ଏଇ ଭାରତରେ

କେରଳର ଏକ ସଂଗଠନ ନାନ୍‌ମା ମାରମ୍‌। ମାଲୟାଲମ ଭାଷାରେ ନାନ୍‌ମା ମାରମ କହିଲେ ଦେବୀଙ୍କ ବୃକ୍ଷ। ବୃକ୍ଷ ଯେଭଳି ପକ୍ଷୀଙ୍କୁ ଆଶ୍ରୟ ଦିଏ, ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ ସେହିଭଳି ଏହି ସଂଗଠନ ସମାଜରେ ଏକ ଭିନ୍ନ ପ୍ରକାର ସେବା ଜାରି ରଖିଛି। ଏହାର ପ୍ରତିଷ୍ଠାତା ହେଉଛନ୍ତି କସାରଗଡ଼ ଜିଲା କାହ୍ନାଗଡ଼ର ସଲାମ କେରଳ। ସଲାମ ଓ ତାଙ୍କ ଟିମ୍‌ କମ୍ୟୁନିଟି କିଚେନ ମାଧ୍ୟମରେ ଗରିବମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଗରିବ ପିଲାମାନଙ୍କୁ ପଢ଼ାଇ ସଶକ୍ତ କରୁଛନ୍ତି। ଏହା ବ୍ୟତୀତ ଗରିବ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। କାହ୍ନାଗଡରେ ଲକ୍‌ଡାଉନ ସମୟରେ ସଲାମ ନିଜସ୍ବ ଉଦ୍ୟମରେ ପ୍ରତିଦିନ ପାଖାପାଖି ୧୦ ଜଣଙ୍କୁ ରୋଷେଇ କରି ଖାଇବାକୁ ଦେବା ଆରମ୍ଭ କରିଥିଲା। ପରେ ଏହି ସଂଖ୍ୟା ୫୦କୁ ବଢ଼ିଥିଲା। ସଲାମ ତାଙ୍କ ବନ୍ଧୁମାନଙ୍କ ସହାୟତାରେ ଏହାକୁ ଆଗକୁ ବଢ଼ାଇଥିଲେ। ସେ ‘ନାନମା ମାରମ’ ସଂଗଠନକୁ ପଞ୍ଜୀକୃତ କରିବା ପରେ ତାଙ୍କ ଟିମ୍‌ରେ ଅଧିକ ଲୋକ ସାମିଲ ହୋଇଥିଲେ। ଏବେ ସେ ଏହା ମାଧ୍ୟମରେ ୬୦ଜଣଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ଏହା ବାବଦରେ ୧,୨୦୦ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ଲୋକେ ତାଙ୍କୁ ପାଣ୍ଠି ବି ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ ଏହି ସଂସ୍ଥା ଲୋକଙ୍କୁ କ୍ଷୁଦ୍ର ବ୍ୟବସାୟ କରିବା ଲାଗି ସାହାଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri