ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା ନ ନିଅନ୍ତୁୁ, କେରଳର ଷ୍ଟାନ୍‌ଲେ ଜାକବ୍‌ ଏହା ଉପରେ ଗଭୀର ଚିନ୍ତା କରିଛନ୍ତି। ସେ ପାନୀୟ ଜଳ ପାଇଁ ଏକ ଫିଲଟର ନିର୍ମାଣ କରିଛନ୍ତି; ଯାହା ବିନା ବିଦ୍ୟୁତ୍‌ରେ ମଇଳା ପାଣିକୁ ଫିଲଟର କରି ପାନୀୟ ଉପଯୋଗୀ କରିପାରୁଛି। ଏପରି କି ଏଥିରେ ବ୍ୟାଟେରି ଆବଶ୍ୟକ ହେଉନାହିଁ। ଏହି ଫିଲ୍‌ଟରରେ ବିଭିନ୍ନ ପ୍ରକାର ପ୍ରାକୃତିକ ଷ୍ଟୋନ୍‌ ଖଞ୍ଜାଯାଇଛି ଯାହା ପାଣିକୁ ସ୍ବଚ୍ଛ କରିବା ସହ ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ ଆଦି ଶେଷ କରିପାରୁଛି। ଏହାକୁ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଆକାରରେ ନିର୍ମାଣ କରାଯାଇଛି। ବଡ଼ ଫିଲ୍‌ଟରଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି କହନ୍ତି ଜାକୋବ। ଏବେ ସୁଦ୍ଧା ସେ ୫୦୦ ଫିଲଟର ବିକ୍ରି କରିସାରିଲେଣି। ଜାକୋବ ରହନ୍ତି ଏର୍ନାକୁଲମ୍‌ର କୋଥାଡ ଜିଲାରେ। ଏହି ଅଞ୍ଚଳରେ ସ୍ବଚ୍ଛ ପାଣି ଉପଲବ୍‌ଧ ହୁଏ ନାହିଁ। ପିଇବା ପାଣି ତ ଦୂରର କଥା; ଗାଧୋଇବା, ପୋଷାକ କିମ୍ବା ବାସନ ସଫା କରିବା ପାଇଁ ମଧ୍ୟ ସ୍ବଚ୍ଛ ପାଣି ମିଳେନାହିଁ। ଏଭଳି ସମସ୍ୟା ଟାଳିବା ପାଇଁ ଜାକୋବ ନିଜସ୍ବ ଉଦ୍ୟମରେ ଏହି ଫିଲଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ସଫଳତା ପାଇପାରିଛନ୍ତି। ଏହା ସ୍ବଚ୍ଛ ପାଣି ଉପଲବ୍ଧ ହେଉ ନ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ କାମରେ ଆସିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି କହନ୍ତି ଜାକୋବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri