ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା ନ ନିଅନ୍ତୁୁ, କେରଳର ଷ୍ଟାନ୍‌ଲେ ଜାକବ୍‌ ଏହା ଉପରେ ଗଭୀର ଚିନ୍ତା କରିଛନ୍ତି। ସେ ପାନୀୟ ଜଳ ପାଇଁ ଏକ ଫିଲଟର ନିର୍ମାଣ କରିଛନ୍ତି; ଯାହା ବିନା ବିଦ୍ୟୁତ୍‌ରେ ମଇଳା ପାଣିକୁ ଫିଲଟର କରି ପାନୀୟ ଉପଯୋଗୀ କରିପାରୁଛି। ଏପରି କି ଏଥିରେ ବ୍ୟାଟେରି ଆବଶ୍ୟକ ହେଉନାହିଁ। ଏହି ଫିଲ୍‌ଟରରେ ବିଭିନ୍ନ ପ୍ରକାର ପ୍ରାକୃତିକ ଷ୍ଟୋନ୍‌ ଖଞ୍ଜାଯାଇଛି ଯାହା ପାଣିକୁ ସ୍ବଚ୍ଛ କରିବା ସହ ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ ଆଦି ଶେଷ କରିପାରୁଛି। ଏହାକୁ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଆକାରରେ ନିର୍ମାଣ କରାଯାଇଛି। ବଡ଼ ଫିଲ୍‌ଟରଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି କହନ୍ତି ଜାକୋବ। ଏବେ ସୁଦ୍ଧା ସେ ୫୦୦ ଫିଲଟର ବିକ୍ରି କରିସାରିଲେଣି। ଜାକୋବ ରହନ୍ତି ଏର୍ନାକୁଲମ୍‌ର କୋଥାଡ ଜିଲାରେ। ଏହି ଅଞ୍ଚଳରେ ସ୍ବଚ୍ଛ ପାଣି ଉପଲବ୍‌ଧ ହୁଏ ନାହିଁ। ପିଇବା ପାଣି ତ ଦୂରର କଥା; ଗାଧୋଇବା, ପୋଷାକ କିମ୍ବା ବାସନ ସଫା କରିବା ପାଇଁ ମଧ୍ୟ ସ୍ବଚ୍ଛ ପାଣି ମିଳେନାହିଁ। ଏଭଳି ସମସ୍ୟା ଟାଳିବା ପାଇଁ ଜାକୋବ ନିଜସ୍ବ ଉଦ୍ୟମରେ ଏହି ଫିଲଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ସଫଳତା ପାଇପାରିଛନ୍ତି। ଏହା ସ୍ବଚ୍ଛ ପାଣି ଉପଲବ୍ଧ ହେଉ ନ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ କାମରେ ଆସିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି କହନ୍ତି ଜାକୋବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri