ଏଇ ଭାରତରେ

ଜଳ ସଙ୍କଟର ଭୟାବହତା ଭଲଭାବେ ହୃଦୟଙ୍ଗମ କରିଛନ୍ତି ୮୭ ବର୍ଷୀୟ ଆବିଦ୍‌ ଶ୍ରୁତି। ସେ ଜଳ ସଂରକ୍ଷଣର ନୂଆ ବାଟ ଆପଣାଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ‘ଡ୍ରପ୍‌ ଡେଡ୍‌ ଫାଉଣ୍ଡେଶନ’ଗଠନ କରି ତା’ ମାଧ୍ୟମରେ ଟ୍ୟାପ୍‌ ଲିକେଜ୍‌ ସମସ୍ୟାକୁ ମାଗଣାରେ ମରାମତି କରୁଛନ୍ତି। ଏବେ ସୁଦ୍ଧା ୨୦ ମିଲିୟନ ଲିଟର ପାଣି ବଞ୍ଚାଇବାକୁ ସେ ସକ୍ଷମ ହୋଇଛନ୍ତି। ୨୦୦୭ରେ ପ୍ରକାଶିତ ଏକ ଖବରକାଗଜ ରିପୋର୍ଟ ପଢ଼ି ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଲିକିଂ ଟ୍ୟାପ୍‌ରୁ ପ୍ରତି ସେକେଣ୍ଡରେ ପଡ଼ୁଥିବା ପାଣି ଟୋପାର ପରିମାଣ ୧ମାସରେ ୧୦୦୦ ଲିଟରରୁ ଅଧିକ ହୋଇଥାଏ। ଏଣୁ ଲିକେଜ୍‌ ଯୋଗୁ ଅଧିକ ପରିମାଣ ପାଣି ନଷ୍ଟ ହେବା ଓ ମୁମ୍ବାଇରେ ଲୋକମାନେ ଭୋର ୪ଟାରୁ ଉଠି ପାଣି ପାଇଁ ଧାଡ଼ି ଲଗାଉଥିବା ସ୍ଥିତି ତାଙ୍କୁ ଓ୍ବାଟର ଲିକେଜ୍‌ ବନ୍ଦ କରିବାକୁ ପ୍ରେରିତ କରିଥିଲା। ବୟସର ଅପରାହ୍ନରେ ସେ ଥକି ନ ପଡ଼ି ପ୍ରତି ରବିବାର ମୁମ୍ବାଇର ମୀରା ରୋଡ୍‌ରେ ଯେକୌଣସି ଏକ ବିଲ୍ଡିଂକୁ ଯାଇ ଲିକେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ କରନ୍ତି ଓ ସୋମବାରରେ ତାହାକୁ ମରାମତି କରୁଛନ୍ତି। ତା’ପର ରବିବାରରେ ସେ ପୁଣି ସେଠାରେ ପହଞ୍ଚି ମରାମତିକୁ ଯାଞ୍ଚ କରିବା ସହ ଅନ୍ୟ ଗୃହର ଲିକେଜ୍‌ ମରାମତି ପାଇଁ ନୂଆ ତାଲିକା ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri