାଯାଇଛି। ସେ ପ୍ରଥମେ ୫୦ଟି ଗଛ ରାସ୍ତାକଡ଼ରେ ଲଗାଇ ତାଙ୍କ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ ଓ ସେବେଠାରୁ ସେ ଗଛ ଲଗାଇବା ଜାରି ରଖିଛନ୍ତି। ପ୍ରତିଦିନ ବଡ଼ି ଭୋରୁ ସେ ଏହି କାର୍ଯ୍ୟରେ ବାହାରିପଡ଼ନ୍ତି। ମାଠିଆରେ ପାଣି ଭରନ୍ତି । ପ୍ରଥମେ ପୂର୍ବରୁ ଲଗାଇଥିବା ଗଛରେ ପାଣି ଦିଅନ୍ତି ଓ ପରେ ଅନ୍ୟ ଗଛ ରୋପଣ କରିବା ପରେ ତାଙ୍କ କାମକୁ ବାହାରି ଯାଆନ୍ତି। ଦିନ ମଜୁରିଆ ଭାବେ ଯାହା ରୋଜଗାର କରୁଛନ୍ତି ତାହାର ଏକ ସିଂହଭାଗ ସେ ଏଥିରେ ବ୍ୟୟ କରୁଛନ୍ତି। ଏବେ ତାଙ୍କୁ ଅନ୍ୟ ଜିଲାର ସ୍କୁଲଗୁଡ଼ିକରେ ଗଛ ଲଗାଇବା ଲାଗି ଡାକରା ଆସୁଛି ଓ ସେ ସେଠାରେ ଗଛ ଲଗାଇ ଖୁସି ଅନୁଭବ କରୁଛନ୍ତି ବୋଲି କହନ୍ତି କାନ୍ନନ।
କଠିନ ପଥ
ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ପବିତ୍ର ବନ
ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍ ସିଟୁ’ ଏବଂ ୨ୟରେ ‘ଏକ୍ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…
ସ୍ବାଗତଯୋଗ୍ୟ ସମୀକ୍ଷା
ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…
ଏଇ ଭାରତରେ
ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍। ଏହି ଟିମ୍ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…
ସମାଜର ବିଫଳତା ନା ସମୟର ଆବଶ୍ୟକତା
ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…
ଚାଇନା ପାଇଁ ଆହ୍ବାନ
ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…
ଡିଜିଟାଲ ସାର୍ବଭୌମତ୍ୱ
ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…
Archives

