ଅଜ୍ଞାନ ଲକ୍ଷଣ

ନଭେମ୍ବର ୧୧ରେ ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୬୨ ପଇସା ବୃଦ୍ଧି ପାଇ ୮୦ ଟଙ୍କା ୭୮ ପଇସାରେ ରହିଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କହିବା ଆରମ୍ଭ କରିଦେଲେ ଯେ, ଭାରତୀୟ ମୁଦ୍ରାର ମୂଲ୍ୟ ସୁଧୁରିବା ଆରମ୍ଭ କଲା। କେବଳ ସେତିକି ନୁହେଁ, ସେମାନେ ଏହା ମଧ୍ୟ ଦାବି କଲେ ଯେ ଆମେରିକୀୟ ଡଲାର ବ୍ୟତୀତ ବ୍ରିଟେନ୍‌ର ପାଉଣ୍ଡ ଷ୍ଟର୍ଲିଂ, ୟୁରୋପୀୟ ସଂଘର ୟୁରୋ, ଜାପାନର ୟେନ୍‌ ଭଳି ଅନ୍ୟାନ୍ୟ ଶକ୍ତିଶାଳୀ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟବୃଦ୍ଧି ହେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏଥିସହିତ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କହିପକାଇଲେ କୌଣସି ସଙ୍କଟ ସମୟର ମୁକାବିଲା ଲାଗି ଫୋରେକ୍ସ ରିଜର୍ଭ ବା ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ଯେତେବେଳେ ଆବଶ୍ୟକ ହେଉଛି ଏହି ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଏହା କହିବା ବେଳେ ଆର୍‌ବିଆଇ ଗଭର୍ନର କହିଥିଲେ ଯେ, ଏତେ ଅସୁବିଧା ସତ୍ତ୍ୱେ ଭାରତର ଆର୍ଥିକ ସ୍ଥିତି ବେଶ୍‌ ସୁଦୃଢ଼ ରହିଛି। ଶକ୍ତିକାନ୍ତଙ୍କ ଏହି ଦୁଇ ପ୍ରକାର କଥା ଭିତରେ ସେ କିଭଳି ନିଜକୁ ଭୁଲ ପ୍ରମାଣିତ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ। ଗୋଟିଏ ପଟେ ସେ କହୁଛନ୍ତି ସଙ୍କଟ ସମୟରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଅର୍ଥାତ୍‌ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ଦୁଃସ୍ଥିତି ଦେଇ ଗତି କରୁଛି। ଯଦି ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିବାରୁ ସେ ରିଜର୍ଭକୁ ଉପଯୋଗ କଲେଣି, ସେହି ସମୟରେ ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି ବୋଲି କହିବା ହାସ୍ୟାସ୍ପଦ ମନେହେଉଛି। ୧୪ ନଭେମ୍ବର ଅପରାହ୍ନ ୪ଟା ସୁଦ୍ଧା ଭାରତୀୟ ମୁଦ୍ରାର ମୂଲ୍ୟ ୪୮ ପଇସା କମି ଡଲାର ତୁଳନାରେ ବିନିମୟ ମୂଲ୍ୟ ୮୧ ଟଙ୍କା ୨୬ ପଇସାରେ ପହଞ୍ଚତ୍ଛି। ଅର୍ଥାତ୍‌ ପୁଣି ଭାରତୀୟ ମୁଦ୍ରାର ମାନ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ପରିସଂଖ୍ୟାନକୁ ଦେଖିଲେ ନଭେମ୍ବର ୪ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫୨୯.୯୯୪ ବିଲିୟନ ଡଲାର ରହିଥିଲା। ଗତବର୍ଷ ଅକ୍ଟୋବରରେ ଏହାର ପରିମାଣ ୬୪୫ ବିଲିୟନ ଡଲାର ଥିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ୧୧୫.୦୦୬ ବିଲିୟନ ଡଲାର ହ୍ରାସ ପାଇଛି। ତେଣୁ ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିବା ଅପରିପକ୍ୱତାର ପରିଚୟ ହୋଇଥାଇପାରେ କିମ୍ବା ଜାଣିଶୁଣି ନାଗରିକଙ୍କୁ ଅସତ୍ୟ ତଥ୍ୟ ଦିଆଯାଉଛି। କରଦାତାଙ୍କ ଅର୍ଥରେ ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇଥିବା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ନିଶ୍ଚିତ ଭାବେ ଜାଣିଛନ୍ତି ଯେ ରେପୋ ରେଟ୍‌ ଗତ ୬ ମାସ ମଧ୍ୟରେ ତାଙ୍କରି ଦ୍ୱାରା ୪ ଥର ବୃଦ୍ଧି କରାଯାଇଛି। ଫଳରେ ଋଣ କରିଥିବା ମଧ୍ୟବିତ୍ତ ବର୍ଗ ସୁଧ ଦେଇ ନୟାନ୍ତ ହେଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁ ସାଧାରଣ ନାଗରିକଙ୍କ ପକ୍ଷେ ଦୈନିକ ଚଳିବା କଷ୍ଟକର ହୋଇପଡ଼ିଛି।
ମୋଟର ସାଇକେଲର ତେଲ ମିଟରରେ ଏକ ନାଲି ରଙ୍ଗର ଅଂଶ ଦେଖିବାକୁ ମିଳିଥାଏ। ତାହା ହେଉଛି ଗାଡ଼ିର ତେଲ ଟାଙ୍କିରେ ରିଜର୍ଭ ପହଞ୍ଚତ୍ବାର ସୂଚନା। ସାଧାରଣ ବୁଦ୍ଧି ଥିବା ଚାଳକ କଣ୍ଟା ନାଲି ଛୁଇଁବା ମାତ୍ରକେ ଟାଙ୍କିକୁ ଯାଇ ତେଲ ଭରିଥାଏ। କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ। ସେଭଳି ସ୍ଥିତିରେ ଜନସାଧାରଣଙ୍କୁ ସତ୍ୟ କହି ସତର୍କ କରାଯିବା ପରିବର୍ତ୍ତେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରାଜନୈତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଭଳି ମନେହେଉଛି। ଏଠାରେ ଦୋହରାଇ ଦିଆଯାଇପାରେ ଯେ, ଶକ୍ତିକାନ୍ତ ଯେତେବେଳେ ଆର୍ଥିକ ବ୍ୟାପାର ସଚିବ ଥିବା ବେଳେ ବିମୁଦ୍ରୀକରଣ କରାଯାଇଥିଲା। ସେହି ଗୋଟିଏ ବିରାଟକାୟ ତ୍ରୁଟି ଯୋଗୁ ଦେଶ ଆଜିପର୍ଯ୍ୟନ୍ତ ଆଣ୍ଠେଇ କରି ରହିଛି। ତଥାପି ଡିଜିଟାଲ ଅର୍ଥନୀତି ଭଳି ବ୍ୟବସ୍ଥାକୁ ଜବରଦସ୍ତ ଚଳାଇବାର ଉଦ୍ୟମ କରୁଥିବା ହେତୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦେଶର କ୍ଷତି ଏବେ ମଧ୍ୟ କରାଯାଉଛି। ରିଜର୍ଭ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ଅସତ୍ୟ ଉଚ୍ଚାରଣ ଅଜ୍ଞାନ ଲକ୍ଷଣ ଦର୍ଶାଉଛି।

କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri