ଏଇ ଭାରତରେ

ପ୍ରଦୂଷିତ ପରିବେଶ ସୁରକ୍ଷା ଲାଗି ଯେଉଁ କେତେଜଣ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେଉଛନ୍ତି, ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ସାରା ଲକ୍ଷାନି ଅନ୍ୟତମ। ଗଡ଼ଚିରୋଲିରେ ଜନ୍ମିତ ସାରା ବର୍ଜ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ କିମ୍ବା ପଲିଥିନ୍‌ରୁ ସୂକ୍ଷ୍ମ ସୂତା ପ୍ର୍ରସ୍ତୁତ କରିବା ସହ ସେଥିରେ ସବୁଠୁ ପୁରୁଣା କନ୍ଥା ଏମ୍ବ୍ରୋଡୋରି ବ୍ୟବହାର କରି ଆକର୍ଷଣୀୟ ପୋଷାକ ତିଆରି କରୁଛନ୍ତି। ଉକ୍ତ ଏମ୍ବ୍ରୋଡୋରିରେ ପତ୍ର, ପକ୍ଷୀ, ଲୋଟସ୍‌ ଆଦିର ଛବି ରହୁଛି। ସାରାଙ୍କ ଏହି ଡିଜାଇନ ପୋଷାକ ଏବେ ଲାକ୍‌ମି ଫ୍ୟାଶନ ଓ୍ବିକ୍‌ରେ ପ୍ରଦର୍ଶିତ ହୋଇଛି। ସେ ଟପ୍‌, ଶାର୍ଟ, ଆଉଟର ଜ୍ୟାକେଟ ଓ ଅନ୍ୟ ପୋଷାକ ଆଦି ତିଆରି କରୁଛନ୍ତି। ସେ ଏନ୍‌ଜିଓ ମାଧ୍ୟମରେ ପ୍ଲାଷ୍ଟିକ ସଂଗ୍ରହ କରୁଛନ୍ତି ଓ ରିସାଇକ୍ଲିଂ କରି ସେଥିରୁ ସୂତା ବାହାର କରୁଛନ୍ତି। ଏହା ବ୍ୟତୀତ ମୁମ୍ବାଇର ଖାଲୁମ ଏନ୍‌ଜିଓ ଦ୍ୱାରା ବର୍ଜ୍ୟ କନା ସଂଗ୍ରହ କରି ସେଥିରୁ ପ୍ରସ୍ତୁତ ସୂତାକୁ ପୋଷାକରେ ବ୍ୟବହାର କରୁଛନ୍ତି। ଏହି ପୋଷାକ ବି ଅପସାଇକେଲ୍‌ କରାଯାଇପାରିବ ବୋଲି କହିଛନ୍ତି ସାରା। ସୁଦ୍ଧା ଦେଶରେ ପାଖାପାଖି ୩୫ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଉପତ୍ାଦନ ହେଉଛି। ବାହାରେ ଠୁଳ ହେଉଥିବା ବଳକା ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁ ପରିବେଶ ପ୍ରଦୂଷଣ ବଢୁଛି। ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ସାରା ତାହାକୁ ରିସାଇକ୍ଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri